ହକି ଇଣ୍ଡିଆର ବାର୍ଷିକ ପୁରସ୍କାର: ଦୌଡ଼ରେ ଓଡ଼ିିଶାର ଅମିତ ରୋହିଦାସ, ସୁନେଲିତା
ନୂଆଦିଲ୍ଲୀ,୧୦ା୩: ହକି ଇଣ୍ଡିଆ ବାର୍ଷିକ ପୁରସ୍କାର ଉତ୍ସବ ପାଇଁ ରେକର୍ଡ ୧୨ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି। ଏଥର ୭ଟି ବିଭାଗରେ ୩୨ଜଣ ଖେଳାଳିଙ୍କୁ ପୁରସ୍କୃତ କରାଯିବ। ଏହି ଇଭେଣ୍ଟ ଶନିବାର ଅନୁଷ୍ଠିତ ହେବ। ୨୦୨୪ ସିଜନରେ ଉଚ୍ଚକୋଟୀର ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ପୁରସ୍କୃତ କରାଯିବ। ବର୍ଷର ଶ୍ରେଷ୍ଠ ପୁରୁଷ ଓ ମହିଳା ଖେଳାଳିଙ୍କୁ ମର୍ଯ୍ୟାଦାପୂର୍ଣ୍ଣ ବଲବୀର ସିଂ ସିନିୟର ପୁରସ୍କାର ପ୍ରଦାନ କରାଯିବ। ଯୁବ ଖେଳାଳିଙ୍କୁ ଉତ୍ସାହିତ କରିବା ଲାଗି ମଧ୍ୟ ପୁରସ୍କାର […] The post ହକି ଇଣ୍ଡିଆର ବାର୍ଷିକ ପୁରସ୍କାର: ଦୌଡ଼ରେ ଓଡ଼ିିଶାର ଅମିତ ରୋହିଦାସ, ସୁନେଲିତା appeared first on Dharitri Odia News.
ନୂଆଦିଲ୍ଲୀ,୧୦ା୩: ହକି ଇଣ୍ଡିଆ ବାର୍ଷିକ ପୁରସ୍କାର ଉତ୍ସବ ପାଇଁ ରେକର୍ଡ ୧୨ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି। ଏଥର ୭ଟି ବିଭାଗରେ ୩୨ଜଣ ଖେଳାଳିଙ୍କୁ ପୁରସ୍କୃତ କରାଯିବ। ଏହି ଇଭେଣ୍ଟ ଶନିବାର ଅନୁଷ୍ଠିତ ହେବ।
୨୦୨୪ ସିଜନରେ ଉଚ୍ଚକୋଟୀର ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ପୁରସ୍କୃତ କରାଯିବ। ବର୍ଷର ଶ୍ରେଷ୍ଠ ପୁରୁଷ ଓ ମହିଳା ଖେଳାଳିଙ୍କୁ ମର୍ଯ୍ୟାଦାପୂର୍ଣ୍ଣ ବଲବୀର ସିଂ ସିନିୟର ପୁରସ୍କାର ପ୍ରଦାନ କରାଯିବ। ଯୁବ ଖେଳାଳିଙ୍କୁ ଉତ୍ସାହିତ କରିବା ଲାଗି ମଧ୍ୟ ପୁରସ୍କାର ବ୍ୟବସ୍ଥା କରାଯାଇଛି।
ଏହି କାଟେଗୋରିରେ ଅପ୍ କମିଙ୍ଗ ପ୍ଲେୟର ଅଫ୍ ଦି ଇୟର(ପୁରୁଷ) ଏବଂ ଅପ୍ କମିଙ୍ଗ ପ୍ଲେୟର ଅଫ୍ ଦି ଇୟର (ମହିଳା) ପାଇଁ ଅସୁନ୍ତା ଲାକ୍ରା ପୁରସ୍କାର ପ୍ରଦାନ କରାଯିବ। ଏହା ବ୍ୟତୀତ ବିଭିନ୍ନ ପୋଜିଶନରେ ଭଲ ପ୍ରଦର୍ଶନ କରିଥିବା ଖେଳାଳି ଯଥା ଗୋଲ୍କିପର ଅଫ୍ ଦି ଇୟର ପାଇଁ ବଲ୍ଜିତ ସିଂ ପୁରସ୍କାର, ଡିଫେଣ୍ଡର ଅଫ୍ ଦି ଇୟର ପାଇଁ ପରଗତ ସିଂ ପୁରସ୍କାର, ମିଡ୍ଫିଲ୍ଡର ଅପ୍ ଦି ଇୟର ପାଇଁ ଅଜିତ ପାଲ୍ ସିଂ ପୁରସ୍କାର ଏବଂ ଫରଓ୍ବାର୍ଡ ଅଫ୍ ଦି ଇୟର ପାଇଁ ଧନରାଜ ପିଲ୍ଲେ ପୁରସ୍କାର ପ୍ରଦାନ କରାଯିବ।
ଓଡ଼ିଶାର ଅମିତ ରୋହିଦାସ ପୁରୁଷ ଡିଫେଣ୍ଡର ଅଫ୍ ଦି ଇୟର ପୁରସ୍କାର ଦୌଡ଼ରେ ରହିଛନ୍ତି। ମହିଳା ବିଭାଗ ଅପ୍ କମିଙ୍ଗ ପ୍ଲେୟର ଅଫ୍ ଦି ଇୟର ସମ୍ଭାବ୍ୟ ତାଲିକାରେ ଓଡ଼ିଶାର ସୁନେଲିତା ଟପ୍ପୋ ସ୍ଥାନ ପାଇଛନ୍ତି। ୧୯୭୫ରେ ଭାରତୀୟ ପୁରୁଷ ଦଳ ଯେଉଁ ଦିନ ଏହାର ପ୍ରଥମ ଏବଂ ଏକମାତ୍ର ବିଶ୍ୱକପ୍ ହାସଲ କରିଥିଲା, ତାହାର ୫୦ବର୍ଷ ପୂର୍ତ୍ତି ଅବସରରେ ଏଥର ବାର୍ଷିକ ପୁରସ୍କାର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହାଛଡ଼ା ୨୦୨୫ରେ ଭାରତୀୟ ହକିର ୧୦୦ବର୍ଷ ପୂରଣ ହେଉଛି।
The post ହକି ଇଣ୍ଡିଆର ବାର୍ଷିକ ପୁରସ୍କାର: ଦୌଡ଼ରେ ଓଡ଼ିିଶାର ଅମିତ ରୋହିଦାସ, ସୁନେଲିତା appeared first on Dharitri Odia News.