ସ୍ବାମୀଙ୍କ ପରକୀୟା ପ୍ରୀତିକୁ ବିରୋଧ କରିବାରୁ ସ୍ତ୍ରୀଙ୍କ ଜୀବନ ନେଇଗଲେ

କୁଳିଅଣା,୧୫ା୩(ଗୋପୀନାଥ ବେହେରା):ମୟୂରଭଞ୍ଜ ଜିଲା ଚାନ୍ଦୁଆଥାନା ଅଧିନସ୍ଥ ଟଙ୍ଗାଶୋଳ ଗ୍ରାମରେ ସ୍ବାମୀଙ୍କ ପରକୀୟା ପ୍ରୀତି ସନ୍ଦେହରେ ଚାଲିଗଲା ସ୍ତ୍ରୀଙ୍କ ଜୀବନ। ନିଜ ସ୍ତ୍ରୀକୁ ଜୀବନରୁ ମାରିଦେଲେ ରାକ୍ଷସ ସ୍ବାମୀ। ଚାନ୍ଦୁଆ ଥାନା ଅନ୍ତର୍ଗତ ଟଙ୍ଗାଶୋଳ ଗ୍ରାମରେ ଅଘଟଣ। ମୃତକ ମହିଳା ହେଲେ ସବିତା ଭୋକ୍ତା(୨୪)। ଅଭିଯୁକ୍ତ ପୁରୁଷ ହେଲେ ଚରଣ ଭୋକ୍ତା(୨୯)। ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଅଘଟଣା। ରାତ୍ରି ଖାଇବା ପରେ ଅଭିଯୁକ୍ତ ପୁରୁଷ ମୋବାଇଲରେ ଜନୈକ ବାନ୍ଧବୀ ସହ କଥା ହେଉଥିବାର ସନ୍ଦେହ କରି ସ୍ତ୍ରୀ-ସ୍ବାମୀଙ୍କ […] The post ସ୍ବାମୀଙ୍କ ପରକୀୟା ପ୍ରୀତିକୁ ବିରୋଧ କରିବାରୁ ସ୍ତ୍ରୀଙ୍କ ଜୀବନ ନେଇଗଲେ appeared first on Dharitri Odia News.

ସ୍ବାମୀଙ୍କ ପରକୀୟା ପ୍ରୀତିକୁ ବିରୋଧ କରିବାରୁ ସ୍ତ୍ରୀଙ୍କ ଜୀବନ ନେଇଗଲେ

କୁଳିଅଣା,୧୫ା୩(ଗୋପୀନାଥ ବେହେରା):ମୟୂରଭଞ୍ଜ ଜିଲା ଚାନ୍ଦୁଆଥାନା ଅଧିନସ୍ଥ ଟଙ୍ଗାଶୋଳ ଗ୍ରାମରେ ସ୍ବାମୀଙ୍କ ପରକୀୟା ପ୍ରୀତି ସନ୍ଦେହରେ ଚାଲିଗଲା ସ୍ତ୍ରୀଙ୍କ ଜୀବନ। ନିଜ ସ୍ତ୍ରୀକୁ ଜୀବନରୁ ମାରିଦେଲେ ରାକ୍ଷସ ସ୍ବାମୀ। ଚାନ୍ଦୁଆ ଥାନା ଅନ୍ତର୍ଗତ ଟଙ୍ଗାଶୋଳ ଗ୍ରାମରେ ଅଘଟଣ। ମୃତକ ମହିଳା ହେଲେ ସବିତା ଭୋକ୍ତା(୨୪)। ଅଭିଯୁକ୍ତ ପୁରୁଷ ହେଲେ ଚରଣ ଭୋକ୍ତା(୨୯)। ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଅଘଟଣା। ରାତ୍ରି ଖାଇବା ପରେ ଅଭିଯୁକ୍ତ ପୁରୁଷ ମୋବାଇଲରେ ଜନୈକ ବାନ୍ଧବୀ ସହ କଥା ହେଉଥିବାର ସନ୍ଦେହ କରି ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଯୁକ୍ତିତର୍କ। ପରବର୍ତ୍ତୀ ସମୟରେ ଏହା ବିରାଟ ରୂପ ନେବାରୁ ଅଭିଯୁକ୍ତ ସ୍ବାମୀ ନିଜ ସ୍ତ୍ରୀକୁ ହାତରେ ଚାପୁଡ଼ା ମାରିଥିଲା କିନ୍ତୁ ସେଠାରେ ଚାଲିଗଲା ମହିଳାଙ୍କ ଜୀବନ। ଘଟଣାସ୍ଥଳରେ ଚାନ୍ଦୁଆ ପୋଲିସ ପହଞ୍ଚି ମୃତଦେହ ଜବତ ସହ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି ଅଧିକ ତଦନ୍ତ ଆରମ୍ଭ କରିଛି। ଏନେଇ ଚାନ୍ଦୁଆ ଥାନାରେ କେସ୍‌ ନଂ-୩୮/୨୫ ରେ ମାମଲା ରୁଜୁ କରିଛି।

The post ସ୍ବାମୀଙ୍କ ପରକୀୟା ପ୍ରୀତିକୁ ବିରୋଧ କରିବାରୁ ସ୍ତ୍ରୀଙ୍କ ଜୀବନ ନେଇଗଲେ appeared first on Dharitri Odia News.