ସ୍ୱାସ୍ଥ୍ୟକର୍ମୀଙ୍କ ଚରମ ଅବହେଳା, ପିଲା ବଦଳରେ ମାଆଙ୍କୁ ଦେଇଦେଲେ ଟୀକା
ଲକ୍ଷ୍ନୌ ୧୪/୦୩: ଲକ୍ଷ୍ନୌରେ ସ୍ୱାସ୍ଥ୍ୟ ବିଭାଗର ସାଙ୍ଘାତିକ ଅବହେଳା । ତିନି ମାସର ଶିଶୁକୁ ଟିକା ଆସିଥିବା ମହିଳାଙ୍କୁ ଦେଇଦେଲେ ଟିକା । ଅର୍ଥାତ୍ ଶିଶୁ ବଦଳରେ ମାଆକୁ ଦିଆଗଲା ଭାକସିନ୍ । କଥାଟି ହୁଏତ ଆଶ୍ଚର୍ଯ୍ୟ ଲାଗିପାରେ । କିନ୍ତୁ ବାସତବରେ ଏମିତି ଘଟିଛି । ହସ୍ପିଟାଲକୁ ଆସିଥିବା ଜଣେ ମହିଳାଙ୍କୁ ସେଠାରେ ଉପସ୍ଥିତ ଥିବା ଏନ୍ଏମ୍ ନର୍ସ ଶିଶୁ ବଦଳରେ ମା’ଙ୍କୁ ଟୀକା ଦେଇଥିଲେ । ଯେତେବେଳେ ମା ଶିଶୁକୁ ଟୀକା ଦେବାକୁ କହିଥିଲେ, ସେତେବେଳେ ନର୍ସ ମଧ୍ୟ ସେହି ସମାନ ସିରିଞ୍ଜରେ ଶିଶୁକୁ ଟିକା ଦେଇଥିଲେ । ସୂଚନାଥାଉକି, ଲକ୍ଷ୍ନୌର ଆଲିଗଞ୍ଜ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ପ୍ରମୁଖ ଅବହେଳା ସାମ୍ନାକୁ ଆସିଛି । ମାଡିଆବରେ ରହୁଥିବା ଜଣେ ମହିଳା ତାଙ୍କ ତିନି ମାସର ପୁଅକୁ ଟୀକାକରଣ କରିବାକୁ ଆସିଥିଲେ । ଏଥିପାଇଁ ସେ ପ୍ରଥମେ ଓପିଡିରୁ ପ୍ରସ୍ତୁତ ଏକ ପ୍ରେସକ୍ରିପସନ୍ ପାଇଥିଲେ । ଯେଉଁଥିରେ ଡାକ୍ତର ଶିଶୁର ଟୀକାକରଣ ପାଇଁ ଲେଖିଥିଲେ । ଶିପ୍ରା ନାମକ ଜଣେ ମହିଳା ସେହି ସ୍ଲିପ୍ ସହିତ ଭାକସିନ୍ କୋଠରୀକୁ ଯାଇଥିଲେ । ଯେଉଁଠାରେ ସ୍ଲିପ୍ ANM ନର୍ସଙ୍କୁ ଦିଆଯାଇଥିଲା । ତେବେ ନର୍ସ ଏତେ ବ୍ୟସ୍ତ ଥିଲେ ଯେ କାହାକୁ ଟୀକାକରଣ କରାଯିବ ତାହା ଦେଖିବା ପାଇଁ ସେ ସ୍ଲିପକୁ ମଧ୍ୟ ଦେଖି ନଥିଲେ । ନର୍ସ ଶିଶୁ ବଦଳରେ ମାଙ୍କୁ ଇଞ୍ଜେକ୍ସନ ଦେଇଥିଲେ । କିନ୍ତୁ ଯେତେବେଳେ ମହିଳା ଜାମିଲେ ସେତେବେଳେ ସେ ହାତକୁ ଛାଟିଦେଇଥିଲେ।
ଲକ୍ଷ୍ନୌ ୧୪/୦୩: ଲକ୍ଷ୍ନୌରେ ସ୍ୱାସ୍ଥ୍ୟ ବିଭାଗର ସାଙ୍ଘାତିକ ଅବହେଳା । ତିନି ମାସର ଶିଶୁକୁ ଟିକା ଆସିଥିବା ମହିଳାଙ୍କୁ ଦେଇଦେଲେ ଟିକା । ଅର୍ଥାତ୍ ଶିଶୁ ବଦଳରେ ମାଆକୁ ଦିଆଗଲା ଭାକସିନ୍ । କଥାଟି ହୁଏତ ଆଶ୍ଚର୍ଯ୍ୟ ଲାଗିପାରେ । କିନ୍ତୁ ବାସତବରେ ଏମିତି ଘଟିଛି ।
