ସ୍ଵାମୀ ରଣଭୀରଙ୍କ ସହ ଭୋଟ୍ ଦେଲେ ଦୀପିକା, ବେବି ବମ୍ପ ସହ ନଜର ଆସିଲେ ଅଭିନେତ୍ରୀ

ମୁମ୍ଵାଇ ୨୧।୦୫: ୨୦୨୪ ଲୋକସଭା ନିର୍ବାଚନ ବର୍ତ୍ତମାନ ଭାରତରେ ଚାଲିଛି। ମହାରାଷ୍ଟ୍ରର ପଞ୍ଚମ ପର୍ଯ୍ୟାୟରେ ବହୁ ବଲିଉଡ ଅଭିନେତା ଭୋଟ୍ ଦେବା ପାଇଁ ସକାଳେ ନିଜ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ। ସେମାନେ ଭୋଟ୍ ଦେବା ପରେ ନିଜ ଇଙ୍କ ଲାଗିଥିବା ଆଙ୍ଗୁଠିରେ ଫଟୋ ମଧ୍ୟ ପୋଷ୍ଟ କରିଥିଲେ। ଏହି ସମୟରେ ଦୀପିକା ପାଦୁକୋନ ଏବଂ ରଣଭୀର ସିଂ ମଧ୍ୟ ନଜର ଆସିଥିଲେ। ଯେଉଁଥିରେ ଦୁହେଁ ଖୁବ୍‌ ଶୀଘ୍ର ପିତାମାତା ହେବାକୁ ଯାଉଛନ୍ତି। ଏହି ଫଟୋରେ ଦୀପିକା ପାଦୁକୋନଙ୍କ ବେବି ବମ୍ପ ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଥିଲ । ଦୀପିକା ଏବଂ ରଣଭୀର ମେଳ ଖାଉଥିବା ପୋଷାକ ପିନ୍ଧିଛନ୍ତି। ପ୍ରତ୍ୟେକ ଥର ଭଳି, ଏଥର ମଧ୍ୟ ରଣଭୀର , ଜଣେ କେଆରିଂ ସ୍ୱାମୀଙ୍କ ପରି ଦୀପିକାଙ୍କ ହାତ ଧରି ବୁଥକୁ ନେଇ ଯାଇଥିଲେ । ଭୋଟ ଦେବାକୁ ବାହାରକୁ ଯାଉଥିବା ବେଳେ ରଣଭୀର ଦୀପିକାଙ୍କୁ ସୁରକ୍ଷା ଦେଉଥିବାର ନଜର ଆସିଥିଲେ। ଉଭୟ ଦମ୍ପତି ଧଳା ସାର୍ଟ ଏବଂ ନୀଳ ରଙ୍ଗର ପ୍ୟାଣ୍ଟ ପିନ୍ଧିଥିଲେ। ଦୀପିକା ପ୍ରଥମ ଥର ପାଇଁ ନିଜ ବେବି ବମ୍ପ ଦେଖାଥିଲେ। ଏବଂ କ୍ୟାମେରାକୁ ଚାହିଁ ହସିଥିଲେ। View this post on InstagramA post shared by Viral Bhayani (@viralbhayani)ଦୀପିକା ପାଦୁକୋନ-ରଣଭୀର ସିଂ ଚଳିତ ବର୍ଷ ଫେବୃଆରୀରେ ଗର୍ଭଧାରଣ ଘୋଷଣା ବିଷୟରେ ଘୋଷଣା କରିଥିଲେ। ଏହି ଦମ୍ପତି ଏକ ପୋଷ୍ଟର ମଧ୍ୟ ସେୟାର କରିଥିଲେ। ଯେଉଁଥିରେ "ସେପ୍ଟେମ୍ବର ୨୦୨୪" ଲେଖାଯାଇ

