ହଠାତ୍‌ ଅଚଳ ହେଲା ଫେସବୁକ ଓ ଇନଷ୍ଟାଗ୍ରାମ

ୟୁଜର୍ସମାନେ ଏହି ସବୁ ଆପ୍‌ରେ କୌଣସି ସେବା ପାଇ ପାରୁ ନାହାନ୍ତି। ମେସେଜ ଯାଉ ନାହିଁ। ଫେସବୁକ ଓ ଇନଷ୍ଟାଗ୍ରାମ ଆଇଡି ଲଗଆଉଟ ହୋଇ ଯାଉଛି।

ହଠାତ୍‌ ଅଚଳ ହେଲା ଫେସବୁକ ଓ ଇନଷ୍ଟାଗ୍ରାମ

ମେଟା ଦ୍ୱାରା ପରିଚାଳିତ ସୋଶାଲ ମିଡିଆ ପ୍ଲାଟଫର୍ମ ଫେସବୁକ, ଇଷ୍ଟାଗ୍ରାମ, ଥ୍ରେଡସ ଓ ମେସେଞ୍ଜର ହଠାତ୍‌ କାମ କରିବା ବନ୍ଦ କରି ଦେଇଛି। ଭାରତ ସମେତ ପୂରା ବିଶ୍ୱରେ ମେଟା ସର୍ଭର ଡାଉନ ହୋଇ ଯାଇଛି।

ୟୁଜର୍ସମାନେ ଏହି ସବୁ ଆପ୍‌ରେ କୌଣସି ସେବା ପାଇ ପାରୁ ନାହାନ୍ତି। ମେସେଜ ଯାଉ ନାହିଁ। ଫେସବୁକ ଓ ଇନଷ୍ଟାଗ୍ରାମ ଆଇଡି ଲଗଆଉଟ ହୋଇ ଯାଉଛି। ସୋଶାଲ ମିଡିଆ ବ୍ୟବହାର କରୁଥିବା ଲୋକମାନେ ଏହାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ି ଯାଇଛନ୍ତି।

ଅନେକଙ୍କ ପାଖକୁ ପାସୱାର୍ଡ ବଦଳାଇବା ମଧ୍ୟ ମେସେଜ ଆସୁଛି। ଫେସବୁକରେ ସମସ୍ୟା ଦେଖାଯାଇଥିବା ୩ ଲକ୍ଷରୁ ଅଧିକ ଲୋକ ଅଭିଯୋଗ କରି ସାରିଲେଣି। ସେହିପରି ଇନଷ୍ଟାଗ୍ରାମ ଅଚଳ ହୋଇ ଯାଇଥିବା ୨ ଲକ୍ଷ ଲୋକ ଅଭିଯୋଗ ଦାଖଲ କରିଛନ୍ତି।

ସୋଶାଲ ମିଡିଆ ପ୍ଲାଟଫର୍ମ ବେଶ କିଛି ଘଣ୍ଟା ଧରି ଅଚଳ ରହିଥିଲେ ହେଁ ମେଟା ପକ୍ଷରୁ ଏ ସମ୍ପର୍କରେ ଏଯାଏ କିଛି ବି କୁହାଯାଇ ନାହିଁ। ତେବେ ମେଟା ଦ୍ୱାରା ପରିଚାଳିତ ହ୍ୱାଟସଆପ୍‌କୁ ନେଇ ଏଯାଏ କୌଣସି ପ୍ରକାରର ଅଭିଯୋଗ ଆସିନାହିଁ। କିନ୍ତୁ ଏକ୍ସକୁ ଟକ୍କର ଦେବାକୁ ଆସିଥିବା ଥ୍ରେଡ୍ସର ସର୍ଭର ଡାଉନ ହୋଇଯାଇଛି।

ମେଟାର ସର୍ଭର ଡାଉନ ହୋଇ ଯାଇଥିବାରୁ #Instagramdown, Facebook and Mark Zuckerberg ସୋଶାଲ ମିଡିଆ ଏକ୍ସରେ ଟ୍ରେଣ୍ଡିଂ କରିବା ଆରମ୍ଭ ହୋଇଛି।