ସ୍ଵାମୀଙ୍କ କଳା ରଙ୍ଗ ଯୋଗୁଁ ଘରୁ ପଳାଇଲେ ପତ୍ନୀ, ୭ ଦିନ ପରେ ମହିଳାଙ୍କୁ ଖୋଜି ବାହାର କଲା ପୋଲିସ

ନୂଆଦିଲ୍ଲୀ ୧୩।୦୯: ଉତ୍ତରପ୍ରଦେଶର ଝାନ୍‌ସୀରେ ଜଣେ ଦମ୍ପତିଙ୍କୁ  ନେଇ ଏକ ଅଜବ ମାମଲା ସାମ୍ନାକୁ ଆସିଛି ।  ଏଠାରେ ଜଣେ ମହିଳା ନିଜ ସ୍ୱାମୀଙ୍କ ସହ ରହିବାକୁ ମନା କରିଛନ୍ତି । କାରଣ ସ୍ୱାମୀଙ୍କ କଳା  ରଙ୍ଗ ତାଙ୍କର ଆଦୌ ପସନ୍ଦ ନୁହେଁ । ମାମଲାଟି  ଥାନାରେ ପହଞ୍ଚିଛି । ଲାଚୁରା ଥାନା ଅଧୀନସ୍ଥ ଏକ ଗାଁର ଉକ୍ତ ମହିଳା ହଠାତ୍‌ ଘରୁ କେଉଁଆଡ଼େ ଚାଲିଯିବା ପରେ  ଘଟଣାଟି ସାମ୍ନାକୁ ଆସିଲା । ସ୍ୱାମୀ ତାଙ୍କୁ ଅନେକ ଖୋଜାଖୋଜି କରି  ପାଇଲେ ନାହିଁ । ୭ ଦିନ ପରେ ପୋଲିସ ମହିଳାଙ୍କୁ ଖୋଜି ବାହାରକଲା । କିନ୍ତୁ  ସ୍ୱାମୀଙ୍କ ସହିତ ରହିବାକୁ ସେ ପୋଲିସକୁ ସିଧା ସିଧା ମନା କରିଦେଲେ । କାରଣ ପଚାରିବାରୁ   କହିଲେ, ସ୍ୱାମୀଙ୍କ କଳା ରଙ୍ଗ ଯୋଗୁ ତାଙ୍କ ସହ ନ ରହିବାକୁ ସେ ନିଷ୍ପତ୍ତି ନେଇଛନ୍ତି । ଲାଚୁରା ଡ୍ୟାମ୍‌ ଅଞ୍ଚଳ ବାସିନ୍ଦା ଦୁର୍ଗାପାଲ ୬ ବର୍ଷ ତଳେ ରୋରା ଗାଁର ଜ୍ୟୋତିଙ୍କୁ ବିବାହ  କରିଥିଲେ । ଚଳିତ ମାସ ୨ ତାରିଖରେ ଜ୍ୟୋତି ହଠାତ୍‌ ଘରୁ ଚାଲିଗଲେ । ଦୁର୍ଗାପାଲ   ତାଙ୍କୁ ଖୋଜି ନ ପାଇବାରୁ ଥାନାରେ ରିପୋର୍ଟ କଲେ ଏବଂ ଘରୁ ଟଙ୍କା ଓ ଗହଣା ଚୋରି  ହେବା କଥା ମଧ୍ୟ ପୋଲିସକୁ ସୂଚନା ଦେଲେ । ସିସିଟିଭି ଫୁଟେଜ୍‌ ଓ ଫୋନ୍‌ କଲ୍‌ ତଥ୍ୟ  ଜରିଆରେ ପୋଲିସ ଯାଞ୍ଚ୍‌ ଆରମ୍ଭ କଲା । ଦୁଇ ଜଣ ବ୍ୟକ୍ତିଙ୍କ ସହିତ ଜ୍ୟୋତି ବାଇକ୍‌ରେ  ଘରୁ ଚାଲିଯାଇଥିବା ଜଣାପଡ଼ିଲା । ଅନେକ ଦିନ ଖୋଜାଖୋଜି ପରେ ପୋଲିସ ଜ୍ୟୋତିଙ୍କୁ ମଧ୍

ସ୍ଵାମୀଙ୍କ କଳା ରଙ୍ଗ ଯୋଗୁଁ ଘରୁ ପଳାଇଲେ ପତ୍ନୀ, ୭ ଦିନ ପରେ ମହିଳାଙ୍କୁ ଖୋଜି ବାହାର କଲା ପୋଲିସ

