ହକି ଇଣ୍ଡିଆ ଲିଗ୍ ନିଲାମୀରେ ହରମନପ୍ରୀତ ସବୁଠୁ ଦାମୀ ଖେଳାଳି
ମୁମ୍ବାଇ,୧୩।୧୦: ଦୀର୍ଘ ୭ ବର୍ଷର ବ୍ରେକ୍ ପରେ ଆରମ୍ଭ ହେବ ହକି ଇଣ୍ଡିଆ ଲିଗ୍। ରବିବାର ଏଥିପାଇଁ ନିଲାମୀ ହୋଇଥିବା ବେଳେ ଭାରତୀୟ ଦଳର ଅଧିନାୟକ ଅଛନ୍ତି ହରମନପ୍ରୀତ ସିଂ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଖେଳାଳି ହୋଇଛନ୍ତି। ସୁରମା ହକି କ୍ଲବ (ପଞ୍ଜାବ ଫ୍ରାଞ୍ଚାଇଜି) ତାଙ୍କୁ ୭୮ ଲକ୍ଷ ଟଙ୍କାରେ କିଣିଛି। ସେହିଭଳି ଭାରତୀୟ ଫରୱାର୍ଡ ଅଭିଷେକନକୁଦିତ୍ୱୀୟ ମହଙ୍ଗା ଖେଳାଳିଭାବେ ଶ୍ରାଚି ରଡ଼ ବେଙ୍ଗଲ ଟାଇଗର ୭୨ ଲକ୍ଷ ଟଙ୍କାରେ କିଣିଛି। ଉପଅଧିନାୟକ ହାର୍ଦ୍ଦିକ […] The post ହକି ଇଣ୍ଡିଆ ଲିଗ୍ ନିଲାମୀରେ ହରମନପ୍ରୀତ ସବୁଠୁ ଦାମୀ ଖେଳାଳି appeared first on Dharitri Odia News.
ମୁମ୍ବାଇ,୧୩।୧୦: ଦୀର୍ଘ ୭ ବର୍ଷର ବ୍ରେକ୍ ପରେ ଆରମ୍ଭ ହେବ ହକି ଇଣ୍ଡିଆ ଲିଗ୍। ରବିବାର ଏଥିପାଇଁ ନିଲାମୀ ହୋଇଥିବା ବେଳେ ଭାରତୀୟ ଦଳର ଅଧିନାୟକ ଅଛନ୍ତି ହରମନପ୍ରୀତ ସିଂ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଖେଳାଳି ହୋଇଛନ୍ତି। ସୁରମା ହକି କ୍ଲବ (ପଞ୍ଜାବ ଫ୍ରାଞ୍ଚାଇଜି) ତାଙ୍କୁ ୭୮ ଲକ୍ଷ ଟଙ୍କାରେ କିଣିଛି।
ସେହିଭଳି ଭାରତୀୟ ଫରୱାର୍ଡ ଅଭିଷେକନକୁଦିତ୍ୱୀୟ ମହଙ୍ଗା ଖେଳାଳିଭାବେ ଶ୍ରାଚି ରଡ଼ ବେଙ୍ଗଲ ଟାଇଗର ୭୨ ଲକ୍ଷ ଟଙ୍କାରେ କିଣିଛି। ଉପଅଧିନାୟକ ହାର୍ଦ୍ଦିକ ସିଂଙ୍କୁ ୭୦ ଲକ୍ଷରେ କିଣିଛି ୟୁପି ରୁଦ୍ରସ୍। ୩୮ ଲକ୍ଷରେ ମିଡ୍ଫିଲ୍ଡର ସଞ୍ଜୟଙ୍କୁ କଳିଙ୍ଗ ଲାନସର୍ସ କିଣିଛି। ଓଡ଼ିଶାର ଅମିତ ରୋହିଦାସଙ୍କୁ ୪୮ ଲକ୍ଷ ଟଙ୍କାରେ ତାମିଲନାଡୁ ଡ୍ରାଗନ କିଣିଛି।
ସୂଚନା ଅନୁସାରେ ଏହି ନିଲାମୀ ପ୍ରକ୍ରିୟାରେ ୪୦୦ରୁ ଊର୍ଦ୍ଧ୍ୱ ପୁରୁଷ ଘରୋଇ ଏବଂ ୧୫୦ରୁ ଊର୍ଦ୍ଧ୍ୱ ବିଦେଶୀ ଖେଳାଳି ନିଲାମ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ସେହିପରି ୨୫୦ରୁ ଊର୍ଦ୍ଧ୍ୱ ମହିଳା ଘରୋଇ ଓ ୭୦ରୁ ଊର୍ଦ୍ଧ୍ୱ ବିଦେଶୀ ଖେଳାଳିଙ୍କୁ ନେଇ ନିଲାମ ପ୍ରକ୍ରିୟା ହେବ। ନାମ ପଞ୍ଜୀକୃତ କରିଥିବା ଖେଳାଳିଙ୍କୁ ୩ ବର୍ଗରେ ବିଭକ୍ତ କରାଯାଇ ୨ ଲକ୍ଷ, ୫ ଲକ୍ଷ ଓ ୧୦ ଲକ୍ଷ ଟଙ୍କାର ବେସ୍ ପ୍ରାଇସ ରଖାଯାଇଛି। ୬୦୦ରୁ ଊର୍ଦ୍ଧ୍ୱ ଖେଳାଳିଙ୍କ ବେସ୍ ପ୍ରାଇସ୍ ୬ ଲକ୍ଷ ରହିବ।
ସେହିପରି ୨୫୦ରୁ ଊର୍ଦ୍ଧ୍ୱ ଖେଳାଳିଙ୍କ ବେସ୍ ପ୍ରାଇସ ୫ ଲକ୍ଷ ଓ ଅନ୍ୟ ୨୫୦ରୁ ଊର୍ଦ୍ଧ୍ୱ ଖେଳାଳିଙ୍କ ବେସ୍ ପ୍ରାଇସ୍ ୧୦ ଲକ୍ଷ ରହିବ। ୧୩ ଓ ୧୪ ତାରିଖରେ ପୁରୁଷ ଖେଳାଳି ନିଲାମ ପ୍ରକ୍ରିୟା ହେଉଥିବା ବେଳେ ପ୍ରଥମଥର ପାଇଁ ହେବାକୁ ଯାଉଥିବା ମହିଳା ହକି ଲିଗ୍ ପାଇଁ ଖେଳାଳି ନିଲାମ ୧୫ ତାରିଖରେ ଅନୁଷ୍ଠିତ ହେବ।
The post ହକି ଇଣ୍ଡିଆ ଲିଗ୍ ନିଲାମୀରେ ହରମନପ୍ରୀତ ସବୁଠୁ ଦାମୀ ଖେଳାଳି appeared first on Dharitri Odia News.