ହଜାର ହଜାର ଲୋକଙ୍କ ଆଧାର କାର୍ଡ ହେବ ରଦ୍ଦ! ଅପଡେଟ୍ କରିବାକୁ ଡିସେମ୍ବର ୧୪ ଶେଷ ତାରିଖ

ନୂଆଦିଲ୍ଲୀ ୩।୧୧: ଆଧାର କାର୍ଡଧାରୀଙ୍କ ଲାଗି ବଡ଼ ଖବର। ସରକାର ହଜାର ହଜାର ଲୋକଙ୍କ ଆଧାର କାର୍ଡ ରଦ୍ଦ କରିପାରନ୍ତି। ଉଲ୍ଲେଖଯୋଗ୍ୟ ଯେ ଭାରତର ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ୧୦ ବର୍ଷ ବା ଏହାଠୁ ଅଧିକ ପୁରୁଣା ଆଧାରକାର୍ଡର ସୂଚନା ଅପଡଟ୍ କରିବା ପାଇଁ ମାଗଣା ଅନଲାଇନ ସୁବିଧା ଉପଲବ୍ଧ କରିଛନ୍ତି। ଏଥି ପାଇଁ କେନ୍ଦ୍ର ସରକାର ସୂଚନା ଅପଡେଟ କରିବା ପାଇଁ ଅନେକ ଥର ଶେଷ ତାରିଖ ସମ୍ପ୍ରସାରଣ ମଧ୍ୟ କଲେଣି। ତଥାପି ହଜାର ହଜାର ଲୋକେ ଏପର୍ଯ୍ୟନ୍ତ ସେମାନଙ୍କ ଆଧାର ଅପଡେଟ କରି ନାହାନ୍ତି। ଯେଉଁମାନେ ନିଜ ଆଧାର ଅପଡେଟ କରୁ ନାହାନ୍ତି ସେମାନେ ‘ମାଇଁ ଆଧାର’ ପୋର୍ଟାଲକୁ ଯାଇ ସେମାନଙ୍କ ଜରୁରି କାଗଜପତ୍ର ଅପଡେଟ କରିବାକୁ ହେବ। ଦେଶରେ ଆଧାର ବର୍ତ୍ତମାନ ସମୟର ସବୁଠୁ ଗୁରୁତ୍ୱପୂର୍ଣ୍ଣ ପରିଚୟ ପତ୍ରରେ ପରିଣତ ହୋଇଛି। ସରକାରୀ ଯୋଜନାରୁ ଆରମ୍ଭ କରି ବ୍ୟାଙ୍କରେ ଖାତା ଖୋଲିବା ପର୍ଯ୍ୟନ୍ତ ଏହାର ଉପଯୋଗ ହେଉଛି। ୧୦ ବର୍ଷ ପୁରୁଣା ଆଧାରରେ ଆପଣଙ୍କ ଠିକଣା ଓ ଫଟୋ ବଦଳିପାରେ। ଏଣୁ ସୂଚନା ଅପଡେଟ କଲେ ଠକେଇରୁ ବର୍ତ୍ତିପାରିବେ ଓ ସଠିକ ଜନସଂଖ୍ୟା ସୂଚନା ପ୍ରାପ୍ତ ହୋଇ ପାରିବ। ୟୁଆଇଡିଏଆଇ ୧୦ ବର୍ଷ ପୁରୁଣା ଆଧାର ଅପଡେଟ ନିମନ୍ତେ ଡିସେମ୍ବର ୧୪ ଶେଷ ତାରିଖ ଦେଇଛନ୍ତି। ଏଣୁ ଏହି ସମୟ ମଧ୍ୟରେ ଆଧାର କେନ୍ଦ୍ରକୁ ଯାଇ ନିଜର ଆଧାର ଅପଡେଟ କରାଇନେବାକୁ ହେବ। ଏହା ପୂର୍ବରୁ ଆଧାର ଅପଡେଟ ନିମନ୍ତେ ଶେଷ ତାରିଖ ୩ ଥର ସମ୍

ହଜାର ହଜାର ଲୋକଙ୍କ ଆଧାର କାର୍ଡ ହେବ ରଦ୍ଦ! ଅପଡେଟ୍ କରିବାକୁ ଡିସେମ୍ବର ୧୪ ଶେଷ ତାରିଖ

ନୂଆଦିଲ୍ଲୀ ୩।୧୧: ଆଧାର କାର୍ଡଧାରୀଙ୍କ ଲାଗି ବଡ଼ ଖବର। ସରକାର ହଜାର ହଜାର ଲୋକଙ୍କ ଆଧାର କାର୍ଡ ରଦ୍ଦ କରିପାରନ୍ତି। ଉଲ୍ଲେଖଯୋଗ୍ୟ ଯେ ଭାରତର ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ୧୦ ବର୍ଷ ବା ଏହାଠୁ ଅଧିକ ପୁରୁଣା ଆଧାରକାର୍ଡର ସୂଚନା ଅପଡଟ୍ କରିବା ପାଇଁ ମାଗଣା ଅନଲାଇନ ସୁବିଧା ଉପଲବ୍ଧ କରିଛନ୍ତି। ଏଥି ପାଇଁ କେନ୍ଦ୍ର ସରକାର ସୂଚନା ଅପଡେଟ କରିବା ପାଇଁ ଅନେକ ଥର ଶେଷ ତାରିଖ ସମ୍ପ୍ରସାରଣ ମଧ୍ୟ କଲେଣି। ତଥାପି ହଜାର ହଜାର ଲୋକେ ଏପର୍ଯ୍ୟନ୍ତ ସେମାନଙ୍କ ଆଧାର ଅପଡେଟ କରି ନାହାନ୍ତି। 

