ହକି ଇଣ୍ଡିଆର ପୂର୍ବତନ କୋଚଙ୍କୁ ଆସିଲା ହାର୍ଟ ଆଟାକ୍, ଆପୋଲୋ ହସ୍ପିଟାଲରେ ICUରେ ଭର୍ତ୍ତି

ନୂଆଦିଲ୍ଲୀ: କ୍ରୀଡା ଜଗତରୁ ଆସିଛି ଏକ ଖରାପ ଖବର । ହକି ଇଣ୍ଡିଆର ପୂର୍ବତନ କୋଚ ବା ପ୍ରଶିକ୍ଷକ ଜଗବୀର ସିଂଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ହାର୍ଟ ଆଟାକ୍ ଆସିବାରୁ ତାଙ୍କୁ ଦିଲ୍ଲୀର ଆପୋଲୋ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଅଛନ୍ତି ଏବଂ ଡାକ୍ତରମାନେ ନିରନ୍ତର ତାଙ୍କ ସ୍ୱାସ୍ଥ୍ୟ ଅପଡେଟ ଦେଉଛନ୍ତି । ବର୍ତ୍ତମାନ ତାଙ୍କ ଅବସ୍ଥା ଗୁରୁତର ରହିଛି ଏବଂ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବା ସମ୍ପର୍କରେ […]

ହକି ଇଣ୍ଡିଆର ପୂର୍ବତନ କୋଚଙ୍କୁ ଆସିଲା ହାର୍ଟ ଆଟାକ୍, ଆପୋଲୋ ହସ୍ପିଟାଲରେ ICUରେ ଭର୍ତ୍ତି

ନୂଆଦିଲ୍ଲୀ: କ୍ରୀଡା ଜଗତରୁ ଆସିଛି ଏକ ଖରାପ ଖବର । ହକି ଇଣ୍ଡିଆର ପୂର୍ବତନ କୋଚ ବା ପ୍ରଶିକ୍ଷକ ଜଗବୀର ସିଂଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ହାର୍ଟ ଆଟାକ୍ ଆସିବାରୁ ତାଙ୍କୁ ଦିଲ୍ଲୀର ଆପୋଲୋ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଅଛନ୍ତି ଏବଂ ଡାକ୍ତରମାନେ ନିରନ୍ତର ତାଙ୍କ ସ୍ୱାସ୍ଥ୍ୟ ଅପଡେଟ ଦେଉଛନ୍ତି । ବର୍ତ୍ତମାନ ତାଙ୍କ ଅବସ୍ଥା ଗୁରୁତର ରହିଛି ଏବଂ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବା ସମ୍ପର୍କରେ ତାଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ସୂଚନା ଦିଆଯାଇଛି ।

ସୂଚନାନୁସାରେ, ୨ ଥର ଅଲିମ୍ପିଆନ୍ ଜଗବୀର ସିଂ ହକି ଇଣ୍ଡିଆ ଲିଗ୍ (ଏଚଆଇଏଲ) ପାଇଁ ଟିମ୍ ଗୋନାସିକାଙ୍କ ସହ ଦିଲ୍ଲୀ ଆସିଥିଲେ । ଏକ ପ୍ରଶିକ୍ଷଣ ଅଧିବେଶନରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା । ଯେତେବେଳେ ସେ ଛାତିରେ କଷ୍ଟ ଏବଂ ନିଶ୍ୱାସ ନେବାରେ ଅସୁବିଧା ଅନୁଭବ କଲେ, ତାଙ୍କୁ ତୁରନ୍ତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ସେଠାରେ ଯାଞ୍ଚ କରିବା ପରେ ଜଣାପଡିଥିଲା ଯେ ତାଙ୍କ ଧମନୀ ବ୍ଲକ୍ ହୋଇଯାଇଛି ଏବଂ ଅସ୍ତ୍ରୋପଚାର ଆବଶ୍ୟକ । ଅସ୍ତ୍ରୋପଚାର ସମୟରେ ଜଗବୀର ହୃଦଘାତରେ ପୀଡିତ ହେଲେ, ଫଳରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଗଲା ।