ସ୍ୱପ୍ନରେ ହାତୀ ଦେଖୁଛନ୍ତି କି ? ସ୍ୱପ୍ନଶାସ୍ତ୍ର ଅନୁସାରେ ଶୁଭ ନା ଅଶୁଭ ?

ନୂଆଦିଲ୍ଲୀ 14/02 :  ରାତିରେ ଶୋଇବା ସମୟରେ ପ୍ରାୟ ସମସ୍ତେ ସ୍ୱପ୍ନ ଦେଖନ୍ତି। କିଛି ସ୍ୱପ୍ନ ଭଲ ହୋଇଥାଏ ତ କିଛି ଖରାପ। ସ୍ୱପ୍ନଶାସ୍ତ୍ର ଅନୁସାରେ ପ୍ରତି ସ୍ୱପ୍ନର କିଛି ନା କିଛି ଅର୍ଥ ନିହାତି ରହିଥାଏ। ଯଦି ଆପଣଙ୍କୁ ସ୍ୱପ୍ନରେ ହାତୀ ଦେଖା ଯାଇଥାଏ ତାରା ଏକ ଖାସ୍ ଅର୍ଥ ରହିଥାଏ। ହାତୀକୁ ଐଶ୍ୱର୍ଯ୍ୟ ଓ ସୌଭାଗ୍ୟର ପ୍ରତୀକ ବୋଲି କୁହଯାଇଥାଏ। ହାତୀକୁ ସ୍ୱପ୍ନରେ ଦେଖିବା ଶୁଭ ବୋଲି କୁହାଯାଇଥାଏ। ଏହାଦ୍ୱାର ଘରେ ସୁଖ ଶାନ୍ତି ବଢ଼ିଥାଏ। ତେବେ ଆସନ୍ତୁ ଜାଣିବା ଏ ବିଷୟରେ ବିସ୍ତୃତରେ। ସ୍ୱପ୍ନରେ ହାତୀ ଦେଖିବାର ଅର୍ଥ ହେଉଛି ତୁମେ ସମ୍ମାନ ଲାଭ କରିବ। ଏହା କିଛି ବଡ଼ ସଫଳତାର ସୂଚକ ବୋଲି ବିବେଚନା କରାଯାଏ ।  ସ୍ୱପ୍ନ ଶାସ୍ତ୍ର ଅନୁସାରେ ଏହା ଦ୍ୱାରା ସୁଖ ଶାନ୍ତି   ମିଳିଥାଏ।  ଯଦି ତୁମେ ସ୍ୱପ୍ନରେ ହାତୀ ଉପରେ ବସିଥିବା ଦେଖୁଛ, ଏହାର ଅର୍ଥ ହେଉଛି ତୁମେ ଶୀଘ୍ର ପଦୋନ୍ନତି ପାଇବାକୁ ଯାଉଛ। ଯଦି ସ୍ୱପ୍ନରେ ଯୋଡ଼ା ହାତୀ ଦେଖୁଛ ତେବେ ଏହାର ଅର୍ଥ ହେଉଛି ଦାମ୍ପତ୍ୟ ଜୀବନରେ ସୁଖ ଆଣିଥାଏ । ଅର୍ଥାତ୍ ଏହା ସୁଖୀ ବୈବାହିକ ଜୀବନର ପ୍ରତୀକ । ସ୍ୱପ୍ନରେ ଯଦି ହାତୀର ଶୁଣ୍ଢ ଦେଖୁଛନ୍ତି ତାହେଲେ ଭବିଷ୍ୟତରେ କିଛି ଶୁଭ ଘଟଣା ଘଟିବାର ସଂକେତ ଦୋଇଥାଏ। ଏହାସହ  ଆକସ୍ମିକ ଧନ ଲାଭର ସଂକେତ ବି ଦେଇଥାଏ।  ଯଦି ହାତୀକୁ ନାଚୁଥିବାର ଦେଖିବେ ଏହାର ଅର୍ଥ ଖୁବଶୀଘ୍ର  ଆପଣ ଅନେକ ସମସ୍ୟାରୁ ମୁକ୍ତି ପାଇଯିବେ। କିନ୍ତୁ ସ୍ୱପ୍ନରେ

ସ୍ୱପ୍ନରେ ହାତୀ ଦେଖୁଛନ୍ତି କି ? ସ୍ୱପ୍ନଶାସ୍ତ୍ର ଅନୁସାରେ ଶୁଭ ନା ଅଶୁଭ ?

