ହଇରାଣ ହେଉଛନ୍ତି ରେଳ ଯାତ୍ରୀ: ବିଭିନ୍ନ ସମସ୍ୟା ନେଇ ରେଳ ଯାତ୍ରୀ ସଙ୍ଘର ଦାବି
କେସିଙ୍ଗା,୩।୩(ତୁମେଶର ସାହୁ ): କଳାହାଣ୍ଡି ଜିଲା ରେଳ ଯାତ୍ରୀ ସଂଘ କେସିଙ୍ଗା ପକ୍ଷରୁ ବିଭିନ୍ନ ସମସ୍ୟାକୁ ନେଇ ୟଙ୍ଗବ୍ଲଡ ପବ୍ଲିକ ସ୍କଲ ପରିସରରେ ସଭାପତି ସୁଭାଷ ଜୈନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକ କେସିଙ୍ଗା ରେଲୱେ ଷ୍ଟେଶନର ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା ହୋଇଛି। ମୁଖ୍ୟ ପରାମର୍ଶଦାତା ଡଃ ହେମ ସାଗର ସାହାଙ୍କୁ ଭୁବନେଶ୍ୱରର ଜେଡ୍ଆର୍ୟୁସିସି ମେମ୍ବର ହିସାବରେ ମନୋନୀତ କରି ଥିବାରୁ ସଂଘ ତରଫରୁ ଧନ୍ୟବାଦ ଦିଆଯାଇଥିଲା। ଏଥିରେ ମୁଖ୍ୟତଃ କେସିଙ୍ଗାରୁ ସିଧା ରାଜଧାନୀ […] The post ହଇରାଣ ହେଉଛନ୍ତି ରେଳ ଯାତ୍ରୀ: ବିଭିନ୍ନ ସମସ୍ୟା ନେଇ ରେଳ ଯାତ୍ରୀ ସଙ୍ଘର ଦାବି appeared first on Dharitri Odia News.
କେସିଙ୍ଗା,୩।୩(ତୁମେଶର ସାହୁ ): କଳାହାଣ୍ଡି ଜିଲା ରେଳ ଯାତ୍ରୀ ସଂଘ କେସିଙ୍ଗା ପକ୍ଷରୁ ବିଭିନ୍ନ ସମସ୍ୟାକୁ ନେଇ ୟଙ୍ଗବ୍ଲଡ ପବ୍ଲିକ ସ୍କଲ ପରିସରରେ ସଭାପତି ସୁଭାଷ ଜୈନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକ କେସିଙ୍ଗା ରେଲୱେ ଷ୍ଟେଶନର ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା ହୋଇଛି। ମୁଖ୍ୟ ପରାମର୍ଶଦାତା ଡଃ ହେମ ସାଗର ସାହାଙ୍କୁ ଭୁବନେଶ୍ୱରର ଜେଡ୍ଆର୍ୟୁସିସି ମେମ୍ବର ହିସାବରେ ମନୋନୀତ କରି ଥିବାରୁ ସଂଘ ତରଫରୁ ଧନ୍ୟବାଦ ଦିଆଯାଇଥିଲା।
ଏଥିରେ ମୁଖ୍ୟତଃ କେସିଙ୍ଗାରୁ ସିଧା ରାଜଧାନୀ ଭୁବନେଶ୍ୱରକୁ ଏକ ଟ୍ରେନ ଚଳାଇବାକୁ ଦାବି କରାଯାଇଛି।
ସେହିପରି ରାୟଗଡ଼ାଠାରୁ କେସିଙ୍ଗା, ଟିଟିଲାଗଡ ଦେଇ ଭୁବନେଶ୍ୱରକୁ ଏକ ଟ୍ରେନ ଚଳାଇବାକୁ ମୁଖ୍ୟ ପରାମର୍ଶଦାତା ତଥା ଜେଡଆର୍ୟୁସିସି ମେମ୍ବର ହେମସାଗର ସାହା ଦାବି କରିଛନ୍ତି। ସଂଘର ସଭାପତିଙ୍କୁ ଡିଆର୍ୟୁସିସି ମେମ୍ବର କରିବା ପାଇଁ ଡିଆର୍ଏମଙ୍କୁ ଦାବିପତ୍ର ଦେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ସମତା ଏକ୍ସପ୍ରେସକୁ ଦିଲ୍ଲୀ ଦେଇ ଭଟିନ୍ଦା ପର୍ଯ୍ୟନ୍ତ ସମ୍ପ୍ରସାରଣ ପାଇଁ ବିଭାଗକୁ ଜଣାଇବାକୁ ଦାବି ହୋଇଛି।
କେସିଙ୍ଗା ରେଲୱେ ଷ୍ଟେଶନରେ ଯାନବାହନ ରଖିବା ପାଇଁ ପାର୍କିଂ ଫି ବୃଦ୍ଧିକୁ ବିରୋଧ କରି ଏହାକୁ କମାଇବା ପାଇଁ ଡିଆର୍ଏମଙ୍କ ସହିତ ଯୋଗାଯୋଗ କରିବା ନିଷ୍ପତ୍ତି ନିଆଯାଇଥିଲା।
ଆଜି ପର୍ଯ୍ୟନ୍ତ ଯାହା ବି ରେଲୱେ ବିଭାଗକୁ ଦାବିପତ୍ର ଦିଆଯାଇଛି, ତାହାର କୌଣସି ଜବାବ ଆସୁ ନ ଥିବାରୁ ସଙ୍ଘ କ୍ଷୋଭ ପ୍ରକାଶ ପାଇଛି। ଉକ୍ତ ବୈଠକରେ ପରାମର୍ଶଦାତା ରାମକୁମାର ଜୈନ, ବିସିଏସ ଆଚାରୀ, ଉପସଭାପତି ପ୍ରଶାନ୍ତ ବାନାର୍ଜୀ, ସାଧାରଣ ସମ୍ପାଦକ ଡମ୍ବରୁଧର ଭୋଇ, ଯୁଗ୍ମ ସମ୍ପାଦକ ରମାକାନ୍ତ ଜେନା, ସୁରେଶ ଅଗ୍ରୱଲା, ରମେଶ ପଟ୍ଟନାୟକ, ରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ସ୍ଥାନୀୟ ରେଳବାଇ ଷ୍ଟେଶନର ୪ନମ୍ବର ପ୍ଲାଟ ଫର୍ମରେ ପାନୀୟ ଜଳର ସୁବିଧା ନାହିଁ। ଯାତ୍ରୀମାନେ ହଇରାଣ ହରକତ ହେଉଛନ୍ତି। ସେଥିପାଇଁ ଡିଆରଏମ ଦୃଷ୍ଟି ଦେବା ପାଇଁ ଦାବି କରାଯାଇଛି।
The post ହଇରାଣ ହେଉଛନ୍ତି ରେଳ ଯାତ୍ରୀ: ବିଭିନ୍ନ ସମସ୍ୟା ନେଇ ରେଳ ଯାତ୍ରୀ ସଙ୍ଘର ଦାବି appeared first on Dharitri Odia News.