ସ୍ୱାସ୍ଥ୍ୟ ପାଇଁ ବିପଦ ହେଆର୍ ଷ୍ଟ୍ରେଟନିଂ! କିଡ୍‌ନୀ ଫେଲ୍ ହେବା ସହ ହେଉଛି ଅଲସର: ଗବେଷଣା ରିପୋର୍ଟ

ନୂଆଦିଲ୍ଲୀ: ମଥାର କୁଞ୍ଚିତ କେଶକୁ ସିଧା କରିବା ପାଇଁ ଆମେ ଯେଉଁ ଷ୍ଟ୍ରେଟନିଂ କରୁଛେ ତାହା ଆମ ପାଇଁ କେତେ ବିପଦ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ। କେଶ ଷ୍ଟ୍ରେଟନିଂ କରିବା ଦ୍ୱାରା କିଡ୍‌ନୀ ଖରାପ ଓ ଚର୍ମ ରୋଗ ହେଉଥିବା ଏକ ଗବେଷଣାରୁ ଜଣାପଡ଼ିଛି। କେଶ ଷ୍ଟ୍ରେଟନିଂ କରୁଥିବା ଜଣେ ମହିଳାଙ୍କ ଠାରେ ଏଭଳି ଲକ୍ଷ୍ୟଣ ଦେଖା ଦେଇଛି। ଗବେଷଣାରେ ଏହି ମହିଳାଙ୍କୁ ପରୀକ୍ଷଣ ପାଇଁ ନିଆଯାଇଥିବାରୁ ଗୋପନୀୟତା ଦୃଷ୍ଟିରୁ ତାଙ୍କ ନାଁ ଉହ୍ୟ ରଖାଯାଇଛି। ଗବେଷଣା ରିପୋର୍ଟ ଅନୁସାରେ, ୨୬ ବର୍ଷୀୟ ମହିଳା ଜୁନ୍ ୨୦୨୦, ଏପ୍ରିଲ ୨୦୨୧ ଓ ଜୁଲାଇ ୨୦୨୨ରେ କେଶ ଷ୍ଟ୍ରେଟନିଂ କରିଥିଲେ। ତାଙ୍କର ପୂର୍ବରୁ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ନଥିଲା। ହେଲେ ସେ ପ୍ରତ୍ୟେକ ଥର ସେଲୁନ ଯିବା ସହିତ ବାନ୍ତି, ଡାଇରିଆ, ଜ୍ୱର ଓ ଅଣ୍ଟା ଦରଜ ଭଳି ଲକ୍ଷଣ ଦେଖା ଦେଇଥିଲା। ଏଥିସହିତ ତାଙ୍କ ମୁଣ୍ଡରେ ଜ୍ୱାଳା ହେବା ସହିତ ଘାଁ ହୋଇ ଅଲ୍‌ସର ହୋଇଯାଇଥିଲା।  ମହିଳା ଜଣଙ୍କ ଡାକ୍ତରଖାନା ଯାଇ ପରୀକ୍ଷା କରାଇବାରୁ ମହିଳାଙ୍କ କିଡ୍‌ନୀରେ ସମସ୍ୟା ଥିବା ଜଣାପଡ଼ିଥିଲା। ଏଥିସହିତ ରକ୍ତରେ କ୍ରଆଟିନିନ୍‌ ମାତ୍ର ଅଧିକ ରହିବା ସହ ପରିସ୍ରାରେ ରକ୍ତ ପଡ଼ୁଥିବା ଜଣାପଡ଼ିଥିଲା। ତେବେ ସିଟି ସ୍କାନ୍‌ ପରେ ଜଣାପଡିଥିଲା ଯେ ତାଙ୍କ କିଡ୍‌ନୀରେ କୌଣସି ବ୍ଲକେଜ୍‌ ନାହିଁ। ତଥାପି ଏହିସବୁ ଲକ୍ଷଣ ଦେଖା ଦେଉଛି। ଏହାପରେ ଡାକ୍ତର ମହିଳାଙ୍କୁ ସବୁକଥା ପଚାରି ବୁଝିଥିଲେ। ମହିଳ

