ସ୍ୱେଚ୍ଛାକୃତ ଅବସର ନେଲେ IPS ସଂଜୟ ସିଂହ

ସଂଜୟ ସିଂହ ହେଉଛନ୍ତି ୧୯୯୬ ବ୍ୟାଚ୍‌ର ଓଡ଼ିଶା କ୍ୟାଡରର ଆଇପିଏସ୍ ଅଫିସର।

ସ୍ୱେଚ୍ଛାକୃତ ଅବସର ନେଲେ IPS ସଂଜୟ ସିଂହ

ସ୍ୱେଚ୍ଛାକୃତ ଅବସର (ଭିଆରଏସ୍‌) ନେଲେ ଓଡ଼ିଶା କ୍ୟାଡର IPS ଅଫିସର ସଂଜୟ ସିଂହ। ୧୯୯୬ ବ୍ୟାଚ୍‌ର ଏହି ବରିଷ୍ଠ IPS ଅଧିକାରୀଙ୍କୁ ଭିଆରଏସ୍‌ ପାଇଁ ଅନୁମତି ମିଳିଛି। ତାଙ୍କ ଆବେଦନକୁ ମଞ୍ଜୁର କରିଛି ରାଜ୍ୟ ଗୃହ ବିଭାଗ। 

ସଞ୍ଜୟ ସିଂହ ଏବେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଡେପୁଟି ଡିଜି ଭାବେ ଦାୟିତ୍ୱରେ ଥିଲେ। ତେବେ ସେ କାହିଁକି ଭିଆରଏସ୍ ନେଲେ ସେ ସମ୍ପର୍କରେ
କୌଣସି ସୂଚନା ମିଳିପାରିନି।

ସଞ୍ଜୟ ସିଂହ ଓଡ଼ିଶା ପୁଲିସ୍‌ରେ ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିଥିଲେ। ତା’ ସହିତ ସେ ସିବିଆଇରେ ମଧ୍ୟ ଥିଲେ। ସେ ସିବିଆଇରେ ଡିଆଇଜି ରାଙ୍କରେ ଥିଲେ ଓ ଅନେକ ହାଇପ୍ରୋଫାଇଲ କେସ୍‌ର ଦାୟିତ୍ୱ ତାଙ୍କୁ ଦିଆଯାଇଥିଲା। 

୨୦୨୧ରେ ସେ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ ଓ ତାଙ୍କୁ ନାରକୋଟିକ୍‌ସ କଣ୍ଟ୍ରୋଲ ବ୍ୟୁରୋରେ ଡେପୁଟି ଡାଇରେକ୍ଟର ଜେନେରାଲ ବା ଡିଡିଜି ପଦରେ ନିଯୁକ୍ତି ଦିଆଯାଇଥିଲା।