ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା, ଅଭିଯୁକ୍ତ ବିଭବ କୁମାରଙ୍କ ଜାମିନ୍‌ ଆବେଦନ ଖାରଜ

ଆମ୍ ଆଦମୀ ପାର୍ଟି ସାଂସଦ ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ପିଏ ବିଭବ କୁମାରଙ୍କ ଜାମିନ୍‌ ଆବେଦନ ଖାରଜ ହୋଇଛି । ସେ ତିସ୍‌ ହଜାରୀ କୋର୍ଟରେ ଆବେଦନ ଦାଖଲ କରିଥିଲେ । କିନ୍ତୁ ଅତିରିକ୍ତ ସେସନ୍ସ ଜଜ୍‌ ସୁଶୀଲ ଅନୁଜ ତ୍ୟାଗୀ ତାଙ୍କୁ ଆଶ୍ୱସ୍ତି ଦେବାକୁ ମନା କରି ଦେଇଛନ୍ତି । ଏବେ କୁହାଯାଉଛି ଯେ ବିଭବ କୁମାର ଏହି ନିଷ୍ପତ୍ତି ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଅପିଲ୍‌ ଦାଏର କରିବେ […] The post ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା, ଅଭିଯୁକ୍ତ ବିଭବ କୁମାରଙ୍କ ଜାମିନ୍‌ ଆବେଦନ ଖାରଜ appeared first on KNews Odisha.

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା, ଅଭିଯୁକ୍ତ ବିଭବ କୁମାରଙ୍କ ଜାମିନ୍‌ ଆବେଦନ ଖାରଜ
swari

ଆମ୍ ଆଦମୀ ପାର୍ଟି ସାଂସଦ ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ପିଏ ବିଭବ କୁମାରଙ୍କ ଜାମିନ୍‌ ଆବେଦନ ଖାରଜ ହୋଇଛି । ସେ ତିସ୍‌ ହଜାରୀ କୋର୍ଟରେ ଆବେଦନ ଦାଖଲ କରିଥିଲେ । କିନ୍ତୁ ଅତିରିକ୍ତ ସେସନ୍ସ ଜଜ୍‌ ସୁଶୀଲ ଅନୁଜ ତ୍ୟାଗୀ ତାଙ୍କୁ ଆଶ୍ୱସ୍ତି ଦେବାକୁ ମନା କରି ଦେଇଛନ୍ତି । ଏବେ କୁହାଯାଉଛି ଯେ ବିଭବ କୁମାର ଏହି ନିଷ୍ପତ୍ତି ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଅପିଲ୍‌ ଦାଏର କରିବେ ।

କହି ରଖୁଛୁ ଯେ ମେ’ ୧୩ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ସ୍ୱାତି ମାଲିଓ୍ଵାଲଙ୍କ ଉପରେ ଆକ୍ରମଣ ନେଇ ବିଭବ କୁମାରଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ଦିଲ୍ଲୀର ଏକ କୋର୍ଟରେ ତାଙ୍କର ଆଗୁଆ ଜାମିନ୍‌ ଆବେଦନ ଖାରଜ ହେବା ପରେ ପୋଲିସ ତାଙ୍କୁ ଗିରଫ କରି ନେଇଥିଲା ।

କୋର୍ଟଙ୍କ ଆଦେଶ ପରେ ବିଭବ କୁମାରଙ୍କୁ ମେ’ ୨୪ରେ ୪ ଦିନିଆ ନ୍ୟାୟିକ ହେପାଜତରେ ପଠାଯାଇଥିଲା । ସେ ମେ’ ୨୮ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ରହିବେ । ଏହା ପୂର୍ବରୁ ବିଭବଙ୍କୁ ୫ ଦିନିଆ ପୋଲିସ ହେପାଜତକୁ ପଠାଯାଇଥିଲା ।

ସ୍ୱାତି ମାଲିଓ୍ଵାଲଙ୍କ ଅଭିଯୋଗ ମୁତାବକ, ମେ’ ୧୩ରେ ବିଭବ କୁମାର ତାଙ୍କ ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣ ପରେ ମାଲିଓ୍ଵାଲ କହିିଥିଲେ ଯେ ତାଙ୍କ ବାହୂରେ ପ୍ରବଳ ଯନ୍ତ୍ରଣା ହେଉଛି ଏବଂ ସେ ଚାଲିପାରୁ ନାହାନ୍ତି ।

ଏହି ଘଟଣାରେ ପୂର୍ବରୁ ଜାତୀୟ ମହିଳା କମିଶନ (ଏନ୍‌ସିଡବ୍ଲ୍ୟୁ) ବିଭବ କୁମାରଙ୍କୁ ସମନ ପଠାଇଥିଲେ । ମହିଳା କମିଶନ ସ୍ୱାତି ମାଲିୱାଲଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ନିଜ ଅବଗତକୁ ନେଇ ବିଭବ କୁମାରଙ୍କୁ ନୋଟିସ୍‌ କରିଥିଲେ । ଗତ ୧୭ ତାରିଖ ଦିନ ୧୧ଟାରେ ତାଙ୍କୁ ହାଜର ହେବାକୁ କୁହାଯାଇଥିଲା ।

କିଛି ଦିନ ତଳେ ବିଭବ କୁମାରଙ୍କୁ ଲକ୍ଷ୍ନୌ ବିମାନବନ୍ଦରରେ ଅରବିନ୍ଦ କେଜ୍ରିୱାଲଙ୍କ ସହିତ ଦେଖା ଯାଇଥିଲା । ତେବେ ଅରବିନ୍ଦ କେଜ୍ରିୱାଲଙ୍କୁ ଯେତେବେଳେ ସ୍ୱାତି ମାଲିୱାଲଙ୍କ ମାମଲା ବିଷୟରେ ପଚରା ଯାଇଥିଲା, ସେତେବେଳେ ସେ କୌଣସି ଉତ୍ତର ଦେଇ ନ ଥିଲେ । ଏହି ସମୟରେ କେଜ୍ରିୱାଲଙ୍କୁ ବିଭବ କୁମାରଙ୍କ ସହିତ ଗାଡ଼ିରେ ବସିଥିବାର ମଧ୍ୟ ଦେଖା ଯାଇଥିଲା ।

The post ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା, ଅଭିଯୁକ୍ତ ବିଭବ କୁମାରଙ୍କ ଜାମିନ୍‌ ଆବେଦନ ଖାରଜ appeared first on KNews Odisha.