ସ୍ବାସ୍ଥ୍ୟସେବାରେ ପ୍ରାଣୀ ଚିକିତ୍ସକ

ମଣିଷର ଜୀବନଧାରଣରେ ପ୍ରାଣୀ ସମ୍ପଦର ଗୁରୁତ୍ୱକୁ ଉପଲବ୍ଧି କରି ୨୦୦୧ ମସିହାଠାରୁ ସମଗ୍ର ବିଶ୍ୱରେ ପାଳିତ ହୋଇଆସୁଅଛି ”ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ“। ପ୍ରତିବର୍ଷ ଏପ୍ରିଲ ମାସର ଶେଷ ସପ୍ତାହର ଶେଷ ଶନିବାର ବିଶ୍ୱର ପ୍ରାଣୀ ଚିକିତ୍ସା ଅନୁଷ୍ଠାନ ଏବଂ ପ୍ରାଣୀ ଚିକିତ୍ସକମାନେ ସମାଜ ପ୍ରଗତିରେ ପ୍ରାଣୀମାନଙ୍କ ଅବଦାନ ସହିତ ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ବ୍ରତୀ ଥିବା ଚିକିତ୍ସକମାନଙ୍କ ଭୂମିକା ଉପରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଏହି ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ […] The post ସ୍ବାସ୍ଥ୍ୟସେବାରେ ପ୍ରାଣୀ ଚିକିତ୍ସକ appeared first on Dharitri Odia News.

