ସ୍ମାର୍ଟସିଟିର ଚିତ୍ର ଦେଖି ମନ୍ତ୍ରୀ ତୋବା
ଲକ୍ଷ୍ମୀସାଗର ଚିନ୍ତାମଣିଶ୍ୱର ଅଞ୍ଚଳର ଦୁଃସ୍ଥିତି ସଂପର୍କରେ ଜଣାଇବା ପାଇଁ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ନିମନ୍ତ୍ରଣ କରିଥିଲେ ସ୍ଥାନୀୟ ଲୋକେ। ଲୋକଙ୍କ ନିମନ୍ତ୍ରଣ ରକ୍ଷା କରି ଗ୍ରାଉଣ୍ଡ୍ ଜିରୋରେ ପହଞ୍ଚିଥିଲେ ମନ୍ତ୍ରୀ।
ଆଗେଇ ପାରୁନି ଚିନ୍ତାମଣିଶ୍ୱରର ଐତିହ୍ୟ ପୋଖରୀ। ଦୟା ଓ୍ୱେଷ୍ଟ କେନାଲ ଅଧାରେ ଅଟକିଛି। ସେହିଭଳି ଲୋକଙ୍କ ପାଇଁ ଖୋଲୁନି ନିକୋ ପାର୍କ। ଅଧିକାଂଶ ରାସ୍ତାରେ ଆଣ୍ଠୁଏ କାଦୁଅ। ଏମିତି ମାଳମାଳ ସମସ୍ୟାକୁ ନେଇ ଲୋକଙ୍କ ଅଭିଯୋଗ ପରେ ସକାଳୁ ସକାଳୁ ସହରର ବିଭିନ୍ନ ଅଞ୍ଚଳ ବୁଲିଥିଲେ ନଗର ଉନ୍ନୟନ ମନ୍ତ୍ରୀ। ତେବେ ମନ୍ତ୍ରୀ ଏକା ନ ଯାଇ ସାଥିରେ ମେୟର, ବିଏମସି କମିଶନର ଓ ସିଟି ଇଞ୍ଜିନିୟରଙ୍କୁ ସାଥିରେ ଧରି ଗ୍ରାଉଣ୍ଡ ଜିରୋକୁ ଯାଇଥିଲେ। ଦେଖନ୍ତୁ ପୂରା ରିପୋର୍ଟ।