ସ୍ବାଭାବିକଠାରୁ ଅଧିକ ବର୍ଷା ହେବା ସମ୍ଭାବନା: ଆଇଏମ୍‌ଡିର ଆକଳନ

ନୂଆଦିଲ୍ଲୀ,୨୮ା୫(ପି.ଟି.):ଭାରତରେ ଜୁନ୍‌ ମାସରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବା ସମ୍ଭାବନା ରହିଛି। ଏହି ଅବଧିରେ ଦୀର୍ଘକାଳୀନ ହାରାହାରି ବର୍ଷା ତୁଳନାରେ ୮% ଅଧିକ ବର୍ଷା ରେକର୍ଡ ହୋଇପାରେ ବୋଲି ଆଇଏମ୍‌ଡି କହିଛି। ସେହିପରି ଚଳିତ ବର୍ଷର ସମ୍ପୂର୍ଣ୍ଣ ମୌସୁମୀ ଋତୁରେ ସ୍ବାଭାବିକଠାରୁ ୬% ଅଧିକ ବର୍ଷା ଅର୍ଥାତ୍‌ ୧୦୬% ବର୍ଷା ରେକର୍ଡ ହୋଇପାରେ ବୋଲି ଆଇଏମ୍‌ଡି ଆକଳନ କରିଛି। ମଙ୍ଗଳବାର ଆଇଏମ୍‌ଡି ପକ୍ଷରୁ ହୋଇଥିବା ଏକ ଖବରଦାତା ସମ୍ମିଳନୀରେ ଭୂ-ବିଜ୍ଞାନ ମନ୍ତ୍ରଣାଳୟର ସଚିବ ଏମ୍‌. ରବିଚନ୍ଦ୍ରନ କହିଛନ୍ତି, […] The post ସ୍ବାଭାବିକଠାରୁ ଅଧିକ ବର୍ଷା ହେବା ସମ୍ଭାବନା: ଆଇଏମ୍‌ଡିର ଆକଳନ appeared first on Dharitri Odia News.

ସ୍ବାଭାବିକଠାରୁ ଅଧିକ ବର୍ଷା ହେବା ସମ୍ଭାବନା: ଆଇଏମ୍‌ଡିର ଆକଳନ

ନୂଆଦିଲ୍ଲୀ,୨୮ା୫(ପି.ଟି.):ଭାରତରେ ଜୁନ୍‌ ମାସରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବା ସମ୍ଭାବନା ରହିଛି। ଏହି ଅବଧିରେ ଦୀର୍ଘକାଳୀନ ହାରାହାରି ବର୍ଷା ତୁଳନାରେ ୮% ଅଧିକ ବର୍ଷା ରେକର୍ଡ ହୋଇପାରେ ବୋଲି ଆଇଏମ୍‌ଡି କହିଛି। ସେହିପରି ଚଳିତ ବର୍ଷର ସମ୍ପୂର୍ଣ୍ଣ ମୌସୁମୀ ଋତୁରେ ସ୍ବାଭାବିକଠାରୁ ୬% ଅଧିକ ବର୍ଷା ଅର୍ଥାତ୍‌ ୧୦୬% ବର୍ଷା ରେକର୍ଡ ହୋଇପାରେ ବୋଲି ଆଇଏମ୍‌ଡି ଆକଳନ କରିଛି। ମଙ୍ଗଳବାର ଆଇଏମ୍‌ଡି ପକ୍ଷରୁ ହୋଇଥିବା ଏକ ଖବରଦାତା ସମ୍ମିଳନୀରେ ଭୂ-ବିଜ୍ଞାନ ମନ୍ତ୍ରଣାଳୟର ସଚିବ ଏମ୍‌. ରବିଚନ୍ଦ୍ରନ କହିଛନ୍ତି, ଚଳିତ ବର୍ଷର ମୌସୁମୀ ଋତୁ ସମୟରେ ଦେଶର ମୌସୁମୀ କୋର୍‌ ଜୋନ୍‌ରେ ସ୍ବାଭାବିକଠାରୁ ୬% ଅଧିକ ବର୍ଷା ହେବା ଆକଳନ କରାଯାଇଛି। ମୌସୁମୀ କୋର୍‌ ଜୋନ୍‌ରେ ମଧ୍ୟପ୍ରଦେଶ, ଛତିଶଗଡ଼, ମହାରାଷ୍ଟ୍ର, ଓଡ଼ିଶା ସମେତ ଏହାର ଆଖପାଖ ଅଞ୍ଚଳ ରହିଛି। ଏହି ଅଞ୍ଚଳରେ ଅଧିକାଂଶ ବର୍ଷା ଦକ୍ଷିଣ ପଶ୍ଚିମ ମୌସୁମୀ ସମୟରେ ହୋଇଥାଏ। ଫଳରେ ଉକ୍ତ ଅଞ୍ଚଳର କୃଷିକାର୍ଯ୍ୟ ମୌସୁମୀ ବର୍ଷା ଉପରେ ଅଧିକ ନିର୍ଭର ରହିଥାଏ। ଉତ୍ତର-ପଶ୍ଚିମ ଭାରତରେ ସ୍ବାଭାବିକ ବର୍ଷା ହେବା ସମ୍ଭାବନା ଥିବାବେଳେ ଭାରତର ଉତ୍ତର-ପୂର୍ବାଞ୍ଚଳରେ ସ୍ବାଭାବିକଠାରୁ କମ୍‌ ବର୍ଷା ରେକର୍ଡ ହୋଇପାରେ। ସେହିପରି ଚଳିତ ମୌସୁମୀରେ ମଧ୍ୟ ଏବଂ ଦକ୍ଷିଣ ଭାରତରେ ସ୍ବାଭାବିକଠାରୁ ଅଧିକ ବର୍ଷା ସମ୍ଭାବନା ଥିବା ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।

The post ସ୍ବାଭାବିକଠାରୁ ଅଧିକ ବର୍ଷା ହେବା ସମ୍ଭାବନା: ଆଇଏମ୍‌ଡିର ଆକଳନ appeared first on Dharitri Odia News.