ସ୍ବାସ୍ଥ୍ୟସେବାରେ ପ୍ରାଣୀ ଚିକିତ୍ସକ

ମଣିଷର ଜୀବନଧାରଣରେ ପ୍ରାଣୀ ସମ୍ପଦର ଗୁରୁତ୍ୱକୁ ଉପଲବ୍ଧି କରି ୨୦୦୧ ମସିହାଠାରୁ ସମଗ୍ର ବିଶ୍ୱରେ ପାଳିତ ହୋଇଆସୁଅଛି ”ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ“। ପ୍ରତିବର୍ଷ ଏପ୍ରିଲ ମାସର ଶେଷ ସପ୍ତାହର ଶେଷ ଶନିବାର ବିଶ୍ୱର ପ୍ରାଣୀ ଚିକିତ୍ସା ଅନୁଷ୍ଠାନ ଏବଂ ପ୍ରାଣୀ ଚିକିତ୍ସକମାନେ ସମାଜ ପ୍ରଗତିରେ ପ୍ରାଣୀମାନଙ୍କ ଅବଦାନ ସହିତ ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ବ୍ରତୀ ଥିବା ଚିକିତ୍ସକମାନଙ୍କ ଭୂମିକା ଉପରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଏହି ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳିତ ହୋଇଆସୁଅଛି ା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଲା- ସାରା ବିଶ୍ୱରେ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା କରାଯାଉଥିବା ପ୍ରାଣୀ ସମ୍ପଦ ବିକାଶଭିତ୍ତିକ ବହୁମୁଖୀ କାର୍ଯ୍ୟକ୍ରମଗୁଡ଼ିକର ଅଗ୍ରଗତିକୁ ଅଲୋକପାତ କରାଯିବା ସହିତ ପ୍ରୋସତ୍ାହିତ କରିବା। ଏଥିସହିତ ଜନସ୍ବାସ୍ଥ୍ୟ ଏବଂ ପ୍ରାଣୀ ସ୍ବାସ୍ଥ୍ୟସେବା ସହିତ ଜୀବକଲ୍ୟାଣର ଉନ୍ନତି ଆଣିବାରେ ପ୍ରାଣୀ ଚିକିତ୍ସକଙ୍କ ଭୂମିକା ନେଇ ଜନସଚେତନତା ସୃଷ୍ଟି କରିବା ା ପ୍ରତିବର୍ଷ ବିଶ୍ୱ ପ୍ରାଣୀ ଚିକିତ୍ସା ସଂଘ ଏବଂ ପ୍ରାଣୀ ସ୍ବାସ୍ଥ୍ୟ ପାଇଁ ବିଶ୍ୱ ସଂଗଠନ ବା ଓ.ଆଇ.ଇ.ର ମିଳିତ ଆନୁକୂଲ୍ୟର ପ୍ରାଣୀ ଚିକିତ୍ସା ଦିବସର ବିଭିନ୍ନ ବିଷୟବସ୍ତୁ ବା ବାର୍ତ୍ତା ନିର୍ଦ୍ଧାରିତ ହୋଇଥାଏ ା ଚଳିତ ବର୍ଷ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସର ବାର୍ତ୍ତା ହେଲା – ”ପ୍ରାଣୀ ଚିକିତ୍ସକମାନେ ହେଉଛନ୍ତି ପ୍ରୟୋଜନୀୟ ସ୍ବାସ୍ଥ୍ୟକର୍ମୀ।“
ପ୍ରାଣୀ ଓ ମନୁଷ୍ୟର ସ୍ବାସ୍ଥ୍ୟ ରକ୍ଷା ସହିତ ସୁସ୍ଥ ପରିବେଶ ସୃଷ୍ଟି ନେଇ ପ୍ରାଣୀ ଚିକିତ୍ସକଙ୍କ ଭୂମିକା ଅତୁଳନୀୟ ା ପ୍ରାଣୀ ଚିକିତ୍ସକମାନେ କଥା କହିପାରୁ ନ ଥିବା ପ୍ରାଣୀକୁ ନିଜର ଅଧ୍ୟବସାୟ ବଳରେ ଚିକିତ୍ସା ସେବା ଯୋଗାଇଦେବା ସହିତ ଆମ ସ୍ବାସ୍ଥ୍ୟ ବର୍ଦ୍ଧକ ପ୍ରାଣୀଜ ପୁଷ୍ଟିସାର ଯଥା ଦୁଗ୍ଧ, ମାଂସ ଓ ଅଣ୍ଡା ଉପତ୍ାଦନ ବୃଦ୍ଧି ନିମନ୍ତେ ବିଭିନ୍ନ ପ୍ରାଣୀ ପାଳନ ଯଥା ଗୋପାଳନ, ଛେଳି ପାଳନ, ମେଣ୍ଢା ପାଳନ, ଘୁଷୁରି ପାଳନ, କୁକ୍କୁଟ ଜାତୀୟ ପକ୍ଷୀ ପାଳନ ଉପରେ ଗୁରୁତ୍ୱ ଦେଇଆସୁଛନ୍ତ। ସେହିପରି ବିଭିନ୍ନ ପୋଷା ପ୍ରାଣୀ ଯଥା କୁକୁର, ବିଲେଇ ଓ ଅନ୍ୟାନ୍ୟ ବନ୍ୟ ପଶୁପକ୍ଷୀମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା କ୍ଷେତ୍ରରେ ପ୍ରାଣୀ ଚିକିତ୍ସକଙ୍କ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଆସିଅଛି। ଏହି ପ୍ରାଣୀ ପାଳନ ଉପରେ ନିର୍ଭର କରି ବହୁ ଯୁବୋଦ୍ୟୋଗୀ, ଚାଷୀ ତଥା ପ୍ରାଣୀପାଳକମାନେ ଆମତ୍ନିର୍ଭରଶୀଳ ହୋଇ ରୋଜଗାରକ୍ଷମ ହୋଇପାରୁଛନ୍ତି ା
ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳନ ଅବସରରେ ପ୍ରତ୍ୟେକ ଜିଲା ଓ ରାଜ୍ୟ ସ୍ତରରେ ସରକାର ପ୍ରାଣୀପାଳକ ଏବଂ ପ୍ରାଣୀ ଚିକିତ୍ସକ ଓ ପ୍ରାଣୀଧନ ନିରୀକ୍ଷକମାନଙ୍କୁ ଉସତ୍ାହିତ କରିବା ନିମନ୍ତେ କୃତ୍ରିମ ପ୍ରଜନନ, ଟିକାକରଣ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମକୁ ଆଧାରକରି ପୁରସ୍କୃତ ବା ସମ୍ବର୍ଦ୍ଧନା ଆଦି କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି ା ସେହିପରି ବିଭିନ୍ନ ଅବସରପ୍ରାପ୍ତ ପ୍ରାଣୀ ବିକାଶ ସମିତିର ବରିଷ୍ଠ ଡାକ୍ତରମାନଙ୍କ ତରଫରୁ ମଧ୍ୟ ବ୍ୟାପକ ଟିକାକରଣ ଓ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯାଉଅଛି ା
-ଡା. ବୀରକିଶୋର ପରିଡ଼ା,
ପ୍ରାକ୍ତନ ଅତିରିକ୍ତ ନିର୍ଦ୍ଦେଶକ (ପ୍ରାଣୀ ସମ୍ପଦ ବିଭାଗ) ପ୍ଲଟ୍‌ ନଂ-୨୭୬, ଲକ୍ଷ୍ମୀପ୍ରିୟା ଭବନ, ମହାନଦୀ ବିହାର, କଟକ

The post ସ୍ବାସ୍ଥ୍ୟସେବାରେ ପ୍ରାଣୀ ଚିକିତ୍ସକ appeared first on Dharitri Odia News.