ହଜିଯାଉଛି ରଜ ମଉଜ
ଡେରାବିଶ,୧୪ା୬(ବେବର୍ତ୍ତା ଅଜୟ ଦାସ): ଉପକୂଳବର୍ତ୍ତୀ କେନ୍ଦ୍ରାପଡ଼ା ଜିଲା ଅଞ୍ଚଳରେ କୃଷିଭିତ୍ତିକ ଗଣପର୍ବ ରଜ ଏକ ମୁଖ୍ୟପର୍ବ ଭାବେ ପାଳିତ ହୋଇଆସୁଛି। ଅତୀତ ଓ ବର୍ତ୍ତମାନ ମଧ୍ୟରେ ଏହି ପର୍ବ କ୍ରମଶଃ ସାଧାରଣରେ ଯେପରି ଅନାଗ୍ରହ ସୃଷ୍ଟି କରୁଥିବା ଭଳି ଦେଖିବାକୁ ମିଳିଛି। ଗାଁ ଦାଣ୍ଡରେ ବାଗୁଡ଼ି ଖେଳ, ଯୁବତୀମାନଙ୍କ ପୁଚି ଖେଳ ସାଙ୍ଗକୁ ପିଠାପଣାର ଆସର ଯେପରି ଆଉ ଦେଖିବାକୁ ମିଳୁନାହିଁ। ମାତ୍ର ଡେରାବିଶ ବ୍ଲକ ଅଞ୍ଚଳରେ ଶୁକ୍ରବାରଠାରୁ ରବିବାରଯାଏ ଅନୁଷ୍ଠିତ ହେବାକୁ ଥିବା ରଜପର୍ବ ପାଇଁ […] The post ହଜିଯାଉଛି ରଜ ମଉଜ appeared first on Dharitri Odia News.
ଡେରାବିଶ,୧୪ା୬(ବେବର୍ତ୍ତା ଅଜୟ ଦାସ): ଉପକୂଳବର୍ତ୍ତୀ କେନ୍ଦ୍ରାପଡ଼ା ଜିଲା ଅଞ୍ଚଳରେ କୃଷିଭିତ୍ତିକ ଗଣପର୍ବ ରଜ ଏକ ମୁଖ୍ୟପର୍ବ ଭାବେ ପାଳିତ ହୋଇଆସୁଛି। ଅତୀତ ଓ ବର୍ତ୍ତମାନ ମଧ୍ୟରେ ଏହି ପର୍ବ କ୍ରମଶଃ ସାଧାରଣରେ ଯେପରି ଅନାଗ୍ରହ ସୃଷ୍ଟି କରୁଥିବା ଭଳି ଦେଖିବାକୁ ମିଳିଛି। ଗାଁ ଦାଣ୍ଡରେ ବାଗୁଡ଼ି ଖେଳ, ଯୁବତୀମାନଙ୍କ ପୁଚି ଖେଳ ସାଙ୍ଗକୁ ପିଠାପଣାର ଆସର ଯେପରି ଆଉ ଦେଖିବାକୁ ମିଳୁନାହିଁ। ମାତ୍ର ଡେରାବିଶ ବ୍ଲକ ଅଞ୍ଚଳରେ ଶୁକ୍ରବାରଠାରୁ ରବିବାରଯାଏ ଅନୁଷ୍ଠିତ ହେବାକୁ ଥିବା ରଜପର୍ବ ପାଇଁ ବିଭିନ୍ନ ଗାଁଗୁଡିକରେ ରହୁଥିବା ଯୁବତୀଙ୍କ ମଧ୍ୟରେ ରଜ ପାଇଁ ପ୍ରସ୍ତୁତି ଜୋରଦାର ଥିବା ଦେଖିବାକୁ ମିଳିଛି। ଗୁରୁବାର ସଜବାଜ ଥିବାରୁ ଯୁବତୀମାନେ ବିଳମ୍ବିତ ରାତିରେ ନିଜକୁ ସଜେଇ ହୋଇ ରଜ ମଉଜ ପାଳିବାକୁ ପ୍ରସ୍ତୁତି ଜୋରଦାର କରିଥିବା ବ୍ଲକ ଅଧୀନ ଡେରାଡିହ ଗ୍ରାମର ପ୍ରୀତିରେଖା ମହାନ୍ତି କହିଛନ୍ତି। ମାତ୍ର ପିଲା ଦିନେ ପାଳୁଥିବା ରଜ ବର୍ତ୍ତମାନ ମଧ୍ୟରେ ବହୁ ତାରତମ୍ୟ ଦେଖାଦେଇଛି। ପିଲାଦିନେ କଦଳୀ ପଟୁଆର ଚପଲ ପିନ୍ଧି ଦୋଳି ଓ ପୁଚି ଖେଳୁଥିଲୁ। ମାତ୍ର ବର୍ତ୍ତମାନ ସେ ଦୋଳି, ପୁଚି ଓ କଦଳି ପଟୁଆର ଚପଲ ନାହିଁ ବୋଲି ପ୍ରୀତିରେଖା କହିଛନ୍ତି। ସେହିପରି ଫକୀରାବାଦର ବୟୋଜ୍ୟେଷ୍ଠ ସାମାଜିକ କର୍ମୀ ହଳଧର ଦାଶ କହିଛନ୍ତି, ପିଲାଦିନେ ରଜରେ ବାଗୁଡ଼ି ଖେଳିବାକୁ ଓ ଦେଖିବାକୁ ଯେପରି ଖାଇବା ଭୁଲି ଯାଉଥିଲୁ। ମାତ୍ର ତାହା ଏବେ ଯେପରି ସ୍ବପ୍ନ ପାଲଟିଛି। ରଜରେ ତାସ୍ ଖେଳର ମଜା ଏବେବି ଆମ ଭିତରେ ଉଙ୍କି ମାରୁଛି। ମାତ୍ର ତାସ୍ ଖେଳ ବର୍ତ୍ତମାନ ଯେପରି ସ୍ବପ୍ନ ପାଲଟିଛି ବୋଲି କୁଅଁରପୁର ଗ୍ରାମର ସଚ୍ଚିଦାନନ୍ଦ ରଥ କହିଛନ୍ତି। ନୂତନ ଯୁବ ପିଢ଼ି ପାଇଁ ରଜ ମଉଜ ଯେପରି କ୍ରମଶଃ ଦୂରେଇ ଯିବାକୁ ବସିଛି। ତେବେ ଏହି ରଜ ପାଇଁ ବାହାରେ ରହୁଥିବା ବ୍ୟକ୍ତିମାନେ ପରିବାର ସହ ଘରମୁହାଁ ହୋଇଛନ୍ତି। ତିନି ଦିନ ଧରି ବିଭିନ୍ନ ଗାଁରେ ସାଂସ୍କୃତିକ କାର୍ଯ୍ୟକ୍ରମ ବ୍ଲକ ଅଞ୍ଚଳକୁ ଉତ୍ସବମୁଖର କରିବ। ଏହି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଯେପରି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ମାତ୍ର ବର୍ତ୍ତମାନର ରଜପର୍ବ ଯୁବକମାନଙ୍କ ମଧ୍ୟରେ ଏକ ଭିନ୍ନ ଢଙ୍ଗରେ ପାଳନ ହେଉଥିବା ଦେଖିବାକୁ ମିଳୁଛି। ତିଲକପୁର ଗ୍ରାମର ଧରଣୀଧର ପ୍ରଧାନ କହିଛନ୍ତି, ରଜ ତିନି ଦିନ ପାଇଁ ଭୋଜି ଭାତରଆସର ସହ ଡିଜେ ବାଜାକୁ ଅଗ୍ରିମ ଦିଆସରିଛି। ତିନି ଦିନ ଗାଁରେ ଆମ ଭିତରେ ନୃତ୍ୟ ଗୀତର ଆସର ପାଇଁ ବିଭିନ୍ନ ପ୍ରସ୍ତୁତି ସରିଛି। ସେଦିନର ରଜଦୋଳି ବହୁ ପରିମାଣରେ ନ ଥିଲେ ମଧ୍ୟ ଚଳିତ ରଜ ପାଇଁ କେତେକ ସ୍ଥାନରେ ଯୁବତୀମାନଙ୍କ ଦ୍ୱାରା ରଜ ଦୋଳି ପ୍ରସ୍ତୁତି ସରିଛି।
The post ହଜିଯାଉଛି ରଜ ମଉଜ appeared first on Dharitri Odia News.