ସଡ଼କ ଦୁର୍ଘଟଣାରେ ୪ ମୃତ, ଟ୍ରକ ଛାଡ଼ି ଡ୍ରାଇଭର ଫେରାର

ଭଦ୍ରକ/ବାରିପଦା: ଭଦ୍ରକ ଓ ବାରିପଦାରେ ଦୁଇ ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଭଦ୍ରକ ଜିଲ୍ଲାରେ ଟ୍ରକ୍-ବାଇକ୍ ଧକ୍କାରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଭଦ୍ରକ ଗ୍ରାମାଂଚଳ ଥାନା ଅଧୀନ ରାନ୍ଦିଆ ଫିଲ୍ମ ହଲ ସାମ୍ନା ରେ ଦୁର୍ଘଟଣା ଘଟିଛି।ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ମୃତ ଦୁଇ ଯୁବକ ଭଦ୍ରକ ଗ୍ରାମାଂଚଳ ଥାନା ଅନ୍ତର୍ଗତ ଅଞ୍ଚଳର ବୋଲି କୁହା ଯାଉଛି। ଦୁର୍ଘଟଣା ପରେ  ଡ୍ରାଇଭର ଟ୍ରକ୍ ଛାଡି ଫେରାର ହୋଇଛନ୍ତି ।ଅନ୍ୟପଟେ ବାଙ୍ଗିରିପୋଷି  ସ୍ଥିତ ଦ୍ଵାରଶୁଣୀ ଘାଟିରେ ଦୁର୍ଘଟଣା ଘଟିଛି। ବୁଲେଟକୁ ଟ୍ରକ୍ ଧକ୍କା ଦେବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଦୁଇ ମୃତକ ବହଳଦା ବ୍ଲକ ଅଞ୍ଚଳର ବାପା  ଓ ପୁଅ ।  ଦୁଇ ମୃତକ ବିଶୋଇ ଆଡ଼କୁ ଯାଉଥିବା ବେଳେ ବୁଲେଟକୁ ପଛ ପଟୁ ଟ୍ରକ୍ ଧକ୍କା ଦେଇ ଫେରାର ହୋଇଯାଇଛି   ।  ଘଟଣାସ୍ଥଳରେ  ପୋଲିସ ଓ ଅଗ୍ନିଶମ ବାହିନୀର ତଦନ୍ତ ଆରମ୍ଭ।

ସଡ଼କ ଦୁର୍ଘଟଣାରେ ୪ ମୃତ, ଟ୍ରକ ଛାଡ଼ି ଡ୍ରାଇଭର ଫେରାର

ଭଦ୍ରକ/ବାରିପଦା: ଭଦ୍ରକ ଓ ବାରିପଦାରେ ଦୁଇ ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଭଦ୍ରକ ଜିଲ୍ଲାରେ ଟ୍ରକ୍-ବାଇକ୍ ଧକ୍କାରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଭଦ୍ରକ ଗ୍ରାମାଂଚଳ ଥାନା ଅଧୀନ ରାନ୍ଦିଆ ଫିଲ୍ମ ହଲ ସାମ୍ନା ରେ ଦୁର୍ଘଟଣା ଘଟିଛି।ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ମୃତ ଦୁଇ ଯୁବକ ଭଦ୍ରକ ଗ୍ରାମାଂଚଳ ଥାନା ଅନ୍ତର୍ଗତ ଅଞ୍ଚଳର ବୋଲି କୁହା ଯାଉଛି। ଦୁର୍ଘଟଣା ପରେ  ଡ୍ରାଇଭର ଟ୍ରକ୍ ଛାଡି ଫେରାର ହୋଇଛନ୍ତି ।

ଅନ୍ୟପଟେ ବାଙ୍ଗିରିପୋଷି  ସ୍ଥିତ ଦ୍ଵାରଶୁଣୀ ଘାଟିରେ ଦୁର୍ଘଟଣା ଘଟିଛି। ବୁଲେଟକୁ ଟ୍ରକ୍ ଧକ୍କା ଦେବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଦୁଇ ମୃତକ ବହଳଦା ବ୍ଲକ ଅଞ୍ଚଳର ବାପା  ଓ ପୁଅ ।  ଦୁଇ ମୃତକ ବିଶୋଇ ଆଡ଼କୁ ଯାଉଥିବା ବେଳେ ବୁଲେଟକୁ ପଛ ପଟୁ ଟ୍ରକ୍ ଧକ୍କା ଦେଇ ଫେରାର ହୋଇଯାଇଛି   ।  ଘଟଣାସ୍ଥଳରେ  ପୋଲିସ ଓ ଅଗ୍ନିଶମ ବାହିନୀର ତଦନ୍ତ ଆରମ୍ଭ।