ହଜିବାକୁ ବସିଲାଣି ତାଳପତ୍ର ହସ୍ତଶିଳ୍ପ

ସାକ୍ଷୀଗୋପାଳ,୨୮।୬(ଭରତ ରାଉତ): ବୁଡିବାକୁ ବସିଲାଣି କୁଳ ବେଉସା। ହଜିବାକୁ ବସିଲାଣି ତାଳପତ୍ର ହସ୍ତଶିଳ୍ପ। ଧୀରେ ଧୀରେ କାରିଗରମାନେ କୌଳିକ ବୃତ୍ତିରୁ ମୁହଁ ଫେରାଇ ନେଲେଣି। ୪୦ରୁ ଅଧିକ ପରିବାର ଏହି ତାଳ ପତ୍ରରେ ତିଆରି ଜିନିଷ ବିକ୍ରି କରି ପରିବାର ପାଷଣ କରୁଥିଲେ। ହେଲେ ଏବେ ଧୀରେ ଧୀରେ ହଜିଯିବାକୁ ବସିଛି ଏହି ଶିଳ୍ପ। ସରକାରଙ୍କ କୌଣସି ପ୍ରକାର ସାହାଯ୍ୟ ସହଯୋଗ ମିଳୁ ନ ଥିବାରୁ ପିଢି ପରେ ପିଢି ଚଳିଆସୁଥିବା ପୁରୀ ଜିଲା ସତ୍ୟବାଦୀର ପକ୍ଷୀମୁଣ୍ଡ […] The post ହଜିବାକୁ ବସିଲାଣି ତାଳପତ୍ର ହସ୍ତଶିଳ୍ପ appeared first on Dharitri Odia News.

ହଜିବାକୁ ବସିଲାଣି ତାଳପତ୍ର ହସ୍ତଶିଳ୍ପ

ସାକ୍ଷୀଗୋପାଳ,୨୮।୬(ଭରତ ରାଉତ): ବୁଡିବାକୁ ବସିଲାଣି କୁଳ ବେଉସା। ହଜିବାକୁ ବସିଲାଣି ତାଳପତ୍ର ହସ୍ତଶିଳ୍ପ। ଧୀରେ ଧୀରେ କାରିଗରମାନେ କୌଳିକ ବୃତ୍ତିରୁ ମୁହଁ ଫେରାଇ ନେଲେଣି। ୪୦ରୁ ଅଧିକ ପରିବାର ଏହି ତାଳ ପତ୍ରରେ ତିଆରି ଜିନିଷ ବିକ୍ରି କରି ପରିବାର ପାଷଣ କରୁଥିଲେ। ହେଲେ ଏବେ ଧୀରେ ଧୀରେ ହଜିଯିବାକୁ ବସିଛି ଏହି ଶିଳ୍ପ। ସରକାରଙ୍କ କୌଣସି ପ୍ରକାର ସାହାଯ୍ୟ ସହଯୋଗ ମିଳୁ ନ ଥିବାରୁ ପିଢି ପରେ ପିଢି ଚଳିଆସୁଥିବା ପୁରୀ ଜିଲା ସତ୍ୟବାଦୀର ପକ୍ଷୀମୁଣ୍ଡ ଗ୍ରାମର କାରିଗରମାନେ ମୁହଁ ଫେରାଇଲେଣି ଏହି ବୃତ୍ତିରୁ। ପ୍ରାୟ ୧୦୦ରୁ ଅଧିକ କାରିଗର ଏହି ତାଳପତ୍ରରୁ ବିଭିନ୍ନ ଜିନିଷ ସବୁ ତିଆରି କରିଥାନ୍ତି। ଭୋଗେଇ, ବିଞ୍ଚଣା, ଡାଲିଆ, ପକ୍ଷିଆ, ଛତା, ପାଚିଆ ଆଦିରୁ ନେଇ ଅନେକ ଘରକରଣା ଉପକରଣ ତିଆରି ହେଉଛି। କିନ୍ତୁ ସାହାଯ୍ୟ ସହଯୋଗ ସାଙ୍ଗକୁ ଦୁଇ ପଇସା ଲାଭ ପାପାରୁ ନ ଥିବାରୁ ବୃତ୍ତି ହଜିବାକୁ ବସିଲାଣି। ଏନେଇ ଖବରନେବାରେ ଗ୍ରାମର ଗୋପାଳ ବେହେରା କୁହନ୍ତି, ତାଳ ଗଛରୁ ପତ୍ର କାଟିବାକୁ ଗଛ ଚଢାଳିଙ୍କୁ ଗୋଟିଏ ଗଛ ପିଛା ୫୦ ଟଙ୍କା ଓ ଗଛ ମାଲିକଙ୍କୁ ୫୦ ଟଙ୍କା ଦେବାକୁ ପଡୁଛି। ଏପଟେ ପତ୍ରକୁ ଆଣି ତାକୁ ଧୋଇ ସୁଖାଇ ବୁଣିବା ଉପଯୋଗୀ କରିବାକୁ ପ୍ରାୟ ୫ ଦିନ ଲାଗେ। ଏହାରି ଭିତରେ ଏତେ ପରିଶ୍ରମ କରୁଥିବାବେଳେ ତା ଜାଗା ନେଇ ଯାଉଛି ପ୍ଲାଷ୍ଟିକ ଓ ପଲିଥିନ୍‌ ଜିନିଷ। ଫଳରେ ଯେଉଁ କିଛି ସାମଗ୍ରୀ ହେଉଛି ତାହାର ମୂଲ୍ୟ ମିଳୁନି। ଘରେ ପଡ଼ି ପଡ଼ି ସବୁ ଜିନିଷ ସାମଗ୍ରୀ ନଷ୍ଟ ହେବାରେ ଲାଗିଛି। ତେବେ ସରକାଙ୍କ ପକ୍ଷରୁ ଯଦି କିଛି ସହାୟତା ଯୋଗାଇ ଦିଆଯାଇପାରିବ ତେବେ ଏହି ବୃତ୍ତିକୁ ଅଧିକରୁ ଅଧିକ କାରିଗର ଆପଣାଇ ପାରିବେ ବୋଲି ଗୋପଳ କହିଛନ୍ତି।

The post ହଜିବାକୁ ବସିଲାଣି ତାଳପତ୍ର ହସ୍ତଶିଳ୍ପ appeared first on Dharitri Odia News.