ହସ୍ପିଟାଲକୁ ଆସିଥିବା ଜଣେ ମହିଳାଙ୍କୁ ସେଠାରେ ଉପସ୍ଥିତ ଥିବା ଏନ୍ଏମ୍ ନର୍ସ ଶିଶୁ ବଦଳରେ ମା’ଙ୍କୁ ଟୀକା ଦେଇଥିଲେ । ଯେତେବେଳେ ମା ଶିଶୁକୁ ଟୀକା ଦେବାକୁ କହିଥିଲେ, ସେତେବେଳେ ନର୍ସ ମଧ୍ୟ ସେହି ସମାନ ସିରିଞ୍ଜରେ ଶିଶୁକୁ ଟିକା ଦେଇଥିଲେ ।
ସୂଚନାଥାଉକି, ଲକ୍ଷ୍ନୌର ଆଲିଗଞ୍ଜ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ପ୍ରମୁଖ ଅବହେଳା ସାମ୍ନାକୁ ଆସିଛି । ମାଡିଆବରେ ରହୁଥିବା ଜଣେ ମହିଳା ତାଙ୍କ ତିନି ମାସର ପୁଅକୁ ଟୀକାକରଣ କରିବାକୁ ଆସିଥିଲେ । ଏଥିପାଇଁ ସେ ପ୍ରଥମେ ଓପିଡିରୁ ପ୍ରସ୍ତୁତ ଏକ ପ୍ରେସକ୍ରିପସନ୍ ପାଇଥିଲେ । ଯେଉଁଥିରେ ଡାକ୍ତର ଶିଶୁର ଟୀକାକରଣ ପାଇଁ ଲେଖିଥିଲେ ।
ଶିପ୍ରା ନାମକ ଜଣେ ମହିଳା ସେହି ସ୍ଲିପ୍ ସହିତ ଭାକସିନ୍ କୋଠରୀକୁ ଯାଇଥିଲେ । ଯେଉଁଠାରେ ସ୍ଲିପ୍ ANM ନର୍ସଙ୍କୁ ଦିଆଯାଇଥିଲା । ତେବେ ନର୍ସ ଏତେ ବ୍ୟସ୍ତ ଥିଲେ ଯେ କାହାକୁ ଟୀକାକରଣ କରାଯିବ ତାହା ଦେଖିବା ପାଇଁ ସେ ସ୍ଲିପକୁ ମଧ୍ୟ ଦେଖି ନଥିଲେ । ନର୍ସ ଶିଶୁ ବଦଳରେ ମାଙ୍କୁ ଇଞ୍ଜେକ୍ସନ ଦେଇଥିଲେ । କିନ୍ତୁ ଯେତେବେଳେ ମହିଳା ଜାମିଲେ ସେତେବେଳେ ସେ ହାତକୁ ଛାଟିଦେଇଥିଲେ। ଫଳରେ ମହିଳାଙ୍କ ହାତରୁ ରକ୍ତ ବାହାରିଥିଲା ।
ଏହା ଜଣାପଡିବା ପରେ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ବଡ଼ ଧରଣର ଗଣ୍ଡଗୋଳ ହୋଇଥିଲା । ପରେ, ଯେତେବେଳେ ନର୍ସଙ୍କୁ ଶିଶୁକୁ ଟୀକାକରଣ କରିବାକୁ କୁହାଯାଇଥିଲା । ସେତେବେଳେ ସେ ଶିଶୁକୁ ସମାନ ପୁରୁଣା ସିରିଞ୍ଜରେ ଟିକା ଦେଇଥିଲେ ନର୍ସ ଜଣଙ୍କ । ପରିବାର ସଦସ୍ୟ ଏହି ପ୍ରସଙ୍ଗରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡାକ୍ତରଖାନା ପ୍ରଶାସନ କହିଛି ।