ସ୍ଵାମୀ ରଣଭୀରଙ୍କ ସହ ଭୋଟ୍ ଦେଲେ ଦୀପିକା, ବେବି ବମ୍ପ ସହ ନଜର ଆସିଲେ ଅଭିନେତ୍ରୀ

ମୁମ୍ଵାଇ ୨୧।୦୫: ୨୦୨୪ ଲୋକସଭା ନିର୍ବାଚନ ବର୍ତ୍ତମାନ ଭାରତରେ ଚାଲିଛି। ମହାରାଷ୍ଟ୍ରର ପଞ୍ଚମ ପର୍ଯ୍ୟାୟରେ ବହୁ ବଲିଉଡ ଅଭିନେତା ଭୋଟ୍ ଦେବା ପାଇଁ ସକାଳେ ନିଜ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ। ସେମାନେ ଭୋଟ୍ ଦେବା ପରେ ନିଜ ଇଙ୍କ ଲାଗିଥିବା ଆଙ୍ଗୁଠିରେ ଫଟୋ ମଧ୍ୟ ପୋଷ୍ଟ କରିଥିଲେ। ଏହି ସମୟରେ ଦୀପିକା ପାଦୁକୋନ ଏବଂ ରଣଭୀର ସିଂ ମଧ୍ୟ ନଜର ଆସିଥିଲେ। ଯେଉଁଥିରେ ଦୁହେଁ ଖୁବ୍‌ ଶୀଘ୍ର ପିତାମାତା ହେବାକୁ ଯାଉଛନ୍ତି। ଏହି ଫଟୋରେ ଦୀପିକା ପାଦୁକୋନଙ୍କ ବେବି ବମ୍ପ ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଥିଲ । 

ଦୀପିକା ଏବଂ ରଣଭୀର ମେଳ ଖାଉଥିବା ପୋଷାକ ପିନ୍ଧିଛନ୍ତି। ପ୍ରତ୍ୟେକ ଥର ଭଳି, ଏଥର ମଧ୍ୟ ରଣଭୀର , ଜଣେ କେଆରିଂ ସ୍ୱାମୀଙ୍କ ପରି ଦୀପିକାଙ୍କ ହାତ ଧରି ବୁଥକୁ ନେଇ ଯାଇଥିଲେ । ଭୋଟ ଦେବାକୁ ବାହାରକୁ ଯାଉଥିବା ବେଳେ ରଣଭୀର ଦୀପିକାଙ୍କୁ ସୁରକ୍ଷା ଦେଉଥିବାର ନଜର ଆସିଥିଲେ। ଉଭୟ ଦମ୍ପତି ଧଳା ସାର୍ଟ ଏବଂ ନୀଳ ରଙ୍ଗର ପ୍ୟାଣ୍ଟ ପିନ୍ଧିଥିଲେ। ଦୀପିକା ପ୍ରଥମ ଥର ପାଇଁ ନିଜ ବେବି ବମ୍ପ ଦେଖାଥିଲେ। ଏବଂ କ୍ୟାମେରାକୁ ଚାହିଁ ହସିଥିଲେ। 



ଦୀପିକା ପାଦୁକୋନ-ରଣଭୀର ସିଂ ଚଳିତ ବର୍ଷ ଫେବୃଆରୀରେ ଗର୍ଭଧାରଣ ଘୋଷଣା ବିଷୟରେ ଘୋଷଣା କରିଥିଲେ। ଏହି ଦମ୍ପତି ଏକ ପୋଷ୍ଟର ମଧ୍ୟ ସେୟାର କରିଥିଲେ। ଯେଉଁଥିରେ "ସେପ୍ଟେମ୍ବର ୨୦୨୪" ଲେଖାଯାଇଥିଲା । ଦୀପିକା ଏବଂରଣଭୀରଙ୍କର ବିବାହ ପାଞ୍ଚ ବର୍ଷ ପରେ ପିତାମାତା ହେବାକୁ ଯାଉଛନ୍ତି।