ହଟୁନି ଚିରାଫଟା ବ୍ୟାନର, ସ୍ମାର୍ଟସିଟି ସୌନ୍ଦର୍ଯ୍ୟତାରେ ସାଜୁଛି ପ୍ରତିବନ୍ଧକ
ରାଉରକେଲା,୧୯ା୫(ବିପ୍ଳବ ରଞ୍ଜନ ଦାଶ)ରାଉରକେଲାରେ ହୋର୍ଡିଂ ସେବାର ଠିକ୍ ପରିଚାଳନା ହେଉନାହିଁ। ଫଳରେ ଏହା ସହରର ସୌନ୍ଦର୍ଯ୍ୟ ବୃଦ୍ଧିରେ ପ୍ରତିବନ୍ଧକ ସାଜୁଛି। ଆରଏମ୍ସି ଅନୁମୋଦନରେ ବିଭିନ୍ନ ସଂସ୍ଥା ପକ୍ଷରୁ ବ୍ୟାନରଗୁଡ଼ିକ ଉଦିତ୍ନଗର, ପାନପୋଷ, ଡେଲି ମାର୍କେଟ୍ ଭଳି ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ଲଗାଯାଉଛି। ମାତ୍ର ପରିତାପର ବିଷୟ, ମାସ ମାସ ଧରି ବ୍ୟାନରଗୁଡ଼ିକ ଫାଟି ଝୁଲିରହୁଛି। ହେଲେ ଏହାକୁ ହଟାଯାଉ ନ ଥିବାରୁ ସହରର ସୌନ୍ଦର୍ଯ୍ୟତାରେ ପ୍ରତିବନ୍ଧକ ସାଜୁଛି। ସେହିପରି ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ସେମାନଙ୍କ […] The post ହଟୁନି ଚିରାଫଟା ବ୍ୟାନର, ସ୍ମାର୍ଟସିଟି ସୌନ୍ଦର୍ଯ୍ୟତାରେ ସାଜୁଛି ପ୍ରତିବନ୍ଧକ appeared first on Dharitri Odia News.
ରାଉରକେଲା,୧୯ା୫(ବିପ୍ଳବ ରଞ୍ଜନ ଦାଶ)ରାଉରକେଲାରେ ହୋର୍ଡିଂ ସେବାର ଠିକ୍ ପରିଚାଳନା ହେଉନାହିଁ। ଫଳରେ ଏହା ସହରର ସୌନ୍ଦର୍ଯ୍ୟ ବୃଦ୍ଧିରେ ପ୍ରତିବନ୍ଧକ ସାଜୁଛି। ଆରଏମ୍ସି ଅନୁମୋଦନରେ ବିଭିନ୍ନ ସଂସ୍ଥା ପକ୍ଷରୁ ବ୍ୟାନରଗୁଡ଼ିକ ଉଦିତ୍ନଗର, ପାନପୋଷ, ଡେଲି ମାର୍କେଟ୍ ଭଳି ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ଲଗାଯାଉଛି। ମାତ୍ର ପରିତାପର ବିଷୟ, ମାସ ମାସ ଧରି ବ୍ୟାନରଗୁଡ଼ିକ ଫାଟି ଝୁଲିରହୁଛି। ହେଲେ ଏହାକୁ ହଟାଯାଉ ନ ଥିବାରୁ ସହରର ସୌନ୍ଦର୍ଯ୍ୟତାରେ ପ୍ରତିବନ୍ଧକ ସାଜୁଛି। ସେହିପରି ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ସେମାନଙ୍କ ପ୍ରାର୍ଥୀଙ୍କ ପୋଷ୍ଟର ସହରର ପ୍ରତ୍ୟେକ ଗଳିକନ୍ଦିରେ ଲଗାଇଛନ୍ତି। ଅନେକ ସ୍ଥାନରେ ବ୍ୟାନରଗୁଡ଼ିକ ଫାଡ଼ି ହୋଇଗଲାଣି। ଗୋଟିଏପଟେ ସହରକୁ ପ୍ଲାଷ୍ଟିକ୍ମୁକ୍ତ ଭାବେ ଗଢ଼ିତୋଳିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଉଛି। ଅନ୍ୟପଟେ ସହରସାରା ଚିରାଫଟା ପ୍ଲାଷ୍ଟିକ୍ ବ୍ୟାନର ପ୍ରଦୂଷଣ ବୃଦ୍ଧିର କାରଣ ସାଜୁଛି। ତେବେ ତୁରନ୍ତ ଏହି ବ୍ୟାନରଗୁଡ଼ିକ ହଟାଇବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି। ଏନେଇ ରାଉରକେଲା ମହାନଗର ନିଗମ ଆୟୁକ୍ତ ଆଶୁତୋଷ କୁଲକର୍ନୀଙ୍କୁ ପଚାରିବାରୁ, ଆଜି ରାତିଠାରୁ ସହରର ବିଭିନ୍ନ ସ୍ଥାନରେ ଲଗାଯାଇଥିବା ରାଜନୈତିକ ବ୍ୟାନରଗୁଡ଼ିକ ହଟାଇବା କାମ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁସାରେ କରାଯିବ। ଏଥିସହ କମ୍ପାନୀଗୁଡ଼ିକର ଚିରାଫଟା ବ୍ୟାନର ସମ୍ପୃକ୍ତ ଠିକା ସଂସ୍ଥାଙ୍କୁ ଅବଗତ କରାଇ ହଟାଯିବ ବୋଲି କୁଲକର୍ନୀ ଦର୍ଶାଇଥିଲେ।
The post ହଟୁନି ଚିରାଫଟା ବ୍ୟାନର, ସ୍ମାର୍ଟସିଟି ସୌନ୍ଦର୍ଯ୍ୟତାରେ ସାଜୁଛି ପ୍ରତିବନ୍ଧକ appeared first on Dharitri Odia News.