ହଠାତ୍ ଅଲିମ୍ପିକ୍ସରୁ ଓହରିଲେ ବିଶ୍ୱର ନମ୍ବର-୧ ଟେନିସ୍ ଖେଳାଳି: ପଛର କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ,୨୫।୭: ବିଶ୍ୱ ନମ୍ବର ୱାନ ଟେନିସ ଖେଳାଳି ୟାନିକ ସିନର୍ ପ୍ୟାରିସ ଅଲିମ୍ପିକ୍ସରୁ ଓହରି ଯାଇଛନ୍ତି। ଗଳା ସଂକ୍ରମଣ (ଟନ୍ସିଲ) ହେତୁ ସେ ଏପରି ନିଷ୍ପତ୍ତି ନେଇଛନ୍ତି। ଏହି ୨୨ ବର୍ଷୀୟ ଇଟାଲୀୟ ଖେଳାଳି ସୋସିଆଲ ମିଡିଆରେ ଲେଖିଛନ୍ତି, ଅଲିମ୍ପିକ ଗେମ୍ସରେ ଭାଗ ନ ନେବାକୁ ଡାକ୍ତର ତାଙ୍କୁ ପରାମର୍ଶ ଦେଇଛନ୍ତି। ଜାନୁଆରୀରେ ଅଷ୍ଟ୍ରେଲିୟ ଓପନ ସହିତ ତାଙ୍କର ପ୍ରଥମ ଗ୍ରାଣ୍ଡ ସ୍ଲାମ ଟାଇଟଲ ଜିତିଥିବା ସିନର୍ ଗତ ମାସରେ ଫ୍ରେଞ୍ଚ ଓପନର ସେମିଫାଇନାଲରେ ପ୍ରବେଶ କରି […] The post ହଠାତ୍ ଅଲିମ୍ପିକ୍ସରୁ ଓହରିଲେ ବିଶ୍ୱର ନମ୍ବର-୧ ଟେନିସ୍ ଖେଳାଳି: ପଛର କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ appeared first on Dharitri Odia News.
ନୂଆଦିଲ୍ଲୀ,୨୫।୭: ବିଶ୍ୱ ନମ୍ବର ୱାନ ଟେନିସ ଖେଳାଳି ୟାନିକ ସିନର୍ ପ୍ୟାରିସ ଅଲିମ୍ପିକ୍ସରୁ ଓହରି ଯାଇଛନ୍ତି। ଗଳା ସଂକ୍ରମଣ (ଟନ୍ସିଲ) ହେତୁ ସେ ଏପରି ନିଷ୍ପତ୍ତି ନେଇଛନ୍ତି। ଏହି ୨୨ ବର୍ଷୀୟ ଇଟାଲୀୟ ଖେଳାଳି ସୋସିଆଲ ମିଡିଆରେ ଲେଖିଛନ୍ତି, ଅଲିମ୍ପିକ ଗେମ୍ସରେ ଭାଗ ନ ନେବାକୁ ଡାକ୍ତର ତାଙ୍କୁ ପରାମର୍ଶ ଦେଇଛନ୍ତି।
ଜାନୁଆରୀରେ ଅଷ୍ଟ୍ରେଲିୟ ଓପନ ସହିତ ତାଙ୍କର ପ୍ରଥମ ଗ୍ରାଣ୍ଡ ସ୍ଲାମ ଟାଇଟଲ ଜିତିଥିବା ସିନର୍ ଗତ ମାସରେ ଫ୍ରେଞ୍ଚ ଓପନର ସେମିଫାଇନାଲରେ ପ୍ରବେଶ କରି ଏଟିପି ର଼୍ୟାଙ୍କିଙ୍ଗରେ ବିଶ୍ୱର ଏକ ନମ୍ବର ଖେଳାଳି ହୋଇଥିଲେ।
ସିନର ଇଟାଲୀରେ ଲେଖିଛନ୍ତି, ଅଲିମ୍ପିକ୍ସକୁ ବାଦ୍ ପଡ଼ିବା ଏକ ବଡ଼ ନିରାଶାଜନକ କାରଣ ଏହି ସିଜିନ୍ରେ ଏହା ମୋର ମୁଖ୍ୟ ଲକ୍ଷ୍ୟ ଥିଲା। ଏହି ଗୁରୁତ୍ୱପୂର୍ଣ୍ଣ ଟୁର୍ନାମେଣ୍ଟରେ ମୋ ଦେଶକୁ ପ୍ରତିନିଧିତ୍ୱ କରିବାର ସମ୍ମାନରୁ ବଞ୍ଚିତ ହୋଇଛି।
The post ହଠାତ୍ ଅଲିମ୍ପିକ୍ସରୁ ଓହରିଲେ ବିଶ୍ୱର ନମ୍ବର-୧ ଟେନିସ୍ ଖେଳାଳି: ପଛର କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ appeared first on Dharitri Odia News.