ହଙ୍ଗାମା କଲା ବିଜୟଙ୍କ GOAT; ପ୍ରଥମ ଦିନର ରୋଜଗାର ଜାଣିଲେ ଆଶ୍ଚର୍ଯ୍ୟ ହେବେ
ବିଜୟଙ୍କ ଫିଲ୍ମ GOAT ବିଶ୍ୱବ୍ୟାପୀ ମୁକ୍ତିଲାଭ ପରେ ଚର୍ଚ୍ଚା ଜୋର୍ ଧରିଛି। ପ୍ରଥମ ଦିନରେ ଫିଲ୍ମଟି କେତେ କୋଟି ଟଙ୍କାରେ ଖାତା ଖୋଲିଛି ତାହାର ସୂଚନା ମଧ୍ୟ ପ୍ରକାଶ ପାଇଛି, ଯାହା ପ୍ରଶଂସକଙ୍କ ପାଇଁ କୌଣସି ଏକ ଖୁସି ଖବରଠାରୁ ବି କମ୍ ନୁହେଁ।
ସୁପର୍ଷ୍ଟାର୍ ଥଲାପତି ବିଜୟ ତାଙ୍କର ନୂଆ ଫିଲ୍ମ GOAT ଅର୍ଥାତ୍ ‘ଗ୍ରେଟେଷ୍ଟ୍ ଅଫ୍ ଅଲ୍ ଟାଇମ୍’ ସହିତ ପୁଣି ଥରେ ହଙ୍ଗାମା କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ଫିଲ୍ମର ଟ୍ରେଲର ଏବଂ ଆଡଭାନ୍ସ ବୁକିଂକୁ ନେଇ ଚର୍ଚ୍ଚା ଲଗି ରହିଥିଲା। କିନ୍ତୁ ବର୍ତ୍ତମାନ ୦୫ ସେପ୍ଟେମ୍ବରରେ ଏହାର ବିଶ୍ୱବ୍ୟାପୀ ମୁକ୍ତିଲାଭ ପରେ ଫିଲ୍ମାର ସମୀକ୍ଷା ସାମ୍ନାକୁ ଆସିଛି। ପ୍ରଥମ ଦିନରେ ଫିଲ୍ମଟି କେତେ କୋଟି ଟଙ୍କାରେ ଖାତା ଖୋଲିଛି ତାହାର ସୂଚନା ମଧ୍ୟ ପ୍ରକାଶ ପାଇଛି, ଯାହା ପ୍ରଶଂସକଙ୍କ ପାଇଁ କୌଣସି ଏକ ଖୁସି ଖବରଠାରୁ ବି କମ୍ ନୁହେଁ।
ବାଣିଜ୍ୟ ବିଶ୍ଳେଷକ ମନୋବାଲା ବିଜୟବାଲାନ୍ ତାଙ୍କର ଲାଟେଷ୍ଟ୍ ଟ୍ୱିଟ୍ରେ ପ୍ରଶଂସକମାନଙ୍କୁ ଫିଲ୍ମର ପ୍ରଥମ ଦିନର ବିଶ୍ୱବ୍ୟାପୀ ରୋଜଗାର ବିଷୟରେ ସୂଚନା ଦେଇଛନ୍ତି ଏବଂ ଏହି ୱିକ୍ଏଣ୍ଡ୍ ଫିଲ୍ମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି।
ଟ୍ୱିଟ୍ରେ ମିଳିଥିବା ସୂଚନା ଅନୁଯାୟୀ ଏହି ଫିଲ୍ମ ତାମିଲନାଡୁରେ ୨୩.୮୭ କୋଟି, ଆନ୍ଧ୍ରପ୍ରଦେଶରେ ୩.୦୬ କୋଟି, କର୍ଣ୍ଣାଟକରେ ୮.୨୪ କୋଟି, କେରଳରେ ୫.୯୬ କୋଟି ଏବଂ ଅନ୍ୟ ସହରରେ ୧.୬୯ କୋଟି ଟଙ୍କା ଆୟ କରିଛି। ଅବଶିଷ୍ଟ ରାଜ୍ୟରୁ ଚଳଚ୍ଚିତ୍ରଟି ୩୪.୧୨ କୋଟି ଟଙ୍କା ରୋଜଗାର କରିଛି। ଏହିପରି ଭାବେ ଫିଲ୍ମଟି ସାରା ଭାରତରେ ପ୍ରଥମ ଦିନରେ ୪୩ କୋଟି ଟଙ୍କା ରୋଜଗାର କରିଥିବା ବେଳେ ବିଶ୍ୱବ୍ୟାପୀ ୭୬.୯୩କୋଟି ଟଙ୍କା ରୋଜଗାର କରିଛି।
Joseph Vijay's #TheGreatestOfAllTime takes a DECENT opening at the world wide Box Office.
This weekend will be crucial for #Goat film.
Day 1 WW BO:
TN - ₹ 23.87 cr
AP/TS - ₹ 3.06 cr
KA - ₹ 8.24 cr
KL - ₹ 5.95 cr
ROI - ₹ 1.69 cr
OS - ₹ 34.12 cr [Reported Locs]
Total - ₹… — Manobala Vijayabalan (@ManobalaV) September 6, 2024
ବିଜୟଙ୍କ GOAT ହେଉଛି ଏକ ସ୍ପାଇ-ଥ୍ରୀଲର ଫିଲ୍ମ ଯେଉଁଥିରେ ପ୍ରଶାନ୍ତ, ପ୍ରଭୁ ଦେବାନ୍, ମୋହନ, ସ୍ନେହା, ଜୟରାମ, ଲୈଲା, ମୀନାକ୍ଷୀ ଚୌଧରୀ ଏବଂ ଅଜମଲ ଆମୀର ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଭେଙ୍କଟ ପ୍ରଭୁ।
ଏହି ଫିଲ୍ମ ଏକ ବଡ଼ ବଜେଟ୍ରେ ନିର୍ମିତ ହୋଇଛି। ନିର୍ମାତା ଏହାର ନିର୍ମାଣ ପାଇଁ ପ୍ରାୟ ୪୦୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଏହି ଫିଲ୍ମରେ ବିଜୟ ଏକ ଡବଲ୍ ରୋଲ୍ରେ ନଜର ଆସିଛନ୍ତି। ସେ ଏହି ସିନେମାରେ ବାପା ଏବଂ ପୁଅ ଭୂମିକାରେ ଅଭିନୟ କରିଛନ୍ତି।