ନୂଆଦିଲ୍ଲୀ ୧୩।୦୯: ଉତ୍ତରପ୍ରଦେଶର ଝାନ୍‌ସୀରେ ଜଣେ ଦମ୍ପତିଙ୍କୁ  ନେଇ ଏକ ଅଜବ ମାମଲା ସାମ୍ନାକୁ ଆସିଛି ।  ଏଠାରେ ଜଣେ ମହିଳା ନିଜ ସ୍ୱାମୀଙ୍କ ସହ ରହିବାକୁ ମନା କରିଛନ୍ତି । କାରଣ ସ୍ୱାମୀଙ୍କ କଳା  ରଙ୍ଗ ତାଙ୍କର ଆଦୌ ପସନ୍ଦ ନୁହେଁ । ମାମଲାଟି  ଥାନାରେ ପହଞ୍ଚିଛି । ଲାଚୁରା ଥାନା ଅଧୀନସ୍ଥ ଏକ ଗାଁର ଉକ୍ତ ମହିଳା ହଠାତ୍‌ ଘରୁ କେଉଁଆଡ଼େ ଚାଲିଯିବା ପରେ  ଘଟଣାଟି ସାମ୍ନାକୁ ଆସିଲା । ସ୍ୱାମୀ ତାଙ୍କୁ ଅନେକ ଖୋଜାଖୋଜି କରି  ପାଇଲେ ନାହିଁ । ୭ ଦିନ ପରେ ପୋଲିସ ମହିଳାଙ୍କୁ ଖୋଜି ବାହାରକଲା । 

କିନ୍ତୁ  ସ୍ୱାମୀଙ୍କ ସହିତ ରହିବାକୁ ସେ ପୋଲିସକୁ ସିଧା ସିଧା ମନା କରିଦେଲେ । କାରଣ ପଚାରିବାରୁ   କହିଲେ, ସ୍ୱାମୀଙ୍କ କଳା ରଙ୍ଗ ଯୋଗୁ ତାଙ୍କ ସହ ନ ରହିବାକୁ ସେ ନିଷ୍ପତ୍ତି ନେଇଛନ୍ତି । ଲାଚୁରା ଡ୍ୟାମ୍‌ ଅଞ୍ଚଳ ବାସିନ୍ଦା ଦୁର୍ଗାପାଲ ୬ ବର୍ଷ ତଳେ ରୋରା ଗାଁର ଜ୍ୟୋତିଙ୍କୁ ବିବାହ  କରିଥିଲେ । ଚଳିତ ମାସ ୨ ତାରିଖରେ ଜ୍ୟୋତି ହଠାତ୍‌ ଘରୁ ଚାଲିଗଲେ । ଦୁର୍ଗାପାଲ   ତାଙ୍କୁ ଖୋଜି ନ ପାଇବାରୁ ଥାନାରେ ରିପୋର୍ଟ କଲେ ଏବଂ ଘରୁ ଟଙ୍କା ଓ ଗହଣା ଚୋରି  ହେବା କଥା ମଧ୍ୟ ପୋଲିସକୁ ସୂଚନା ଦେଲେ । ସିସିଟିଭି ଫୁଟେଜ୍‌ ଓ ଫୋନ୍‌ କଲ୍‌ ତଥ୍ୟ  ଜରିଆରେ ପୋଲିସ ଯାଞ୍ଚ୍‌ ଆରମ୍ଭ କଲା । ଦୁଇ ଜଣ ବ୍ୟକ୍ତିଙ୍କ ସହିତ ଜ୍ୟୋତି ବାଇକ୍‌ରେ  ଘରୁ ଚାଲିଯାଇଥିବା ଜଣାପଡ଼ିଲା । 

ଅନେକ ଦିନ ଖୋଜାଖୋଜି ପରେ ପୋଲିସ ଜ୍ୟୋତିଙ୍କୁ ମଧ୍ୟପ୍ରଦେଶର ଛତରପୁରଠାରେ  ଠାବ କଲା । ତାଙ୍କୁ ଥାନାକୁ ଆଣି   ପଚରାଉଚରା କଲା । ଜ୍ୟୋତିଙ୍କ ଉତ୍ତର ସମସ୍ତଙ୍କୁ ଚକିତ କଲା ।  ସ୍ୱାମୀଙ୍କ କଳା ରଙ୍ଗ ଯୋଗୁ ସେ ଘର  ଛାଡ଼ିଥିବା କହିଲେ । ଏଥିସହିତ ଶାଶୂଘର  ଲୋକ ଯୌତୁକ ଦାବି କରୁଥିବା କଥା ମଧ୍ୟ କହିଲେ । ଅନ୍ୟପକ୍ଷେ, ଦୁର୍ଗାପାଲ କହିଛନ୍ତି ଜ୍ୟୋତିଙ୍କ ବ୍ୟବହାର ତାଙ୍କ ପ୍ରତି  ଠିକ୍‌ ନ ଥିଲା । ତାଙ୍କ ପରିବାରକୁ ଜ୍ୟୋତି ପସନ୍ଦ କରୁନଥିଲେ ଏବଂ ସେମାନଙ୍କଠୁ ଦୂରେଇ ରହିବାକୁ ଚାହୁଁଥିଲେ । ସେ  ଆହୁରି ଅଭିଯୋଗ କରିଛନ୍ତି, ଜ୍ୟୋତି ତାଙ୍କୁ ୧୦ ଲକ୍ଷ ଟଙ୍କା   ଦେବାକୁ ଦାବି କରିଥିଲେ । ନ ଦେଲେ ତାଙ୍କ ବିରୋଧରେ  ଓ ତାଙ୍କ ପରିବାର ବିରୋଧରେ ମାମଲା ରୁଜୁ କରିବାକୁ  ଧମକ ଦେଇଥିଲେ ।