ସ୍ୱିଜରଲ୍ୟାଣ୍ଡର ଜୁନିଅର ଫେଡେରର: ଜିତିଲେ ଅଷ୍ଟ୍ରେଲିଆନ ଓପନ ବଏସ୍ ଟାଇଟଲ
ମେଲବର୍ଣ୍ଣ: ସ୍ୱିଜରଲ୍ୟାଣ୍ଡରେ ଜୁନିଅର ରୋଜର ଫେଡେରରଙ୍କ ଆବିର୍ଭାବ। ମହାନ ଟେନିସ ପ୍ଲେୟାର ରୋଜର ଫେଡେରର ଯାହା କରିପାରି ନଥିଲେ ତାହା କରି ଦେଖାଇଛନ୍ତି ଯୁବ ଟେନିସ ପ୍ଲେୟାର ହେନ୍ରୀ ବର୍ଣ୍ଣେଟ। ଶନିବାର ସେ ଅଷ୍ଟ୍ରେଲିଆନ୍ ଓପନ୍ ବଏସ୍ ଟାଇଟଲ ଜିତି ସ୍ୱିଜରଲ୍ୟାଣ୍ଡ ପାଇଁ ଗୌରବ ଆଣିଛନ୍ତି। ଟାଇଟଲ ଜିତିବା ପରେ ସେ ରୋଜର ଫେଡେରରଙ୍କୁ ତାଙ୍କର ଆଦର୍ଶ ବୋଲି କହିଛନ୍ତି। ଶନିବାର ଖେଳା ଯାଇଥିବା ଏହି ମୁକାବିଲାରେ ବର୍ଣ୍ଣେଟ୍ ଆମେରିକାର ବେଞ୍ଜାମିନ୍ ୱିଲୱର୍ଥଙ୍କୁ ୬-୩, ୬-୪ ସେଟ୍ରେ ପରାସ୍ତ କରି ଟାଇଟଲ ଜିତିଥିଲେ। ତେବେ ମେଲବର୍ଣ୍ଣ ଟ୍ରଫି ଉଠାଇବାରେ ବର୍ଣ୍ଣେଟ ଆଲେକଜାଣ୍ଡାର ଜେଭରେଭ, ନିକ୍ କିର୍ଗିଓସ୍ ଏବଂ ଗାଏଲ ମୋନଫିଲ୍ସଙ୍କ ସମକକ୍ଷ ହୋଇଛନ୍ତି।ସ୍ୱିଜରଲ୍ୟାଣ୍ଡର ମହାନ ଖେଳାଳି ରୋଜର ଫେଡେରର ତାଙ୍କର କ୍ୟାରିୟରରେ ୨୦ଟି ଗ୍ରାଣ୍ଡସ୍ଲାମ ଟାଇଟଲ ମଧ୍ୟରୁ ୬ଟି ଅଷ୍ଟ୍ରେଲିଆନ୍ ଓପନ୍ ଜିତିଥିଲେ। ହେଲେ ଜୁନିଅର ବର୍ଗରେ ସେ କୌଣସି ଟାଇଟଲ ଜିତିପାରି ନଥିଲେ। ବର୍ଣ୍ଣେଟଙ୍କୁ ଫେଡେରଙ୍କ ସହିତ ତୁଳନା କରାଯିବାର କାରଣ ହେଉଛି ତାଙ୍କ ମଧ୍ୟରେ ଅନେକ ସାମଞ୍ଜସ୍ୟତା ରହିଛି। ଉଭୟ ବର୍ଣ୍ଣେଟ୍ ଏବଂ ଫେଡେରର୍ ବାସେଲର ବାସିନ୍ଦା ହୋଇଥିବା ବେଳେ ସେମାନେ ଗୋଟିଏ ଟେନିସ୍ କ୍ଲବ୍, ଟିସି ଓଲ୍ଡ ବଏଜ୍ ବାସେଲରୁ ଆସିଛନ୍ତି। ଏଥିସହିତ ବେର୍ଣ୍ଣେଟ ଫେଡେଡରଙ୍କ ପରି ସେହି କ୍ଲାସିକ୍ ୱାନ ହ୍ୟାଣ୍ଡେଡ ବ୍ୟାକହ୍ୟାଣ୍ଡର ଉପଯୋଗ କରନ
ମେଲବର୍ଣ୍ଣ: ସ୍ୱିଜରଲ୍ୟାଣ୍ଡରେ ଜୁନିଅର ରୋଜର ଫେଡେରରଙ୍କ ଆବିର୍ଭାବ। ମହାନ ଟେନିସ ପ୍ଲେୟାର ରୋଜର ଫେଡେରର ଯାହା କରିପାରି ନଥିଲେ ତାହା କରି ଦେଖାଇଛନ୍ତି ଯୁବ ଟେନିସ ପ୍ଲେୟାର ହେନ୍ରୀ ବର୍ଣ୍ଣେଟ। ଶନିବାର ସେ ଅଷ୍ଟ୍ରେଲିଆନ୍ ଓପନ୍ ବଏସ୍ ଟାଇଟଲ ଜିତି ସ୍ୱିଜରଲ୍ୟାଣ୍ଡ ପାଇଁ ଗୌରବ ଆଣିଛନ୍ତି। ଟାଇଟଲ ଜିତିବା ପରେ ସେ ରୋଜର ଫେଡେରରଙ୍କୁ ତାଙ୍କର ଆଦର୍ଶ ବୋଲି କହିଛନ୍ତି।
