ସ୍ମିତାରାଣୀ ହତ୍ୟାକାଣ୍ଡକୁ ନେଇ ଧର୍ମଶାଳା ହଲଚଲ, ସିବିଆଇ ତଦନ୍ତ ଦାବି କଲେ ବିଜେପି

ଚଣ୍ଡିଖୋଲ ୧୩/୦୯: ଯାଜପୁର ଜିଲ୍ଲା ଧର୍ମଶାଳା ପିଇଓ ସ୍ମିତାରାଣୀ ବିଶ୍ଵାଳ ହତ୍ୟାକାଣ୍ଡକୁ ୫ ବର୍ଷ ପୁରି ଗଲାଣି । ହେଲେ ଏବେବେ ସେହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି । ୨୦୧୯ ମସିହାରେ ଯାଜପୁର, ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତର ପିଇଓ ସ୍ମିତାରାଣୀ ବିଶ୍ଵାଳଙ୍କ ମୃତ୍ୟୁକୁ ନେଇ ଏହା ହତ୍ୟା ନା ଆତ୍ମହତ୍ୟା ତାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଥିଲା । ସେତେବେଳେ ହରିଦାସପୁର ପଂଚାୟତର ସରପଞ୍ଚଙ୍କ ସ୍ୱାମୀ ରୁପେଶ ଭଦ୍ରଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏବେ ସମ୍ପୃକ୍ତ ଘଟଣା କୋର୍ଟରେ ବିଚାରଧୀନ ରହିଥିବା ବେଳେ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛି ଧର୍ମଶାଳା ବିଜେପି । ଏନେଇ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମିଳନୀ ଅନୁଷ୍ଠିତ ହୋଇଛି । ଏହି ଘଟଣାର CBI ତଦନ୍ତ ଦାବି କରି ଧର୍ମଶାଳା ବିଜେପିର ଏକ ପ୍ରତିନିଧି ଦଳ ଆଇନ ମନ୍ତ୍ରୀଙ୍କୁ ଭେଟି ଦାବି ପତ୍ର ଦେଇଛନ୍ତି । CBI ତଦନ୍ତ ହେଲେ ସମ୍ପୂର୍ଣ ଘଟଣା ସାମ୍ନାକୁ ଆସିବ । ଅନ୍ୟପଟେ ସ୍ମିତାରାଣୀଙ୍କ ପରିବାରକୁ ଆର୍ଥିକ ସହାୟତା ଆଜି ପର୍ଯ୍ୟନ୍ତ ମିଳିପାରିନାହିଁ । ଉକ୍ତ ପରିବାର କୁ ସହାୟତା ପାଇଁ ଦାବି କରିଛି ବିଜେପି । ଏବେବି ରୁପେଶ ଭଦ୍ର ରାମକୋ କମ୍ପାନୀରେ କେମିତି ଠିକାଦାରୀ କରୁଛନ୍ତି କାହା ପ୍ରଭାବରେ ସେ ଏବେବି ଶକ୍ତିଶାଳୀ ତାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ଆଗାମୀ ଦିନରେ ଦଳ ମୁଖ୍ୟମନ୍ତ୍ରୀ ପାଖକୁ ଯାଇ ଆଲୋଚନା କର

ସ୍ମିତାରାଣୀ ହତ୍ୟାକାଣ୍ଡକୁ ନେଇ ଧର୍ମଶାଳା ହଲଚଲ, ସିବିଆଇ ତଦନ୍ତ ଦାବି କଲେ ବିଜେପି

ଚଣ୍ଡିଖୋଲ ୧୩/୦୯: ଯାଜପୁର ଜିଲ୍ଲା ଧର୍ମଶାଳା ପିଇଓ ସ୍ମିତାରାଣୀ ବିଶ୍ଵାଳ ହତ୍ୟାକାଣ୍ଡକୁ ୫ ବର୍ଷ ପୁରି ଗଲାଣି । ହେଲେ ଏବେବେ ସେହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି । ୨୦୧୯ ମସିହାରେ ଯାଜପୁର, ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତର ପିଇଓ ସ୍ମିତାରାଣୀ ବିଶ୍ଵାଳଙ୍କ ମୃତ୍ୟୁକୁ ନେଇ ଏହା ହତ୍ୟା ନା ଆତ୍ମହତ୍ୟା ତାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଥିଲା । 

ସେତେବେଳେ ହରିଦାସପୁର ପଂଚାୟତର ସରପଞ୍ଚଙ୍କ ସ୍ୱାମୀ ରୁପେଶ ଭଦ୍ରଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏବେ ସମ୍ପୃକ୍ତ ଘଟଣା କୋର୍ଟରେ ବିଚାରଧୀନ ରହିଥିବା ବେଳେ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛି ଧର୍ମଶାଳା ବିଜେପି । ଏନେଇ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମିଳନୀ ଅନୁଷ୍ଠିତ ହୋଇଛି । 


ଏହି ଘଟଣାର CBI ତଦନ୍ତ ଦାବି କରି ଧର୍ମଶାଳା ବିଜେପିର ଏକ ପ୍ରତିନିଧି ଦଳ ଆଇନ ମନ୍ତ୍ରୀଙ୍କୁ ଭେଟି ଦାବି ପତ୍ର ଦେଇଛନ୍ତି । CBI ତଦନ୍ତ ହେଲେ ସମ୍ପୂର୍ଣ ଘଟଣା ସାମ୍ନାକୁ ଆସିବ । ଅନ୍ୟପଟେ ସ୍ମିତାରାଣୀଙ୍କ ପରିବାରକୁ ଆର୍ଥିକ ସହାୟତା ଆଜି ପର୍ଯ୍ୟନ୍ତ ମିଳିପାରିନାହିଁ । ଉକ୍ତ ପରିବାର କୁ ସହାୟତା ପାଇଁ ଦାବି କରିଛି ବିଜେପି । 

ଏବେବି ରୁପେଶ ଭଦ୍ର ରାମକୋ କମ୍ପାନୀରେ କେମିତି ଠିକାଦାରୀ କରୁଛନ୍ତି କାହା ପ୍ରଭାବରେ ସେ ଏବେବି ଶକ୍ତିଶାଳୀ ତାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ଆଗାମୀ ଦିନରେ ଦଳ ମୁଖ୍ୟମନ୍ତ୍ରୀ ପାଖକୁ ଯାଇ ଆଲୋଚନା କରିବ ବୋଲି ଧର୍ମଶାଳା ବିଜେପି ନେତ୍ରୀ ସ୍ମୃତିରେଖା ପହି କହିଛନ୍ତି । 

ସେପଟେ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ରୁପେସ ଭଦ୍ର ଓ ତାଙ୍କ ସ୍ତ୍ରୀ ହରିଦାସ ପୁର ପୂର୍ବତନ ସରପଞ୍ଚ ମଧୁସ୍ମିତା ଭଦ୍ର କହିଛନ୍ତି ସ୍ମୃତିରେଖା ପହି ମୋ ସ୍ୱାମୀଙ୍କୁ ଧମକ ଚମକ୍ ଦେଉଛନ୍ତି । ସେହଭଳି ୫୦ ଲକ୍ଷ ମାଗୁବାର ତାହାର ପ୍ରମାଣ ଫୋନ୍‌ରେ ଭୟସ୍ କଲ ସହ ଓ ମେସେଜ୍‌ ପଠାଉଥିଲେ ବୋଲି ସ୍ପଷ୍ଟ କରିଛନ୍ତି ।