ହଂସପାଳରେ ଟ୍ରାଫିକ ସମସ୍ୟାରୁ ମୁକ୍ତି,ଉଦ୍‌ଘାଟିତ ହେଲା ହଂସପାଳ ଫ୍ଲାଏ ଓଭରବ୍ରିଜ

ଭୁବନେଶ୍ବର ୨୧/୧: ମଙ୍ଗଳବାର ଉଦ୍‌ଘାଟିତ ହୋଇଛି ବହୁ ପ୍ରତିକ୍ଷୀତ ହଂସପାଳ ଫ୍ଲାଏ ଓଭରବ୍ରିଜ । ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଏହାର ଉଦ୍‌ଘାଟନ କରିଛନ୍ତି ।୨୪ କୋଟି ବ୍ୟୟରେ ନିର୍ମାଣ ହୋଇଛି ଓଭରବ୍ରିଜ ।  ୧୮ ମାସରେ ଫ୍ଲାଏ ଓଭରବ୍ରିଜ ସାରିବା ପାଇଁ ୨୦୨୦ରୁ ପ୍ରକଳ୍ପ ସମୟରେ ଚୁକ୍ତି ହୋଇଥିଲା । ତେବେ ପୂର୍ବ ସରକାରରେ ଜମି ଅଧିଗ୍ରହଣ ସମସ୍ୟା ପାଇଁ ବିଳମ୍ବ ହେଉଥିଲା ପ୍ରକଳ୍ପ ।ଗତ ବର୍ଷ ଠାରୁ କଟକରୁ ଭୁବନେଶ୍ବର ଆସୁଥିବା ଯାତ୍ରୀମାନେ ଏହି ବ୍ରିଜ ବ୍ୟବହାର କରିପାରୁଥିଲେ । ଏଣିକି ଭୁବନେଶ୍ବରରୁ କଟକକୁ ଯାଉଥିବା ଗାଡି ହଂସପାଳ ବ୍ରିଜ ଦେଇ ଯାତାୟତ କରିପାରିବେ । ନିର୍ମାଣ କାର୍ଯ୍ୟ ବିଳମ୍ବ ଯୋଗୁ ୨ ଥର ବଦଳିଛି ଠିକା ସଂସ୍ଥା । ରାଜନେତାଙ୍କ ମଧ୍ୟରେ ଦୋଷ ଲଦାଲଦି ବି ହୋଇଛି । ଶେଷରେ ଓଭରବ୍ରିଜ ସଂପୂର୍ଣ୍ଣ ହେବାକୁ ଲାଗିଯାଇଛି ୫ ବର୍ଷ ।  ମାର୍ଚ୍ଚ ପ୍ରଥମ ସପ୍ତାହରେ ପଳାଶୁଣୀ ଫୁଟ ଓଭରବ୍ରିଜ ଉଦ୍‌ଘାଟନ ହେବା ନେଇ ସୂଚନା ଦେଇଛନ୍ତି ସାଂସଦ ଅପରାଜିତା । ତେବେ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସାଂସଦ ଅପରାଜିତାଙ୍କ ସହ ଭୁବନେଶ୍ବର ଉତ୍ତର ବିଜେପି ନେତା ପ୍ରିୟଦର୍ଶୀ ମିଶ୍ର, ଜାତୀୟ ରାଜପଥ ପ୍ରାଧୀକରଣର ଅଧିକାରୀ ମାନେ ଉପସ୍ଥିତ ଥିଲେ I  ।  

ହଂସପାଳରେ ଟ୍ରାଫିକ ସମସ୍ୟାରୁ ମୁକ୍ତି,ଉଦ୍‌ଘାଟିତ ହେଲା ହଂସପାଳ ଫ୍ଲାଏ ଓଭରବ୍ରିଜ

ଭୁବନେଶ୍ବର ୨୧/୧: ମଙ୍ଗଳବାର ଉଦ୍‌ଘାଟିତ ହୋଇଛି ବହୁ ପ୍ରତିକ୍ଷୀତ ହଂସପାଳ ଫ୍ଲାଏ ଓଭରବ୍ରିଜ । ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଏହାର ଉଦ୍‌ଘାଟନ କରିଛନ୍ତି ।୨୪ କୋଟି ବ୍ୟୟରେ ନିର୍ମାଣ ହୋଇଛି ଓଭରବ୍ରିଜ ।  ୧୮ ମାସରେ ଫ୍ଲାଏ ଓଭରବ୍ରିଜ ସାରିବା ପାଇଁ ୨୦୨୦ରୁ ପ୍ରକଳ୍ପ ସମୟରେ ଚୁକ୍ତି ହୋଇଥିଲା । ତେବେ ପୂର୍ବ ସରକାରରେ ଜମି ଅଧିଗ୍ରହଣ ସମସ୍ୟା ପାଇଁ ବିଳମ୍ବ ହେଉଥିଲା ପ୍ରକଳ୍ପ ।

ଗତ ବର୍ଷ ଠାରୁ କଟକରୁ ଭୁବନେଶ୍ବର ଆସୁଥିବା ଯାତ୍ରୀମାନେ ଏହି ବ୍ରିଜ ବ୍ୟବହାର କରିପାରୁଥିଲେ । ଏଣିକି ଭୁବନେଶ୍ବରରୁ କଟକକୁ ଯାଉଥିବା ଗାଡି ହଂସପାଳ ବ୍ରିଜ ଦେଇ ଯାତାୟତ କରିପାରିବେ । ନିର୍ମାଣ କାର୍ଯ୍ୟ ବିଳମ୍ବ ଯୋଗୁ ୨ ଥର ବଦଳିଛି ଠିକା ସଂସ୍ଥା । ରାଜନେତାଙ୍କ ମଧ୍ୟରେ ଦୋଷ ଲଦାଲଦି ବି ହୋଇଛି । ଶେଷରେ ଓଭରବ୍ରିଜ ସଂପୂର୍ଣ୍ଣ ହେବାକୁ ଲାଗିଯାଇଛି ୫ ବର୍ଷ । 

 

ମାର୍ଚ୍ଚ ପ୍ରଥମ ସପ୍ତାହରେ ପଳାଶୁଣୀ ଫୁଟ ଓଭରବ୍ରିଜ ଉଦ୍‌ଘାଟନ ହେବା ନେଇ ସୂଚନା ଦେଇଛନ୍ତି ସାଂସଦ ଅପରାଜିତା । ତେବେ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସାଂସଦ ଅପରାଜିତାଙ୍କ ସହ ଭୁବନେଶ୍ବର ଉତ୍ତର ବିଜେପି ନେତା ପ୍ରିୟଦର୍ଶୀ ମିଶ୍ର, ଜାତୀୟ ରାଜପଥ ପ୍ରାଧୀକରଣର ଅଧିକାରୀ ମାନେ ଉପସ୍ଥିତ ଥିଲେ I  ।