ସ୍ଲୋଭାକିଆ ପ୍ରଧାନମନ୍ତ୍ରୀଙ୍କୁ ଗୁଳିମାଡ଼

ନୂଆଦିଲ୍ଲୀ : ସ୍ଲୋଭାକିଆ ପ୍ରଧାନମନ୍ତ୍ରୀ ରବର୍ଟ ଫିକୋଙ୍କ ଉପରକୁ ଗୁଳିମାଡ଼ ହୋଇଛି। ଜଣେ ଆକ୍ରମଣକାରୀ ସ୍ଲୋଭାକିଆ ପ୍ରଧାନମନ୍ତ୍ରୀଙ୍କୁ ଏକାଧିକ ଥର ଗୁଳିମାଡ଼ କରିଛି। ଗୁରୁତର ଅବସ୍ଥାରେ ପ୍ରଧାନମନ୍ତ୍ରୀଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ମିଳିଥିବା ସୂଚନାନୁଯାୟୀ, ଆଜି କ୍ୟାବିନେଟ୍ ବୈଠକ ଶେଷ କରି ପ୍ରଧାନମନ୍ତ୍ରୀ ରବର୍ଟ ଫିକୋ ଫେରୁଥିଲେ। ହାଉସ୍ ଅଫ୍ କଲ୍ଚର ସମ୍ମୁଖରେ ହଠାତ୍ ଭିଡ଼ ଭିତରୁ ଜଣେ ଯୁବକ ତାଙତକ ଉପରକୁ ଗୁଳି ଚଳାଇଥିଲା। ସେ ମୋଟ […]

ସ୍ଲୋଭାକିଆ ପ୍ରଧାନମନ୍ତ୍ରୀଙ୍କୁ ଗୁଳିମାଡ଼

ନୂଆଦିଲ୍ଲୀ : ସ୍ଲୋଭାକିଆ ପ୍ରଧାନମନ୍ତ୍ରୀ ରବର୍ଟ ଫିକୋଙ୍କ ଉପରକୁ ଗୁଳିମାଡ଼ ହୋଇଛି। ଜଣେ ଆକ୍ରମଣକାରୀ ସ୍ଲୋଭାକିଆ ପ୍ରଧାନମନ୍ତ୍ରୀଙ୍କୁ ଏକାଧିକ ଥର ଗୁଳିମାଡ଼ କରିଛି। ଗୁରୁତର ଅବସ୍ଥାରେ ପ୍ରଧାନମନ୍ତ୍ରୀଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ମିଳିଥିବା ସୂଚନାନୁଯାୟୀ, ଆଜି କ୍ୟାବିନେଟ୍ ବୈଠକ ଶେଷ କରି ପ୍ରଧାନମନ୍ତ୍ରୀ ରବର୍ଟ ଫିକୋ ଫେରୁଥିଲେ। ହାଉସ୍ ଅଫ୍ କଲ୍ଚର ସମ୍ମୁଖରେ ହଠାତ୍ ଭିଡ଼ ଭିତରୁ ଜଣେ ଯୁବକ ତାଙତକ ଉପରକୁ ଗୁଳି ଚଳାଇଥିଲା। ସେ ମୋଟ ୪ ରାଉଣ୍ଡ ଗୁଳି କରିଥିବା ଜଣାଯାଇଛି। ଗୋଟିଏ ଗୁଳି ରବର୍ଟଙ୍କ ପେଟକୁ ବାଜିଥିବା ବେଳେ ଅନ୍ୟଟି ତାଙ୍କ ମୁଣ୍ଡକୁ ବାଜିଛି। ଏହାପରେ ଗୁରୁତର ଅବସ୍ଥାରେ ପ୍ରଧାନମନ୍ତ୍ରୀଙ୍କୁ ହେଲିକପ୍ଟର ଯୋଗେ ହସ୍ପିଟାଲ୍କୁ ନିଆଯାଇଥିଲା।