ନୂଆଦିଲ୍ଲୀ 14/02 :  ରାତିରେ ଶୋଇବା ସମୟରେ ପ୍ରାୟ ସମସ୍ତେ ସ୍ୱପ୍ନ ଦେଖନ୍ତି। କିଛି ସ୍ୱପ୍ନ ଭଲ ହୋଇଥାଏ ତ କିଛି ଖରାପ। ସ୍ୱପ୍ନଶାସ୍ତ୍ର ଅନୁସାରେ ପ୍ରତି ସ୍ୱପ୍ନର କିଛି ନା କିଛି ଅର୍ଥ ନିହାତି ରହିଥାଏ। ଯଦି ଆପଣଙ୍କୁ ସ୍ୱପ୍ନରେ ହାତୀ ଦେଖା ଯାଇଥାଏ ତାରା ଏକ ଖାସ୍ ଅର୍ଥ ରହିଥାଏ। ହାତୀକୁ ଐଶ୍ୱର୍ଯ୍ୟ ଓ ସୌଭାଗ୍ୟର ପ୍ରତୀକ ବୋଲି କୁହଯାଇଥାଏ। ହାତୀକୁ ସ୍ୱପ୍ନରେ ଦେଖିବା ଶୁଭ ବୋଲି କୁହାଯାଇଥାଏ। ଏହାଦ୍ୱାର ଘରେ ସୁଖ ଶାନ୍ତି ବଢ଼ିଥାଏ। ତେବେ ଆସନ୍ତୁ ଜାଣିବା ଏ ବିଷୟରେ ବିସ୍ତୃତରେ। 

ସ୍ୱପ୍ନରେ ହାତୀ ଦେଖିବାର ଅର୍ଥ ହେଉଛି ତୁମେ ସମ୍ମାନ ଲାଭ କରିବ। ଏହା କିଛି ବଡ଼ ସଫଳତାର ସୂଚକ ବୋଲି ବିବେଚନା କରାଯାଏ ।  ସ୍ୱପ୍ନ ଶାସ୍ତ୍ର ଅନୁସାରେ ଏହା ଦ୍ୱାରା ସୁଖ ଶାନ୍ତି   ମିଳିଥାଏ।  ଯଦି ତୁମେ ସ୍ୱପ୍ନରେ ହାତୀ ଉପରେ ବସିଥିବା ଦେଖୁଛ, ଏହାର ଅର୍ଥ ହେଉଛି ତୁମେ ଶୀଘ୍ର ପଦୋନ୍ନତି ପାଇବାକୁ ଯାଉଛ। ଯଦି ସ୍ୱପ୍ନରେ ଯୋଡ଼ା ହାତୀ ଦେଖୁଛ ତେବେ ଏହାର ଅର୍ଥ ହେଉଛି ଦାମ୍ପତ୍ୟ ଜୀବନରେ ସୁଖ ଆଣିଥାଏ । ଅର୍ଥାତ୍ ଏହା ସୁଖୀ ବୈବାହିକ ଜୀବନର ପ୍ରତୀକ । ସ୍ୱପ୍ନରେ ଯଦି ହାତୀର ଶୁଣ୍ଢ ଦେଖୁଛନ୍ତି ତାହେଲେ ଭବିଷ୍ୟତରେ କିଛି ଶୁଭ ଘଟଣା ଘଟିବାର ସଂକେତ ଦୋଇଥାଏ। ଏହାସହ  ଆକସ୍ମିକ ଧନ ଲାଭର ସଂକେତ ବି ଦେଇଥାଏ।  ଯଦି ହାତୀକୁ ନାଚୁଥିବାର ଦେଖିବେ ଏହାର ଅର୍ଥ ଖୁବଶୀଘ୍ର  ଆପଣ ଅନେକ ସମସ୍ୟାରୁ ମୁକ୍ତି ପାଇଯିବେ। କିନ୍ତୁ ସ୍ୱପ୍ନରେ ହାତୀକୁ ଛିଡ଼ା ହେବା କିମ୍ବା ଅଟକିଥିବା ଦେଖିବା ଅଶୁଭ ବୋଲି କୁହାଯାଇଥାଏ।  ଇଏ କୌଣସି କାମରେ ବାଧା ସୃଷ୍ଟି କରିଥାଏ।  

Also Read-

ସ୍ବପ୍ନରେ ଗଣେଶଙ୍କ ବିଭିନ୍ନ ରୂପ ଦେଖିବାର ଅର୍ଥ କ'ଣ ? ଜାଣନ୍ତୁ କଣ କୁହେ ସ୍ବପ୍ନ ଶାସ୍ତ୍ର…