ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ବଳିଦାନ ଦିବସ ଉପଲକ୍ଷେ ଗଣଦୌଡ଼
ଭୁବନେଶ୍ୱର : ଆଜି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୬ ତମ ବଳିଦାନ ଦିବସ । ଏହି ଅବସରରେ ରାଜଧାନୀରେ ଆୟୋଜିତ ହୋଇଛି ବିଶାଳ ଗଣଦୌଡ଼ । ଏଥିରେ ବହୁ ସାଧୁସନ୍ଥ ଏବଂ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ଅନୁଗାମୀ ସାମିଲ ହୋଇଥିଲେ । ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ସ୍ମୃତି ନ୍ୟାସ ପକ୍ଷରୁ ଆୟୋଜିତ ହୋଇଛି ଏହି ଗଣ ଦୌଡ଼ । ୫୦୦୦ ରୁ ଅଧିକ ଯୁବକ ଏହି ଗଣଦୌଡରେ ସାମିଲ ହେବା ସହ ପ୍ରଦର୍ଶନୀ ପଡିଆ ନିକଟ ନିଗମାନନ୍ଦ ଆଶ୍ରମରୁ […]

ଭୁବନେଶ୍ୱର : ଆଜି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୬ ତମ ବଳିଦାନ ଦିବସ । ଏହି ଅବସରରେ ରାଜଧାନୀରେ ଆୟୋଜିତ ହୋଇଛି ବିଶାଳ ଗଣଦୌଡ଼ । ଏଥିରେ ବହୁ ସାଧୁସନ୍ଥ ଏବଂ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ଅନୁଗାମୀ ସାମିଲ ହୋଇଥିଲେ । ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ସ୍ମୃତି ନ୍ୟାସ ପକ୍ଷରୁ ଆୟୋଜିତ ହୋଇଛି ଏହି ଗଣ ଦୌଡ଼ । ୫୦୦୦ ରୁ ଅଧିକ ଯୁବକ ଏହି ଗଣଦୌଡରେ ସାମିଲ ହେବା ସହ ପ୍ରଦର୍ଶନୀ ପଡିଆ ନିକଟ ନିଗମାନନ୍ଦ ଆଶ୍ରମରୁ ଆରମ୍ଭ ହୋଇ ମାଷ୍ଟର କ୍ୟାଣ୍ଟିନ, ରାଜମହଲ ଛକ ଦେଇ ଏହି ଗଣଦୌଡ ନିଗମାନନ୍ଦ ଆଶ୍ରମ ନିକଟରେ ପହଞ୍ଚିଥିଲା । ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ତ୍ୟାଗ, ବଳିଦାନକୁ ଆଜିର ପିଢ଼ିକୁ ମନେପକେଇ ଦେବା ପାଇଁ ଏହି ଗଣ ଦୌଡ଼ର ଆୟୋଜନ କରାଯାଇଛି ।
ସୂଚନାନୁସାରେ, ୨୦୦୮ ମସିହା ଅଗଷ୍ଟ ୨୩ ତାରିଖ ଜନ୍ମାଷ୍ଟମୀ ଦିନ ଜଲେଶପଟ୍ଟା ଆଶ୍ରମରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଏବଂ ତାଙ୍କର ୪ ସହଯୋଗୀଙ୍କୁ ହତ୍ୟା କରାଯାଇଥିଲା । ଆଜି ଗଣଦୌଡ଼ର ସାମିଲ ହୋଇଥିବା ବହୁ ବିଶିଷ୍ଟ ବ୍ୟକ୍ତିମାନେ ସ୍ୱାମୀଜୀଙ୍କ ବଳିଦାନ ଦିବସରେ ଅଭିଯୁକ୍ତ ମାନଙ୍କୁ କଠୋର ଦଣ୍ଡ ବିଧାନ ଦାବି କରିବା ସହ ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କରିଛନ୍ତି ।
ଅନ୍ୟପଟେ ଆଜି ଜଲେଶପଟ୍ଟା ଆଶ୍ରମରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କର ୧୬ ତମ ବଳିଦାନ ଶ୍ରାଦ୍ଧ ଦିବସ ପାଳନ କରାଯାଉଛି । ଆଶ୍ରମ ଭିତରେ ଏବଂ ବାହାରେ ବନ୍ଧୁକଧାରୀ ପୋଲିସ ମୁତୟନ ହେବାସହ ସମଗ୍ର କନ୍ଧମାଳ ଜିଲ୍ଲାରେ ସୁରକ୍ଷା ପାଇଁ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯାଇଛି । ଜିଲ୍ଲାରେ ୨୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବା ସହ ବିଭିନ୍ନ ଚର୍ଚ୍ଚ ଏବଂ ମନ୍ଦିର ମାନଙ୍କରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି I ଏନେଇ କନ୍ଧମାଳ ଜିଲ୍ଲା ଏସପି ଶୁଭେନ୍ଦୁ କୁମାର ପାତ୍ର ସୂଚନା ଦେଇଛନ୍ତି ।