ସ୍ବାସ୍ଥ୍ୟ କାର୍ଡ ବଣ୍ଟନରେ ଟଙ୍କା ଆଦାୟକୁ ନେଇ ଜନ ଅସନ୍ତୋଷ, ସରକାରଙ୍କ ପ୍ରତିଶ୍ରୁତି କାମରେ ଲାଗୁନି
ଧର୍ମଶାଳା,୨୮ା୫(ଶିବ ପ୍ରସାଦ ମହାନ୍ତି): ସାରା ରାଜ୍ୟରେ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ ହୋଇଛି। ହିତାଧିକାରୀମାନଙ୍କ ପାଇଁ ଇ-କେ ଓ୍ବା ଇସି ସହ କାର୍ଡ ପ୍ରସ୍ତୁତି ଓ ବଣ୍ଟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଦେୟମୁକ୍ତ ରହିବ ବୋଲି ପ୍ରଚାର ଓ ପ୍ରସାର ପାଇଁ ସରକାରୀ ଅର୍ଥ ଖର୍ଚ୍ଚ କରାଯାଇ ବ୍ୟାପକ ସଚେଚନତା ଅଭିଯାନ କାର୍ଯକ୍ରମ ମଧ୍ୟ କରାଯାଇଛି। କିନ୍ତୁ ଅନେକ ଅଞ୍ଚଳରେ ଏହି ସ୍ବାସ୍ଥ୍ୟ କାର୍ଡ ବଣ୍ଟନରେ ଟଙ୍କା ଆଦାୟ […] The post ସ୍ବାସ୍ଥ୍ୟ କାର୍ଡ ବଣ୍ଟନରେ ଟଙ୍କା ଆଦାୟକୁ ନେଇ ଜନ ଅସନ୍ତୋଷ, ସରକାରଙ୍କ ପ୍ରତିଶ୍ରୁତି କାମରେ ଲାଗୁନି appeared first on Dharitri Odia News.
ଧର୍ମଶାଳା,୨୮ା୫(ଶିବ ପ୍ରସାଦ ମହାନ୍ତି): ସାରା ରାଜ୍ୟରେ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ ହୋଇଛି। ହିତାଧିକାରୀମାନଙ୍କ ପାଇଁ ଇ-କେ ଓ୍ବା ଇସି ସହ କାର୍ଡ ପ୍ରସ୍ତୁତି ଓ ବଣ୍ଟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଦେୟମୁକ୍ତ ରହିବ ବୋଲି ପ୍ରଚାର ଓ ପ୍ରସାର ପାଇଁ ସରକାରୀ ଅର୍ଥ ଖର୍ଚ୍ଚ କରାଯାଇ ବ୍ୟାପକ ସଚେଚନତା ଅଭିଯାନ କାର୍ଯକ୍ରମ ମଧ୍ୟ କରାଯାଇଛି। କିନ୍ତୁ ଅନେକ ଅଞ୍ଚଳରେ ଏହି ସ୍ବାସ୍ଥ୍ୟ କାର୍ଡ ବଣ୍ଟନରେ ଟଙ୍କା ଆଦାୟ କରାଯାଉଥିବା ବେଳେ ଏହାକୁ ନେଇ ଜନ ଅସନ୍ତୋଷ ଦେଖା ଦେଇଛି।
ଯାଜପୁର ଜିଲା ଧର୍ମଶାଳା ବ୍ଲକର ବିଭିନ୍ନ ସ୍ଥାନରୁ ଏହି ଭଳି ଅଭିଯୋଗ ଆସିଛି। ପରିବାରର ଜଣଙ୍କ ପିଛା ୫୦ ଟଙ୍କା ଆଦାୟ କରା ଯାଉଥିବା ଅଭିଯୋଗ ହୋଇଛି। ଏହି ବ୍ଲକ ଅନ୍ତର୍ଗତ କାଏମା ପଞ୍ଚାଯତରେ ଆଶାକର୍ମୀ ଓ ଭିଏଲଇ ଉଭୟ ଗାଁ ମଧ୍ୟକୁ ଯାଇ ଲୋକଙ୍କଠାରୁ ୫୦ଟଙ୍କା ନେଉଥିବା ଅଭିଯୋଗ ହୋଇଛି। ଗୋଟିଏ ଗରିବ ପରିବାରରେ ୮ଜଣ ସଦସ୍ୟ ଥିଲେ ସେହି ପରିବାରରୁ ୪ଶହ ଟଙ୍କା ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି। ଏହାକୁ ଜଣେ ଯୁବକ ବିରୋଧ କରି ଏହା ବିଷୟରେ ହେଲ୍ପ ଲାଇନ ନମ୍ବରରେ ଅଭିଯୋଗ କରିବା ପରେ ଉକ୍ତ ଯୁବକଙ୍କୁ ସ୍ବାସ୍ଥ୍ୟକାର୍ଡ ନ ଦେଇ ଫେରାଇ ଦେବା ଘଟଣା ସମସ୍ତଙ୍କୁ ଚକିତ କରିଛି। ଏ ବିଷୟରେ ଧର୍ମଶାଳା ବିଡିଓଙ୍କୁ ଅବଗତ କରା ଯାଇଥିଲେ ବି ଲିଖିତ ଅଭିଯୋଗ ଦେବା ପରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ଫୋନ ଯୋଗେ ଅଭିଯୋଗ ପରେ ବି କିଛି ସରକାରୀ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କ କଥାକୁ ସଠିକ ଢଙ୍ଗରେ କାର୍ଯ୍ୟ କରୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତୁରନ୍ତ ଏହି ଘଟଣା ଉପରେ ପ୍ରଶାସନ ଦୃଷ୍ଟି ଦେବା ସହ ଗରିବ ଲୋକଙ୍କ ଟଙ୍କା ଫେରସ୍ତ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।
The post ସ୍ବାସ୍ଥ୍ୟ କାର୍ଡ ବଣ୍ଟନରେ ଟଙ୍କା ଆଦାୟକୁ ନେଇ ଜନ ଅସନ୍ତୋଷ, ସରକାରଙ୍କ ପ୍ରତିଶ୍ରୁତି କାମରେ ଲାଗୁନି appeared first on Dharitri Odia News.