ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨୧।୪:ଲୋକ ସଭା ନିର୍ବାଚନ ମଧ୍ୟରେ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ହଠାତ୍ ଅସୁସ୍ଥ ହୋଇପଡିଛନ୍ତି। ସେ ରବିବାର ରାଞ୍ଚିରେ ଆୟୋଜିତ ‘ଇଣ୍ଡିଆ’ ମିଳିତ ମେଣ୍ଟର ରାଲିରେ ଯୋଗଦେବେ ନାହିଁ। କେବଳ ଏତିକି ନୁହେଁ,ମଧ୍ୟପ୍ରଦେଶର ସତ୍ୟନାରେ ଅନୁଷ୍ଠିତ ହେବାକୁ ଥିବା ରାହୁଲଙ୍କ ରାଲିରେ ଯୋଗଦେବେ ନାହିଁ। କଂଗ୍ରେସ ନେତା ଜୟରାମ ରମେଶ ଟୁଇଟ କରି ଏହି ସୂଚନା ଦେଇଛନ୍ତି।ସ୍‌ ଜୟରାମ ରମେଶ କହିଛନ୍ତି, ରାହୁଲ ଗାନ୍ଧୀ ଆଜି ଇଣ୍ଡିଆ ରାଲି ଆୟୋଜନ କରୁଥିବା ସତନା ଏବଂ ରାଞ୍ଚିରେ ନିର୍ବାଚନ […] The post ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ ରାହୁଲ ଗାନ୍ଧୀ appeared first on Dharitri Odia News.

ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨୧।୪:ଲୋକ ସଭା ନିର୍ବାଚନ ମଧ୍ୟରେ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ହଠାତ୍ ଅସୁସ୍ଥ ହୋଇପଡିଛନ୍ତି। ସେ ରବିବାର ରାଞ୍ଚିରେ ଆୟୋଜିତ ‘ଇଣ୍ଡିଆ’ ମିଳିତ ମେଣ୍ଟର ରାଲିରେ ଯୋଗଦେବେ ନାହିଁ। କେବଳ ଏତିକି ନୁହେଁ,ମଧ୍ୟପ୍ରଦେଶର ସତ୍ୟନାରେ ଅନୁଷ୍ଠିତ ହେବାକୁ ଥିବା ରାହୁଲଙ୍କ ରାଲିରେ ଯୋଗଦେବେ ନାହିଁ। କଂଗ୍ରେସ ନେତା ଜୟରାମ ରମେଶ ଟୁଇଟ କରି ଏହି ସୂଚନା ଦେଇଛନ୍ତି।ସ୍‌
ଜୟରାମ ରମେଶ କହିଛନ୍ତି, ରାହୁଲ ଗାନ୍ଧୀ ଆଜି ଇଣ୍ଡିଆ ରାଲି ଆୟୋଜନ କରୁଥିବା ସତନା ଏବଂ ରାଞ୍ଚିରେ ନିର୍ବାଚନ ପ୍ରଚାର ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିଲେ। କିନ୍ତୁ ସେ ହଠାତ୍‌ ଅସୁସ୍ଥ ହୋଇପଡିଛନ୍ତି ଏବଂ ବର୍ତ୍ତମାନ ସମୟରେ ନୂଆଦିଲ୍ଲୀ ବାହାରକୁ ଯାଇପାରିବେ ନାହିଁ। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ସତନାରେ ହେବାକୁ ଥିବା ରାଲିରେ ସମ୍ବୋଧିତ କରିବେ। ଏହା ପରେ ସେ ରାଞ୍ଚିରେ ଇଣ୍ଡିଆ ଆଲାଇନ୍ସର ରାଲିରେ ଯୋଗଦେବେ।
ରାଞ୍ଚିରେ ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପୂର୍ବରୁ ରବିବାର ‘ଇଣ୍ଡିଆ’ ମିଳିତ ମେଣ୍ଟର ଏକ ପ୍ରଦର୍ଶନ ରହିଛି। ରାଞ୍ଚିର ପ୍ରଭାତ ତାରା ଗ୍ରାଉଣ୍ଡରେ ଆୟୋଜିତ ହେବାକୁ ଥିବା ଏହି ମେଗା ରାଲିର ନାମ ‘ଅଲଗୁଲାନ ନ୍ୟାୟ ରାଲି’ ରଖାଯାଇଛି। ଏହି ରାଲିରେ ପ୍ରାୟ ୧୪ଟି ଦଳର ନେତା ଅଂଶଗ୍ରହଣ କରିବେ।

The post ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ ରାହୁଲ ଗାନ୍ଧୀ appeared first on Dharitri Odia News.