ସ୍ବାମୀ ଚାଲିଯିବା ପରେ ବାପଘରୁ ଆଣିଥିବା ସମ୍ପତ୍ତିକୁ ଫେରାଇ ନେଲେ ବୋହୂ, ହୋଇଥିଲେ…

ଛତ୍ରପୁର,୨୩।୫(ଦିଲ୍ଲୀପ ସାମଲ): ବିବାହର ଦେଢ଼ ବର୍ଷ ପରେ ଚାଲିଗଲେ ସ୍ବାମୀ । ନିଜ ବାପଘରୁ ଆଣିଥିବା ସମ୍ପତ୍ତିକୁ ନେଇ ବାପଘରକୁ ଚାଲିଗଲେ ବୋହୂ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରମ୍ଭା ଥାନା ଅଧୀନ ମିଞ୍ଚିଣି ପାଟଣା ମେନ ରୋଡ଼ ଠାରେ। ସୂଚନା ମୁତାବକ, ରମ୍ଭା ମିଞ୍ଚିଣିପାଟଣା ମେନ ରୋଡ଼ ନିବାସୀ ସ୍ବର୍ଗତ ପି. ମାଧବ ପାତ୍ରଙ୍କ ପୁଅ ପି. ସନ୍ତୋଷ ପାତ୍ର ସଦାଶିବପୁର ଅଞ୍ଚଳର ବି. ମିଟୁ ପାତ୍ରଙ୍କ କନ୍ୟା ଉଷା ପାତ୍ରଙ୍କୁ ଗତ ୨୦୨୧ […] The post ସ୍ବାମୀ ଚାଲିଯିବା ପରେ ବାପଘରୁ ଆଣିଥିବା ସମ୍ପତ୍ତିକୁ ଫେରାଇ ନେଲେ ବୋହୂ, ହୋଇଥିଲେ… appeared first on Dharitri Odia News.

ସ୍ବାମୀ ଚାଲିଯିବା ପରେ ବାପଘରୁ ଆଣିଥିବା ସମ୍ପତ୍ତିକୁ ଫେରାଇ ନେଲେ ବୋହୂ, ହୋଇଥିଲେ…

ଛତ୍ରପୁର,୨୩।୫(ଦିଲ୍ଲୀପ ସାମଲ): ବିବାହର ଦେଢ଼ ବର୍ଷ ପରେ ଚାଲିଗଲେ ସ୍ବାମୀ । ନିଜ ବାପଘରୁ ଆଣିଥିବା ସମ୍ପତ୍ତିକୁ ନେଇ ବାପଘରକୁ ଚାଲିଗଲେ ବୋହୂ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରମ୍ଭା ଥାନା ଅଧୀନ ମିଞ୍ଚିଣି ପାଟଣା ମେନ ରୋଡ଼ ଠାରେ।

ସୂଚନା ମୁତାବକ, ରମ୍ଭା ମିଞ୍ଚିଣିପାଟଣା ମେନ ରୋଡ଼ ନିବାସୀ ସ୍ବର୍ଗତ ପି. ମାଧବ ପାତ୍ରଙ୍କ ପୁଅ ପି. ସନ୍ତୋଷ ପାତ୍ର ସଦାଶିବପୁର ଅଞ୍ଚଳର ବି. ମିଟୁ ପାତ୍ରଙ୍କ କନ୍ୟା ଉଷା ପାତ୍ରଙ୍କୁ ଗତ ୨୦୨୧ ମସିହା ଫେବୃଆରୀ ୯ ତାରିଖ ଦିନ ବୈଦିକ ରୀତିନୀତି ଅନୁଯାୟୀ ବିବାହ କରିଥିଲେ। ବିବାହର ଦେଢ଼ ବର୍ଷ ପରେ ଅର୍ଥାତ ୨୦୨୧ ମସିହା ସେପ୍ଟେମ୍ବର ମାସ ୨୧ ତାରିଖରେ ସ୍ବାମୀ ପି. ସନ୍ତୋଷ ପାତ୍ର ଟ୍ରେନ ଲାଇନରେ ମୁଣ୍ଡ ଦେଇ ଆତ୍ମହତ୍ୟା କରିଥିଲେ। ଏନେଇ ବୋହୂ ଉଷା ପାତ୍ର ନିଜ ବାପ ଘରକୁ ଚାଲିଯିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହା ସହ ନିଜ ବାପ ଘରୁ ଆଣିଥିବା ସମ୍ପତ୍ତି ଫେରସ୍ତ ନେବା ପାଇଁ ବ୍ରହ୍ମପୁର ମହିଳା ଥାନାର ଦ୍ୱାରସ୍ଥ ହୋଇଥିଲେ। ପରେ ଏନେଇ ବ୍ରହ୍ମପୁର ମହିଳା ଥାନାରେ ୪୬/୨୦୨୫ ରେ ଏକ ମାମଲା ରୁଜୁ ହୋଇଥିଲା। ଉକ୍ତ ମାମଲା ବିଚାର ହେବା ପରେ ମହିଳା ଥାନାର ନିର୍ଦ୍ଦେଶ ପ୍ରକାରେ ଶୁକ୍ରବାର ସ୍ବର୍ଗତ ସନ୍ତୋଷ ପାତ୍ରଙ୍କ ମା ପି. ଲାଚ୍ଛାମା, ବୋହୁ ଉଷା ପାତ୍ର, ଉଭୟ ପରିବାର ବର୍ଗ, ଭଦ୍ର ବ୍ୟକ୍ତି, ମହିଳା ଥାନା ପୋଲିସଙ୍କ ଉପସ୍ଥିତିରେ ବୋହୁ ଉଷା ନିଜ ବାପଘରୁ ଆଣିଥିବା ସମ୍ପତ୍ତି ଫେରସ୍ତ ନେଇଥିଲେ। ଏନେଇ ସ୍ବର୍ଗତ ସନ୍ତୋଷ ପାତ୍ର ଙ୍କ ମା ପି. ଲାଛିମା ଓ ତାଙ୍କ ଓକିଲ ଚୈତନ୍ୟ ପ୍ରଧାନ ସୂଚନା ଦେଇଛନ୍ତି ।

The post ସ୍ବାମୀ ଚାଲିଯିବା ପରେ ବାପଘରୁ ଆଣିଥିବା ସମ୍ପତ୍ତିକୁ ଫେରାଇ ନେଲେ ବୋହୂ, ହୋଇଥିଲେ… appeared first on Dharitri Odia News.