ଯେଉଁମାନେ ନିଜ ଆଧାର ଅପଡେଟ କରୁ ନାହାନ୍ତି ସେମାନେ ‘ମାଇଁ ଆଧାର’ ପୋର୍ଟାଲକୁ ଯାଇ ସେମାନଙ୍କ ଜରୁରି କାଗଜପତ୍ର ଅପଡେଟ କରିବାକୁ ହେବ। ଦେଶରେ ଆଧାର ବର୍ତ୍ତମାନ ସମୟର ସବୁଠୁ ଗୁରୁତ୍ୱପୂର୍ଣ୍ଣ ପରିଚୟ ପତ୍ରରେ ପରିଣତ ହୋଇଛି। ସରକାରୀ ଯୋଜନାରୁ ଆରମ୍ଭ କରି ବ୍ୟାଙ୍କରେ ଖାତା ଖୋଲିବା ପର୍ଯ୍ୟନ୍ତ ଏହାର ଉପଯୋଗ ହେଉଛି। ୧୦ ବର୍ଷ ପୁରୁଣା ଆଧାରରେ ଆପଣଙ୍କ ଠିକଣା ଓ ଫଟୋ ବଦଳିପାରେ। ଏଣୁ ସୂଚନା ଅପଡେଟ କଲେ ଠକେଇରୁ ବର୍ତ୍ତିପାରିବେ ଓ ସଠିକ ଜନସଂଖ୍ୟା ସୂଚନା ପ୍ରାପ୍ତ ହୋଇ ପାରିବ। 

ୟୁଆଇଡିଏଆଇ ୧୦ ବର୍ଷ ପୁରୁଣା ଆଧାର ଅପଡେଟ ନିମନ୍ତେ ଡିସେମ୍ବର ୧୪ ଶେଷ ତାରିଖ ଦେଇଛନ୍ତି। ଏଣୁ ଏହି ସମୟ ମଧ୍ୟରେ ଆଧାର କେନ୍ଦ୍ରକୁ ଯାଇ ନିଜର ଆଧାର ଅପଡେଟ କରାଇନେବାକୁ ହେବ। ଏହା ପୂର୍ବରୁ ଆଧାର ଅପଡେଟ ନିମନ୍ତେ ଶେଷ ତାରିଖ ୩ ଥର ସମ୍ପ୍ରସାରଣ ହୋଇଛି। ପ୍ରଥମ ଥର ମାର୍ଚ୍ଚ ୧୪ ତାରିଖ ସୁଧା ଆଧାର ଅପଡେଟ କରାଇ ନେବାକୁ କୁହାଯାଇଥିବା ବେଳେ ପରେ ଏହାକୁ ଜୁନ ୧୪ ଓ ସେପ୍ଟେମ୍ବର ୧୪ ତାରିଖକୁ ସମ୍ପ୍ରସାରଣ କରାଯାଇଥିଲା। ଏବେ ଡିସେମ୍ବର ୧୪କୁ ଶେଷ ତାରିଖ ମନେ କରାଯାଉଛି। 

କେମିତି କରିବେ ଆଧାର ଅପଡେଟ୍?
ଏଥି ପାଇଁ ଆପଣ ମାଇଁ ଆଧାର ପୋର୍ଟାଲକୁ ଯାଆନ୍ତୁ। ସେଠାରେ ଆପଣଙ୍କ ଆଧାର ନମ୍ବର ଓ ମୋବାଇଲ ନମ୍ବର ଦିଅନ୍ତୁ। ନିଜର ପରିଚୟ ଓ ଠିକଣା ନିମନ୍ତେ ନୂଆ କାଗଜପତ୍ର ଅପଲୋଡ କରନ୍ତୁ। ଏହି ସେବା ସମ୍ପୂର୍ଣ୍ଣ ମାଗଣା ଏହାର ଲାଭ ଉଠାନ୍ତୁ ଓ ଯଥାଶୀଘ୍ର ଆପଣଙ୍କ ଆଧାର ଅପଡେଟ କରନ୍ତୁ। ଆଧାର କାର୍ଡ ଅପଡେଟ କରିବା ନିମନ୍ତେ ରାସନ କାର୍ଡ, ଭୋଟର ପରିଚୟପତ୍ର, ଠିକଣା ପ୍ରମାଣପତ୍ର, ଜନ ଆଧାର କାର୍ଡ, ମନରେଗା ଅଥବା ଏନଆରଇଜିଏସ ଜବ କାର୍ଡ ଅଥବା ଶ୍ରମ କାର୍ଡ, ପାସପୋର୍ଟ, ପାନ କାର୍ଡ ଓ ଡ୍ରାଇଭିଂ ଲାଇସେନ୍ସ ଆଦି ପ୍ରମାଣପତ୍ର ଦେବାକୁ ପଡିବ। 

ଆଧାରକାର୍ଡ ଅପଡେଟ୍ କରି ଆପଣ ଆପଣଙ୍କ ପରିଚୟ ସୁରକ୍ଷିତ ଓ ଅପଡେଟ କରି ରଖନ୍ତୁ। ଏହା ଛଡା ଆଧାରକାର୍ଡ ଦ୍ୱାରା ସରକାରୀ ଲାଭ ନେବା ବି ସୁଗମ ହୋଇଯିବ।