ହଟିଥିଲେ ପଞ୍ଜାବ ପୋଲିସ, ଏବେ ଗୁଜରାଟ ପୋଲିସ ମୁତୟନକୁ ନେଇ ପ୍ରଶ୍ନ ଉଠାଇଲେ ଅରବିନ୍ଦ କେଜରିୱାଲ୍

ନୂଆଦିଲ୍ଲୀ ୨୬।୧: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଆପ)ର ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲଙ୍କ ସୁରକ୍ଷାକୁ ନେଇ ନୂଆ ବିବାଦ ଉପୁଜିଛି। କେଜରିୱାଲ ତାଙ୍କ ସୁରକ୍ଷାରେ ମୁତୟନ ଥିବା ପଞ୍ଜାବ ପୋଲିସକୁ ହଟାଇ ଗୁଜରାଟ ପୋଲିସ ମୁତୟନ କରାଯିବାରେ ପ୍ରଶ୍ନ ଉଠାଇଛନ୍ତି। ଏ ନେଇ କେଜରିୱାଲ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଏକ ପୋଷ୍ଟ ମଧ୍ୟ କରିଛନ୍ତି। ଏହି ପୋଷ୍ଟରେ ସେ ଗୁଜରାଟ ପୋଲିସର ଏକ ଆଦେଶକୁ ସେୟାର କରି ଏହାର ସମାଲୋଚନା କରିଛନ୍ତି। କେଜରିୱାଲ କହିଛନ୍ତି ଯେ ନିର୍ବାଚନ ଆୟୋଗ ପଞ୍ଜାବ ପୋଲିସକୁ ଦିଲ୍ଲୀରୁ ହଟେଇ ଦେଇଛି ଓ ଗୁଜରାଟ ପୋଲିସକୁ ଆଣି ଦିଲ୍ଲୀରେ ସୁରକ୍ଷା ପ୍ରଦାନ କରୁଛି, ଏହା କିପରି କଥା? କେଜରିୱାଲ ଗୁଜରାଟ ପୋଲିସ ମୁତୟନକୁ ନେଇ ନିର୍ବାଚନ ଆୟୋଗଙ୍କ ମାନସିକାତାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ ନିର୍ବାଚନ ନିମନ୍ତେ ନିର୍ବାଚନ ଆୟୋଗ କେବଳ ଗୁଜରାଟ ନୁହେଁ ଅନେକ ରାଜ୍ୟରୁ ଫୋର୍ସ ମଗାଇଛନ୍ତି। ନିର୍ବାଚନ ଆୟୋଗଙ୍କ ଆଦେଶ ଅନୁସାରେ ଜାନୁୟାରୀ ୧୧ ତାରିଖ ଦିନ ଗୁଜରାଟରୁ୮ କମ୍ପାନୀ ଫୋର୍ସ ଦିଲ୍ଲୀ ଆସିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଯେବେବି କୌଣସି ରାଜ୍ୟରେ ନିର୍ବାଚନ ହୁଏ ନିର୍ବାଚନ ଆୟୋଗ ସାରା ଦେଶରୁ ପୋଲିସ ଫୋର୍ସ ଡକାଇ ଥାନ୍ତି। ଗୃହମନ୍ତ୍ରାଳୟଙ୍କ ସମନ୍ୱୟରେ ଏହି ଫୋର୍ସଙ୍କୁ ନିର୍ବାଚନ ଡ୍ୟୁଟିରେ ନିୟୋଜିତ କରାଯାଏ। ସେମାନଙ୍କ କାମ ପୋଲିଂ ବୁଥର

ହଟିଥିଲେ ପଞ୍ଜାବ ପୋଲିସ, ଏବେ ଗୁଜରାଟ ପୋଲିସ ମୁତୟନକୁ ନେଇ ପ୍ରଶ୍ନ ଉଠାଇଲେ ଅରବିନ୍ଦ କେଜରିୱାଲ୍