ସ୍ୱାସ୍ଥ୍ୟ ପାଇଁ ବିପଦ ହେଆର୍ ଷ୍ଟ୍ରେଟନିଂ! କିଡ୍‌ନୀ ଫେଲ୍ ହେବା ସହ ହେଉଛି ଅଲସର: ଗବେଷଣା ରିପୋର୍ଟ

ନୂଆଦିଲ୍ଲୀ: ମଥାର କୁଞ୍ଚିତ କେଶକୁ ସିଧା କରିବା ପାଇଁ ଆମେ ଯେଉଁ ଷ୍ଟ୍ରେଟନିଂ କରୁଛେ ତାହା ଆମ ପାଇଁ କେତେ ବିପଦ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ। କେଶ ଷ୍ଟ୍ରେଟନିଂ କରିବା ଦ୍ୱାରା କିଡ୍‌ନୀ ଖରାପ ଓ ଚର୍ମ ରୋଗ ହେଉଥିବା ଏକ ଗବେଷଣାରୁ ଜଣାପଡ଼ିଛି। କେଶ ଷ୍ଟ୍ରେଟନିଂ କରୁଥିବା ଜଣେ ମହିଳାଙ୍କ ଠାରେ ଏଭଳି ଲକ୍ଷ୍ୟଣ ଦେଖା ଦେଇଛି। ଗବେଷଣାରେ ଏହି ମହିଳାଙ୍କୁ ପରୀକ୍ଷଣ ପାଇଁ ନିଆଯାଇଥିବାରୁ ଗୋପନୀୟତା ଦୃଷ୍ଟିରୁ ତାଙ୍କ ନାଁ ଉହ୍ୟ ରଖାଯାଇଛି। 

ଗବେଷଣା ରିପୋର୍ଟ ଅନୁସାରେ, ୨୬ ବର୍ଷୀୟ ମହିଳା ଜୁନ୍ ୨୦୨୦, ଏପ୍ରିଲ ୨୦୨୧ ଓ ଜୁଲାଇ ୨୦୨୨ରେ କେଶ ଷ୍ଟ୍ରେଟନିଂ କରିଥିଲେ। ତାଙ୍କର ପୂର୍ବରୁ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ନଥିଲା। ହେଲେ ସେ ପ୍ରତ୍ୟେକ ଥର ସେଲୁନ ଯିବା ସହିତ ବାନ୍ତି, ଡାଇରିଆ, ଜ୍ୱର ଓ ଅଣ୍ଟା ଦରଜ ଭଳି ଲକ୍ଷଣ ଦେଖା ଦେଇଥିଲା। ଏଥିସହିତ ତାଙ୍କ ମୁଣ୍ଡରେ ଜ୍ୱାଳା ହେବା ସହିତ ଘାଁ ହୋଇ ଅଲ୍‌ସର ହୋଇଯାଇଥିଲା।  

ମହିଳା ଜଣଙ୍କ ଡାକ୍ତରଖାନା ଯାଇ ପରୀକ୍ଷା କରାଇବାରୁ ମହିଳାଙ୍କ କିଡ୍‌ନୀରେ ସମସ୍ୟା ଥିବା ଜଣାପଡ଼ିଥିଲା। ଏଥିସହିତ ରକ୍ତରେ କ୍ରଆଟିନିନ୍‌ ମାତ୍ର ଅଧିକ ରହିବା ସହ ପରିସ୍ରାରେ ରକ୍ତ ପଡ଼ୁଥିବା ଜଣାପଡ଼ିଥିଲା। ତେବେ ସିଟି ସ୍କାନ୍‌ ପରେ ଜଣାପଡିଥିଲା ଯେ ତାଙ୍କ କିଡ୍‌ନୀରେ କୌଣସି ବ୍ଲକେଜ୍‌ ନାହିଁ। ତଥାପି ଏହିସବୁ ଲକ୍ଷଣ ଦେଖା ଦେଉଛି। 