ଶନିବାର ଖେଳା ଯାଇଥିବା ଏହି ମୁକାବିଲାରେ ବର୍ଣ୍ଣେଟ୍ ଆମେରିକାର ବେଞ୍ଜାମିନ୍ ୱିଲୱର୍ଥଙ୍କୁ ୬-୩, ୬-୪ ସେଟ୍ରେ ପରାସ୍ତ କରି ଟାଇଟଲ ଜିତିଥିଲେ। ତେବେ ମେଲବର୍ଣ୍ଣ ଟ୍ରଫି ଉଠାଇବାରେ ବର୍ଣ୍ଣେଟ ଆଲେକଜାଣ୍ଡାର ଜେଭରେଭ, ନିକ୍ କିର୍ଗିଓସ୍ ଏବଂ ଗାଏଲ ମୋନଫିଲ୍ସଙ୍କ ସମକକ୍ଷ ହୋଇଛନ୍ତି।
ସ୍ୱିଜରଲ୍ୟାଣ୍ଡର ମହାନ ଖେଳାଳି ରୋଜର ଫେଡେରର ତାଙ୍କର କ୍ୟାରିୟରରେ ୨୦ଟି ଗ୍ରାଣ୍ଡସ୍ଲାମ ଟାଇଟଲ ମଧ୍ୟରୁ ୬ଟି ଅଷ୍ଟ୍ରେଲିଆନ୍ ଓପନ୍ ଜିତିଥିଲେ। ହେଲେ ଜୁନିଅର ବର୍ଗରେ ସେ କୌଣସି ଟାଇଟଲ ଜିତିପାରି ନଥିଲେ। ବର୍ଣ୍ଣେଟଙ୍କୁ ଫେଡେରଙ୍କ ସହିତ ତୁଳନା କରାଯିବାର କାରଣ ହେଉଛି ତାଙ୍କ ମଧ୍ୟରେ ଅନେକ ସାମଞ୍ଜସ୍ୟତା ରହିଛି।
ଉଭୟ ବର୍ଣ୍ଣେଟ୍ ଏବଂ ଫେଡେରର୍ ବାସେଲର ବାସିନ୍ଦା ହୋଇଥିବା ବେଳେ ସେମାନେ ଗୋଟିଏ ଟେନିସ୍ କ୍ଲବ୍, ଟିସି ଓଲ୍ଡ ବଏଜ୍ ବାସେଲରୁ ଆସିଛନ୍ତି। ଏଥିସହିତ ବେର୍ଣ୍ଣେଟ ଫେଡେଡରଙ୍କ ପରି ସେହି କ୍ଲାସିକ୍ ୱାନ ହ୍ୟାଣ୍ଡେଡ ବ୍ୟାକହ୍ୟାଣ୍ଡର ଉପଯୋଗ କରନ୍ତି ଯାହା ଫେଡେରରଙ୍କ ପାଇଁ ବହୁତ ଭଲ ଥିଲା। ତା ସହିତ ବର୍ଣ୍ଣେଟଙ୍କୁ ବର୍ତ୍ତମାନ ସେଭେରିନ୍ ଲୁଥି କୋଚିଂ ଦେଉଛନ୍ତି, ଦୀର୍ଘଦିନ ପର୍ଯ୍ୟନ୍ତ ରୋଜର ଫେଡେରରଙ୍କ ମଧ୍ୟ କୋଚ୍ ଥିଲେ।
ବର୍ଣ୍ଣେଟ ବର୍ତ୍ତମାନ ଏଟିପି ଟୁର ପାଇଁ ଚୟନ ହୋଇଥିବା ବେଳେ ତାଙ୍କୁ ନେଇ କରାଯାଇଥିବା ତୁଳନା ବିଷୟରେ ପଚାରିବାରୁ ଏଥିରେ ଉତ୍ସାହିତ ନାହାନ୍ତି ବୋଲି କହିଛନ୍ତି। ବରଂ ଏଥିରେ ତାଙ୍କୁ ପ୍ରେରଣ ମିଳୁଛି ବୋଲି ସେ କହିଛନ୍ତି। ବର୍ଣ୍ଣେଟ କହିଛନ୍ତି “ମୁଁ କେବଳ ନିଜକୁ ବିକାଶ କରିବାକୁ ଚେଷ୍ଟା କରୁଛି, ମୁଁ ମୋ ସଫଳ ଯାତ୍ରା ନିଜେ କରିବାକୁ ଚେଷ୍ଟା କରୁଛି।”
ବର୍ଣ୍ଣେଟ ଆହୁରି କହିଛନ୍ତି “କିନ୍ତୁ ଅନେକ ସମୟରେ ମୋତେ ତୁଳନା କରାଯାଉଛି। ହେଲେଏହା ମୋ ପାଇଁ କୌଣସି ସମସ୍ୟା ନୁହେଁ, ବଂର ଏହା ଏକ ପ୍ରେରଣା।” ସେ କେବଳ ଥରେ ମାତ୍ର ଫେଡେରରଙ୍କୁ ଭେଟିଛନ୍ତି ବୋଲି ବର୍ଣ୍ଣେଟ କହିଛନ୍ତି। ତେବେ ସେ ଫେଡେରରଙ୍କ ସହ କଥା ହେବାକୁ ଖୁବ୍ ଆଗ୍ରହୀ ବୋଲି କହିଛନ୍ତି।