ନୂଆଦିଲ୍ଲୀ ୨୬।୧: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଆପ)ର ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲଙ୍କ ସୁରକ୍ଷାକୁ ନେଇ ନୂଆ ବିବାଦ ଉପୁଜିଛି। କେଜରିୱାଲ ତାଙ୍କ ସୁରକ୍ଷାରେ ମୁତୟନ ଥିବା ପଞ୍ଜାବ ପୋଲିସକୁ ହଟାଇ ଗୁଜରାଟ ପୋଲିସ ମୁତୟନ କରାଯିବାରେ ପ୍ରଶ୍ନ ଉଠାଇଛନ୍ତି। ଏ ନେଇ କେଜରିୱାଲ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଏକ ପୋଷ୍ଟ ମଧ୍ୟ କରିଛନ୍ତି। ଏହି ପୋଷ୍ଟରେ ସେ ଗୁଜରାଟ ପୋଲିସର ଏକ ଆଦେଶକୁ ସେୟାର କରି ଏହାର ସମାଲୋଚନା କରିଛନ୍ତି। 

କେଜରିୱାଲ କହିଛନ୍ତି ଯେ ନିର୍ବାଚନ ଆୟୋଗ ପଞ୍ଜାବ ପୋଲିସକୁ ଦିଲ୍ଲୀରୁ ହଟେଇ ଦେଇଛି ଓ ଗୁଜରାଟ ପୋଲିସକୁ ଆଣି ଦିଲ୍ଲୀରେ ସୁରକ୍ଷା ପ୍ରଦାନ କରୁଛି, ଏହା କିପରି କଥା? କେଜରିୱାଲ ଗୁଜରାଟ ପୋଲିସ ମୁତୟନକୁ ନେଇ ନିର୍ବାଚନ ଆୟୋଗଙ୍କ ମାନସିକାତାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ ନିର୍ବାଚନ ନିମନ୍ତେ ନିର୍ବାଚନ ଆୟୋଗ କେବଳ ଗୁଜରାଟ ନୁହେଁ ଅନେକ ରାଜ୍ୟରୁ ଫୋର୍ସ ମଗାଇଛନ୍ତି। ନିର୍ବାଚନ ଆୟୋଗଙ୍କ ଆଦେଶ ଅନୁସାରେ ଜାନୁୟାରୀ ୧୧ ତାରିଖ ଦିନ ଗୁଜରାଟରୁ୮ କମ୍ପାନୀ ଫୋର୍ସ ଦିଲ୍ଲୀ ଆସିଛନ୍ତି। 

ଉଲ୍ଲେଖଯୋଗ୍ୟ ଯେ ଯେବେବି କୌଣସି ରାଜ୍ୟରେ ନିର୍ବାଚନ ହୁଏ ନିର୍ବାଚନ ଆୟୋଗ ସାରା ଦେଶରୁ ପୋଲିସ ଫୋର୍ସ ଡକାଇ ଥାନ୍ତି। ଗୃହମନ୍ତ୍ରାଳୟଙ୍କ ସମନ୍ୱୟରେ ଏହି ଫୋର୍ସଙ୍କୁ ନିର୍ବାଚନ ଡ୍ୟୁଟିରେ ନିୟୋଜିତ କରାଯାଏ। ସେମାନଙ୍କ କାମ ପୋଲିଂ ବୁଥର ସୁରକ୍ଷା କରିବା, ଫ୍ଲାଇଂ ସ୍କ୍ୱାର୍ଡ, ଅନ୍ତରାଜ୍ୟ ସୀମା ଯାଞ୍ଚ ଓ ସମ୍ବେଦନଶୀଳ ଅଞ୍ଚଳର ଶାନ୍ତିଶୃଙ୍ଖଳା କାୟମ ରଖିବା  ହୋଇଥାଏ।  ଦିଲ୍ଲୀ ନିର୍ବାଚନ ନିମନ୍ତେ ଆୟୋଗ ୨୫୦ କମ୍ପାନୀ ଫୋର୍ସ ଦାବି କରିଥିଲେ। ତେବେ ଆୟୋଗଙ୍କୁ ୨୨୦ କମ୍ପାନୀ ଫୋର୍ସ ଉପଲବ୍ଧ କରାଯାଇ ପାରିଛି।