ଏହାପରେ ଡାକ୍ତର ମହିଳାଙ୍କୁ ସବୁକଥା ପଚାରି ବୁଝିଥିଲେ। ମହିଳା ଜଣଙ୍କ ଗ୍ଲାଇଅକ୍ସିଲିକ୍‌ ଏସିଡ୍‌ ଥିବା ଷ୍ଟ୍ରେଟନିଂ କ୍ରିମ ଦ୍ୱାରା କେଶର ଉପଚାର କରାଉଛନ୍ତି ବୋଲି କହିଥିଲେ। ଏହି ଏସିଡି ହିଁ ମୁଣ୍ଡରେ ଅଲସର ହେବାର କାରଣ ହୋଇପାରେ ବୋଲି ଡାକ୍ତର ସନ୍ଦେହ କରିଥିଲେ। 

ଏହାପରେ ଡାକ୍ତର ଏ ଦିଗରେ ପରୀକ୍ଷଣ ଆରମ୍ଭ କରିଦେଇଥିଲେ। ଏଥିରୁ ଜଣାପଡ଼ିଥିଲା ଯେ ଗ୍ଲାଇଅକ୍ସିଲିକ୍‌ ଚର୍ମ ଦେଇ ଶରୀର ବିଭିନ୍ନ ଅଙ୍ଗକୁ ଯିବା ସହ କିଡ୍‌ନୀକୁ ମଧ୍ୟ ପ୍ରଭାବିତ କରିଛି। ଯାହା ଫଳରେ ଏଭଳି ସମସ୍ୟା ଉପୁଜିଛି। ଗବେଷଣାରେ ଜଣାପଡ଼ିଥିଲା ଯେ ମହିଳା କିଡ୍‌ନୀ ଜନିତ ରୋରେ ପୀଡ଼ିତ ହୋଇଛନ୍ତି। ଯେଉଁଥି ପାଇଁ ଗ୍ଲାଇଅକ୍ସିଲିକ୍‌ ଏସିଡିକୁ ଦାୟୀ କରାଯାଇଛି। 

ମାରଲ୍ୟାଣ୍ଡ ୟୁନିଭର୍ସିଟିର ମେଡିସିନ ଓ ଫାର୍ମାସିର ସହଅଧ୍ୟାପକ ଡା.ଜୋଶୁଆ ଡେଭିଡ୍ କିଂ କହିଛନ୍ତି ଯେ ଗ୍ଲାଇଅକ୍ସିଲିକ୍‌ ଏସିଡିର ବ୍ୟବହାର ବ୍ୟାନ୍ କରାଯାଉ। ତା ବଦଳରେ ଅନ୍ୟ କିଛି ସୁରକ୍ଷିତ ସାମଗ୍ରୀ ବ୍ୟବହାର କରାଯାଉ ବୋଲି ସେ ଦାବି କରିଛନ୍ତି।

ସୂଚନା ଥାଉକି ୧୮୯୦ ମସିହାରୁ କୁଞ୍ଚିତ କେଶକୁ ସିଧା, ନରମ ଓ ଚିକ୍କଣ କରିବା ପାଇଁ ଫ୍ଲାଟେନିଂ ଓ ଷ୍ଟ୍ରେଟନିଂ ଫର୍ମୁଲା ବ୍ୟବହାର ହେଇ ଆସୁଛି। ଦୀର୍ଘଦିନ ହେଲା ଏହି ଉପଚାର ହୋଇ ଆସୁଥିବାରୁ ଏବେ ଏଥିରେ ବ୍ୟବହାର ହେଉଥିବା ସାମଗ୍ରୀର ସୁରକ୍ଷିତ କି ନା ସେ ବିଷୟରେ ଚିନ୍ତା କରିବାର ଆବଶ୍ୟକତା ରହିଛି।