ସ୍ବାମୀ ବିଜେଡିରେ, ଭାଜପାରେ ସ୍ତ୍ରୀଙ୍କ ପ୍ରଚାର
ମାଲାକନଗିରି, ୧୨ା୫(ଦୁର୍ଯ୍ୟୋଧନ ପାତ୍ର୍ର)ସ୍ବାମୀ ଓ ସ୍ତ୍ରୀ ଅଲଗା ଦଳରେ ସାମିଲ ହୋଇ ପ୍ରଚାର କରୁଥିବା ମାଲକାନଗିରି ପୌର ପରିଷଦରେ ଦେଖିବାକୁ ମିଳିଛି। ପୌର ପରିଷଦ ଅଧ୍ୟକ୍ଷ ମନୋଜ କୁମାର ବାରିକ। ସିଏ ଗତ ପୌର ନିର୍ବାଚନରେ ବିଜେଡି ପକ୍ଷରୁ ଲଢ଼ି ବିଜୟୀ ହୋଇ ବର୍ତ୍ତମାନ ପୌର ପରିଷଦ ଅଧ୍ୟକ୍ଷ ଅଛନ୍ତି। ତାଙ୍କ ସ୍ତ୍ରୀ ଲକ୍ଷ୍ମୀପ୍ରିୟା ବାରିକ ଭାଜପାରେ ସାମିଲ ହୋଇ ମାଲକାନଗିରି ବିଧାୟକ ପ୍ରାର୍ଥୀ ନରସିଂହ ମାଡକାମି ଓ ଏମ୍ପି ପ୍ରାର୍ଥୀ ବଳଭଦ୍ର ମାଝିଙ୍କ ସପକ୍ଷରେ ପ୍ରଚାର […] The post ସ୍ବାମୀ ବିଜେଡିରେ, ଭାଜପାରେ ସ୍ତ୍ରୀଙ୍କ ପ୍ରଚାର appeared first on Dharitri Odia News.
ମାଲାକନଗିରି, ୧୨ା୫(ଦୁର୍ଯ୍ୟୋଧନ ପାତ୍ର୍ର)ସ୍ବାମୀ ଓ ସ୍ତ୍ରୀ ଅଲଗା ଦଳରେ ସାମିଲ ହୋଇ ପ୍ରଚାର କରୁଥିବା ମାଲକାନଗିରି ପୌର ପରିଷଦରେ ଦେଖିବାକୁ ମିଳିଛି। ପୌର ପରିଷଦ ଅଧ୍ୟକ୍ଷ ମନୋଜ କୁମାର ବାରିକ। ସିଏ ଗତ ପୌର ନିର୍ବାଚନରେ ବିଜେଡି ପକ୍ଷରୁ ଲଢ଼ି ବିଜୟୀ ହୋଇ ବର୍ତ୍ତମାନ ପୌର ପରିଷଦ ଅଧ୍ୟକ୍ଷ ଅଛନ୍ତି। ତାଙ୍କ ସ୍ତ୍ରୀ ଲକ୍ଷ୍ମୀପ୍ରିୟା ବାରିକ ଭାଜପାରେ ସାମିଲ ହୋଇ ମାଲକାନଗିରି ବିଧାୟକ ପ୍ରାର୍ଥୀ ନରସିଂହ ମାଡକାମି ଓ ଏମ୍ପି ପ୍ରାର୍ଥୀ ବଳଭଦ୍ର ମାଝିଙ୍କ ସପକ୍ଷରେ ପ୍ରଚାର ଚଳାଇଛନ୍ତି।
ସମ୍ପର୍କରେ ଲକ୍ଷ୍ମୀପ୍ରିୟାଙ୍କୁ ପଚାରିବାରୁ ଭାଜପାର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଦଳ ନିମନ୍ତେ ପ୍ରଚାର କରୁଥିବା କହିଛନ୍ତି । ଗତ ପୌର ପରିଷଦ ନିର୍ବାଚନରେ ସ୍ବାମୀଙ୍କୁ ସହଯୋଗ କରିଥିଲେ ବୋଲି କହିଛନ୍ତି। ବତ୍ତର୍ର୍ମାନ କିନ୍ତୁ ଭାଜପା ନୀତି ତାଙ୍କୁ ପ୍ରଭାବିତ କରିଛି। ଅନ୍ୟପକ୍ଷରେ ପୌର ପରିଷଦ ଅଧ୍ୟକ୍ଷ ବାରିକ ବିଜେଡିର ଜଣେ ଟାଣୁଆ ନେତା ହୋଇଥିବା ବେଳେ ସେ ବିଜେଡି ଏମ୍ପି ପ୍ରାର୍ଥୀ ପ୍ରଦୀପ ମାଝି ଓ ବିଧାୟକ ପ୍ରାର୍ଥୀ ମାନସ ମାଡକାମିଙ୍କ ସପକ୍ଷରେ ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ତେବେ ତାଙ୍କ ସ୍ତ୍ରୀଙ୍କ ପ୍ରଚାର ବିଷୟରେ ପଚାରିବାରୁ ସେ କୌଣସି ମତ ଦେବାକୁ ମନା କରିଥିଲେ।
The post ସ୍ବାମୀ ବିଜେଡିରେ, ଭାଜପାରେ ସ୍ତ୍ରୀଙ୍କ ପ୍ରଚାର appeared first on Dharitri Odia News.