ହଟିଲା କଟକଣା, ଆଜିଠାରୁ ସମୁଦ୍ର ଯିବେ ମତ୍ସ୍ୟଜୀବୀ
ପାରାଦୀପ,୧୫।୬(ଶରତ ରାଉତ): ସମଗ୍ର ପୂର୍ବ ଉପକୂଳ ସମୁଦ୍ରରେ ଗତ ଏପ୍ରିଲ ୧୫ରୁ ଜାରି ହୋଇଥିବା କଟକଣା ଶୁକ୍ରବାର ଶେଷ ହୋଇଛି। ଶନିବାର ପ୍ରତ୍ୟୁଷରୁ ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ଯାଇ ଅବାଧରେ ମାଛ ଧରିପାରିବେ। ଏହିକ୍ରମରେ ରାଜ୍ୟର ବୃହତ୍ ପାରାଦୀପ ମାଛଧରା ବନ୍ଦର ଶୁକ୍ରବାର ଚଳଚଞ୍ଚଳ ହୋଇଛି। ମଧ୍ୟରାତିରୁ ମାଛଧରା ବୋଟ୍ଗୁଡ଼ିକ ସମୁଦ୍ର ଭିତରକୁ ଯାଇପାରିବେ। ଏନେଇ ମତ୍ସ୍ୟଜୀବୀମାନେ ସେମାନଙ୍କ ଆନୁଷଙ୍ଗିକ ସରଞ୍ଜାମଗୁଡ଼ିକୁ ବୋଟ୍ରେ ଭର୍ତ୍ତି କରିଛନ୍ତି। ଏହାକୁ ସେମାନଙ୍କ ଭାଷାରେ ବାଟା ବୋଲି କୁହାଯାଏ। ଏଥିରେ ଗୋଟିଏ […] The post ହଟିଲା କଟକଣା, ଆଜିଠାରୁ ସମୁଦ୍ର ଯିବେ ମତ୍ସ୍ୟଜୀବୀ appeared first on Dharitri Odia News.
ପାରାଦୀପ,୧୫।୬(ଶରତ ରାଉତ): ସମଗ୍ର ପୂର୍ବ ଉପକୂଳ ସମୁଦ୍ରରେ ଗତ ଏପ୍ରିଲ ୧୫ରୁ ଜାରି ହୋଇଥିବା କଟକଣା ଶୁକ୍ରବାର ଶେଷ ହୋଇଛି। ଶନିବାର ପ୍ରତ୍ୟୁଷରୁ ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ଯାଇ ଅବାଧରେ ମାଛ ଧରିପାରିବେ। ଏହିକ୍ରମରେ ରାଜ୍ୟର ବୃହତ୍ ପାରାଦୀପ ମାଛଧରା ବନ୍ଦର ଶୁକ୍ରବାର ଚଳଚଞ୍ଚଳ ହୋଇଛି। ମଧ୍ୟରାତିରୁ ମାଛଧରା ବୋଟ୍ଗୁଡ଼ିକ ସମୁଦ୍ର ଭିତରକୁ ଯାଇପାରିବେ। ଏନେଇ ମତ୍ସ୍ୟଜୀବୀମାନେ ସେମାନଙ୍କ ଆନୁଷଙ୍ଗିକ ସରଞ୍ଜାମଗୁଡ଼ିକୁ ବୋଟ୍ରେ ଭର୍ତ୍ତି କରିଛନ୍ତି। ଏହାକୁ ସେମାନଙ୍କ ଭାଷାରେ ବାଟା ବୋଲି କୁହାଯାଏ। ଏଥିରେ ଗୋଟିଏ ଲେଖାଏ ବୋଟରେ ମତ୍ସ୍ୟଜୀବୀମାନେ ବରଫ, ୮ ଦିନ ଚଳିବା ପାଇଁ ଡିଜେଲ, ଜାଲ, ଖାଇବା ସାମଗ୍ରୀ, ପାନୀୟ ଜଳ ଆଦି ଭର୍ତ୍ତି କରିଛନ୍ତି। ଗୋଟିଏ ବୋଟରେ ବାଟା ପାଇଁ ପ୍ରାୟ ୩ରୁ ୪ ଲକ୍ଷ ଟଙ୍କା ଆବଶ୍ୟକ ବୋଲି ଓମ୍ଫାର ସମ୍ପାଦକ ଅରବିନ୍ଦ ସ୍ବାଇଁ କୁହନ୍ତି। ପ୍ରଥମେ କିଛି ଦିନ ଭଲ ମାଛ ଉତ୍ପାଦନ ହେବାର ଆଶା ରହିଥାଏ। କାରଣ ଦୁଇମାସ କଟକଣା ଯୋଗୁ ମାଛବଂଶ ବୃଦ୍ଧି ହେବା ସହ କୂଳରେ ଥାଆନ୍ତି। ମୌସୁମୀଜନିତ ପାଣିପାଗ ଯୋଗୁ ମାଛ ଧରିବା ସହଜ ହୋଇଥାଏ। ଏହି ସମୟରେ ସମୁଦ୍ର ଅଶାନ୍ତ ନ ଥାଏ ବୋଲି ବୋଟ ମାଷ୍ଟର କୃପାସିନ୍ଧୁ ଦାସ କୁହନ୍ତି।
ସୂଚନାଯୋଗ୍ୟ, ସମୁଦ୍ରରେ ମାଛବଂଶ ବୃଦ୍ଧି ପାଇଁ ସରକାରୀ ଭାବେ ଦେଶର ପୂର୍ବ ଉପକୂଳ ସମୁଦ୍ରରେ ଦୁଇମାସ କଟକଣା କରାଯାଇଥିଲା। ପ୍ରତିବର୍ଷ ଏପରି କରାଯାଇଥାଏ। ଏହି କଟକଣା ସମୟରେ ମତ୍ସ୍ୟଜୀବୀମାନେ ରୋଜଗାର ହରାଇଥାନ୍ତି। ପାରାଦୀପ ମାଛଧରା ବନ୍ଦର ମଧ୍ୟରେ ବଡ଼ ବୋଟ ଓ ଛୋଟ ମୋଟର ଚାଳିତ ଡଙ୍ଗା ମିଶି ପ୍ରାୟ ୭୦୦ ହେବ। ମତ୍ସ୍ୟଜୀବୀମାନେ ସେଥିରେ ସମୁଦ୍ରକୁ ଯାଇ ମାଛ ଧରିଥାନ୍ତି।
ମତ୍ସ୍ୟ ଶିଳ୍ପ ଉପରେ ପ୍ରତ୍ୟକ୍ଷ ପରୋକ୍ଷ ଭାବେ ପ୍ରାୟ ୫୦ ହଜାର ଲୋକେ ନିର୍ଭରଶୀଳ ବୋଲି ଓମ୍ଫା ସଭାପତି ଶ୍ରୀକାନ୍ତ ପରିଡ଼ା କୁହନ୍ତି। ସରକାର ଏହି ମତ୍ସ୍ୟଜୀବମାନଙ୍କୁ ଏପର୍ଯ୍ୟନ୍ତ ସେପରି କୌଣସି ଆଖିଦୃଶିଆ ରିହାତି ଦେଉନାହାନ୍ତି। କେବଳ ବୋଟ ଓ ଇଞ୍ଜିନ ଚାଳିତ ଡଙ୍ଗାରେ ପଡୁଥିବା ତେଲରେ ସବ୍ସିଡି, କଟକଣା ସମୟରେ ଭତ୍ତା ଆଦି ଦିଆଯାଉଛି। ପୂର୍ବ ଭଳି ସମୁଦ୍ରରେ ଆଉ ମାଛ ଉତ୍ପାଦନ ହେଉନାହିଁ। ଅନେକ ପ୍ରଜାତିର ମାଛ ଲୋପ ପାଇଗଲାଣି। ଜଳବାୟୁ ପରିବର୍ତ୍ତନ ଓ ସାମୁଦ୍ରିକ ପ୍ରଦୂଷଣ ଏହାର ମୁଖ୍ୟ କାରଣ। ତଥାପି ଯେଉଁମାନେ ଏହି ଟ୍ରେଡ୍ରେ ଅଛନ୍ତି ସେମାନେ ପଛକୁ ଫେରି ପାରୁନାହାନ୍ତି। ଏନେଇ ମତ୍ସ୍ୟଜୀବୀମାନଙ୍କୁ ଅଧିକ ସରକାରୀ ସହୟତା ଯୋଗାଇ ଦିଆଗଲେ ସେମାନଙ୍କ ଜୀବନଜୀବିକା ସୁଦୃଢ଼ ହେଇପାରିବ ବୋଲି ବୃଦ୍ଧିଜୀବୀମାନେ ଆଶାବ୍ୟକ୍ତ କରିଛନ୍ତି।
The post ହଟିଲା କଟକଣା, ଆଜିଠାରୁ ସମୁଦ୍ର ଯିବେ ମତ୍ସ୍ୟଜୀବୀ appeared first on Dharitri Odia News.