ସ୍ବାମୀ ନୀରବ ରହୁଥିଲେ କେମିତି କରିବେ ହ୍ୟାଣ୍ଡେଲ୍…ଜାଣିନିଅନ୍ତୁ କିଛି ଟିପ୍ସ
ବେଳେବେଳେ ଚୁପ୍ ରହିଲେ ହିଁ ଅନେକ ସମସ୍ୟାର ସମାଧାନ ହୋଇଥାଏ। ହେଲେ ଦାମ୍ପତ୍ୟରେ ଏହି ପରିସ୍ଥିତି ସମ୍ପର୍କରେ ଦୂରତା ସୃଷ୍ଟି କରେ। ତେଣୁ ସ୍ବାମୀ ଯଦି ଆବଶ୍ୟକତା ଠାରୁ ଅଧିକ ନୀରବ ରହୁଥାନ୍ତି ତେବେ ତାଙ୍କ ସହ କିପରି ବ୍ୟବହାର କରିବାକୁ ହେବ ଜାଣନ୍ତୁ… ଜୀବନର ସବୁ ଅକୁହା କଥା ଯାହା ଆଗରେ ଖୋଲି କହିହେବ, ଆଉ ସବୁ ସମସ୍ୟାକୁ ଯାହା ସହିତ ନିସଙ୍କୋଚରେ ବାଣ୍ଟିହେବ ସେଭଳି ଏକ ସମ୍ପର୍କ ହେଉଛି ଦାମ୍ପତ୍ୟ। କିନ୍ତୁ କେତେକ କ୍ଷେତ୍ରରେ […] The post ସ୍ବାମୀ ନୀରବ ରହୁଥିଲେ କେମିତି କରିବେ ହ୍ୟାଣ୍ଡେଲ୍…ଜାଣିନିଅନ୍ତୁ କିଛି ଟିପ୍ସ appeared first on Dharitri Odia News.
ବେଳେବେଳେ ଚୁପ୍ ରହିଲେ ହିଁ ଅନେକ ସମସ୍ୟାର ସମାଧାନ ହୋଇଥାଏ। ହେଲେ ଦାମ୍ପତ୍ୟରେ ଏହି ପରିସ୍ଥିତି ସମ୍ପର୍କରେ ଦୂରତା ସୃଷ୍ଟି କରେ। ତେଣୁ ସ୍ବାମୀ ଯଦି ଆବଶ୍ୟକତା ଠାରୁ ଅଧିକ ନୀରବ ରହୁଥାନ୍ତି ତେବେ ତାଙ୍କ ସହ କିପରି ବ୍ୟବହାର କରିବାକୁ ହେବ ଜାଣନ୍ତୁ…
ଜୀବନର ସବୁ ଅକୁହା କଥା ଯାହା ଆଗରେ ଖୋଲି କହିହେବ, ଆଉ ସବୁ ସମସ୍ୟାକୁ ଯାହା ସହିତ ନିସଙ୍କୋଚରେ ବାଣ୍ଟିହେବ ସେଭଳି ଏକ ସମ୍ପର୍କ ହେଉଛି ଦାମ୍ପତ୍ୟ। କିନ୍ତୁ କେତେକ କ୍ଷେତ୍ରରେ ପୁରୁଷମାନେ ସବୁକଥା ଖୋଲି କହିପାରନ୍ତି ନାହିଁ। ଏଥିପାଇଁ ଧିରେଧିରେ କମ୍ୟୁନିକେସନ୍ ଗ୍ୟାପ୍ ହୋଇ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୁଏ। ଏଥିରୁ ମୁକୁଳିବାକୁ ହେଲେ ଗୃହିଣୀଙ୍କୁ ହିଁ ଭାବିଚିନ୍ତି ବ୍ୟବହାର କରିବାକୁ ହେବ।
ଦୃଢ କରିବାକୁ ହେଲେ ପରସ୍ପର ମଧ୍ୟରେ କମ୍ୟୁନିକେସନ୍ ରହିବା ନିହାତି ଜରୁରୀ। ଆଉ ପତିପତ୍ନୀଙ୍କ କ୍ଷେତ୍ରରେ ପରସ୍ପର ସହିତ ସବୁକିଛି ଶେୟାର କରିବା ଦରକର। ନଚେତ୍ କେତେବେଳେ ଭୁଲ ବୁଝାମଣା, ସନ୍ଦେହ ଭଳି ବିଭିନ୍ନ ପରିସ୍ଥିତି ସବୁ ଧିରେ ଧିରେ ସମ୍ପର୍କ ବିଗାଡି ଦେବ। ତେଣୁ ଉଭୟ ପରସ୍ପର ସହିତ ସବୁକଥା ମନଖୋଲି କଥାହେବା ଦରକାର। ହେଲେ ଅନେକ କ୍ଷେତ୍ରରେ ସ୍ବାମୀ ତାଙ୍କର ସବୁ କଥା ପତ୍ନୀଙ୍କ ସହ ଶେୟାର କରିପାରନ୍ତି ନାହିଁ। ଏମିତିକି କୌଣସି ବିଷୟରେ ପ୍ରଶ୍ନ କରିବା ବେଳେ କିଛି ପ୍ରତ୍ୟୁତ୍ତର ଦେବାରେ ବି ତାଙ୍କୁ ଅସୁବିଧା ହୁଏ। ଏଭଳି କ୍ଷେତ୍ରରେ ପତ୍ନୀ ତାଙ୍କ ସହ କିଭଳି ବ୍ୟବହାର କରିବେ ଜାଣିବା ଦରକାର।
ପ୍ରଥମେ ଚିହ୍ନନ୍ତୁ: ସାଇଲେଣ୍ଟ ହଜବ୍ୟାଣ୍ଡ ଭାବପ୍ରବଣତାକୁ ପ୍ରକାଶ କରିପାରନ୍ତି ନାହିଁ। ତେଣୁ ସେମାନେ ଖୁବ୍ କମ୍ କଥାବାର୍ତ୍ତା କରନ୍ତି। ନିଜ ଇମୋସନ୍ ଜାହିର କରିପାରନ୍ତି ନାହିଁ। ବେଳେବେଳେ ପତ୍ନୀଙ୍କ କଥାର ମଧ୍ୟ ଉତ୍ତର ଦେବାକୁ ସଙ୍କୋଚ ମନେକରନ୍ତି। ଫଳରେ ସମ୍ପର୍କ ଏକତରଫା ହୋଇଯାଏ। କଥାବାର୍ତ୍ତା ନ ହେଲେ ତାଙ୍କର ଭାବନାକୁ ଠିକ୍ ଭାବେ ବୁଝିହୁଏ ନାହିଁ। ଖାଲି ସେତିକି ନୁହେଁ ସେମାନଙ୍କ ସମସ୍ୟା କିମ୍ବା ତାଙ୍କ ଜୀବନରେ କଣ ସବୁ ଘଟୁଛି କିଛି ଜାଣି ହେବ ନାହିଁ। ଫଳରେ ସମ୍ପର୍କରେ ଦୂରତା ବଢିଯିବ। ତେଣୁ ସ୍ବାମୀଙ୍କର ଏଭଳି ଗୁଣ ଥିଲେ ପ୍ରଥମେ ସେମାନଙ୍କୁ ବୁଝିବାକୁ ଚେଷ୍ଟା କରନ୍ତୁ। କିନ୍ତୁ ଅଭିମାନ କରନ୍ତୁ ନାହିଁ।
ନୀରବତା କାରଣ: ଯେଉଁମାନେ ପତ୍ନୀଙ୍କ ସହ ବେଶି କଥା ହୋଇ ପାରନ୍ତି ନାହିଁ, ସେମାନେ ଘରେ ଅନ୍ୟ କାହା ଆଗରେ ମଧ୍ୟ ସବୁ କଥା କହିପାରନ୍ତି ନାହଁ ି। ତେଣୁ ଘରେ କୌଣସି ଝଗଡା ହେଲେ ସେମାନେ କାହାକୁ କିଛି ନ କହି ଚୁପ୍ ହୋଇଯାନ୍ତି। ବିଶେଷକରି ଶାଶୁ ବୋହୂ ଝଗଡା କଲେ ସେମାନେ ନିଜକୁ ଦୂରେଇ ରଖନ୍ତି। ଧିରେ ଧିରେ ସବୁ ଠିକ୍ ହୋଇଯିବ ବୋଲି ସେମାନେ ଭାବନ୍ତି। କିନ୍ତୁ ପରେ ଏହି ପରିସ୍ଥିତି ପତିପତ୍ନୀଙ୍କ ମଧ୍ୟରେ ଦୂରତା ବଢାଇ ଦେଇଥାଏ।
ସାମାଜିକ ପ୍ରଭାବ: ସାଧାରଣତଃ କୁହାଯାଏ କି ପୁରୁଷମାନେ ଅଧିକ ଷ୍ଟ୍ରଙ୍ଗ୍। ତେଣୁ ସେମାନେ କୌଣସି ପରିସ୍ଥିତିରେ କାନ୍ଦିବା କଥା ନୁହେଁ। ସେମାନଙ୍କୁ ବେଶି କଷ୍ଟ ହୁଏନି ଏମିତି ବିଭିନ୍ନ କଥା ପାଇଁ ପୁରୁଷମାନେ ନିଜ ଭାବପ୍ରବଣତାକୁ ଲୁଚାଇବାକୁ ବାଧ୍ୟ ହୁଅନ୍ତି। କୌଣସି ସମୟରେ କାନ୍ଦିଲେ କିମ୍ବା ନିଜର କଷ୍ଟ କହିଲେ ସେମାନେ ଦୁର୍ବଳ ବୋଲି ପ୍ରମାଣିତ ହେବେ ଭାବି ଅନେକେ ସବୁ କଥା ଲୁଚାଇ ରଖିବାକୁ ପସନ୍ଦ କରନ୍ତି।
ନିବିଡତା: ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ଏକତରଫା ଭଳି ରହିଲେ ସେମାନଙ୍କ ସମ୍ପର୍କରେ ଦୂରତା ବଢିଯାଏ। ଫଳରେ କେହି କାହାକୁ ନିଜ ଭାବ ପ୍ରକାଶ କରିପାରନ୍ତି ନାହିଁ। ତେଣୁ ସମ୍ପର୍କରେ ଭୁଲ ବୁଝାମଣା ସୃଷ୍ଟି ହୁଏ। ଏମିତିକି ବୈବାହିକ ସମ୍ପର୍କରେ ମଧ୍ୟ ନିବିଡତା କମିଯାଏ, ଯାହାଫଳରେ ସମ୍ପର୍କ ଭାଙ୍ଗିବାକୁ ବେଶି ସମୟ ଲାଗେନି।
The post ସ୍ବାମୀ ନୀରବ ରହୁଥିଲେ କେମିତି କରିବେ ହ୍ୟାଣ୍ଡେଲ୍…ଜାଣିନିଅନ୍ତୁ କିଛି ଟିପ୍ସ appeared first on Dharitri Odia News.