ହଠାତ୍ ଆସିଲା ତାଣ୍ଡବ ରଚିଲା; ଘରଦ୍ୱାର ଉଡ଼ାଇ ନେଇ ୪ ଜଣଙ୍କ ଜୀବନ ନେଇଗଲା କାଳବୈଶାଖୀ

ନୂଆଦିଲ୍ଲୀ: କିଛି କୁଆଡ଼ୁ ନଥିଲା ହଠାତ୍ ଆସିଲା ବହେ ଛେଚିଲା। ଘର ଛପର, ଝରକା କବାଟ ସବୁ ଉଡ଼ାଇ ନେଲା। ଏମିତି ପବନ ହେଲା ଯେ ମହାମହା ଦ୍ରୁମ ବି ଉପଡ଼ି ପଡ଼ିଲା। କାଳବୈଶାଖି ଏମିତି ତାଣ୍ଡବ ରଚିଲା ୪ ଜଣଙ୍କର ଜୀବନ ନେଇଗଲା। ରବିବାର ପଶ୍ଚିମବଙ୍ଗର ଜଲପାଇଗୁଡ଼ିରେ କାଳବୈଶାଖୀରେ ଆଜି ୪ ଜଣଙ୍କର ଜୀବନ ଯାଇଛି। ଏକାଧିକ ଘର ଭାଙ୍ଗି ଯାଇଛି ଭୂଶୁଡ଼ି ପଡ଼ିଛି। ଇଲେକ୍ଟ୍ରିକ୍ ପୋଲ ଉପଡ଼ିପଡ଼ିବାରୁ ଜଲପାଇଗୁଡ଼ି ସମେତ ମୈନାଗୁଡ଼ିରେ ବିଦ୍ୟୁତ୍ ସେବା ବ୍ୟାଘାତ ହୋଇଛି। ରାଜରହାଟ, ବର୍ନିଶ, ବକଲି, ଜୋରପାକଡି, ମହାବଦଙ୍ଗା ଏବଂ ସପ୍ତିବାରୀ ଏରିଆରେ ଧ୍ୱଂଶଲୀଳା ରଚାଇଛି କାଳବୈଶାଖୀ। ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି। ଏକାଧିକ ଲୋକ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ବୋଲି ଧୂପଗିରି ବିଧାୟକ କହିଛନ୍ତି। ଘଟଣା ସମ୍ପର୍କରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ଉଦ୍ଧାର କାର୍ଯ୍ୟ ପାଇଁ ଘଟଣା ସ୍ଥଳରେ ବିପର୍ଯ୍ୟୟ ପରିଚାଳନା ଅଫିସର ଓ ପ୍ରଶାସନିକ ଅଧିକାରୀଙ୍କୁ ମୁତୟନ କରାଯାଇଛି। ଏଥିସହିତ କ୍ୱିକ୍ ରେସ୍‌ପନ୍ସ ଟିମ୍ ପହଞ୍ଚି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଛି ବୋଲି ମମତା କହିଛନ୍ତି। ଏତିସହିତ ମୃତକଙ୍କ ପାଇଁ ଦୁଃଖ ପ୍ରକାଶ କରି ଏକ୍ସ ପୋଷ୍ଟରେ ମମତା ଲେଖିଛନ୍ତି “ ଅଜି ଅପରାହ୍ନରେ ଜଳପାଇଗୁଡ଼ି ଓ ମାୟନଗୁଡ଼ିରେ ହଠାତ ବର୍ଷ ଝଡ଼ପବନ ଧ

ହଠାତ୍ ଆସିଲା ତାଣ୍ଡବ ରଚିଲା; ଘରଦ୍ୱାର ଉଡ଼ାଇ ନେଇ ୪ ଜଣଙ୍କ ଜୀବନ ନେଇଗଲା କାଳବୈଶାଖୀ

ନୂଆଦିଲ୍ଲୀ: କିଛି କୁଆଡ଼ୁ ନଥିଲା ହଠାତ୍ ଆସିଲା ବହେ ଛେଚିଲା। ଘର ଛପର, ଝରକା କବାଟ ସବୁ ଉଡ଼ାଇ ନେଲା। ଏମିତି ପବନ ହେଲା ଯେ ମହାମହା ଦ୍ରୁମ ବି ଉପଡ଼ି ପଡ଼ିଲା। କାଳବୈଶାଖି ଏମିତି ତାଣ୍ଡବ ରଚିଲା ୪ ଜଣଙ୍କର ଜୀବନ ନେଇଗଲା। 

ରବିବାର ପଶ୍ଚିମବଙ୍ଗର ଜଲପାଇଗୁଡ଼ିରେ କାଳବୈଶାଖୀରେ ଆଜି ୪ ଜଣଙ୍କର ଜୀବନ ଯାଇଛି। ଏକାଧିକ ଘର ଭାଙ୍ଗି ଯାଇଛି ଭୂଶୁଡ଼ି ପଡ଼ିଛି। ଇଲେକ୍ଟ୍ରିକ୍ ପୋଲ ଉପଡ଼ିପଡ଼ିବାରୁ ଜଲପାଇଗୁଡ଼ି ସମେତ ମୈନାଗୁଡ଼ିରେ ବିଦ୍ୟୁତ୍ ସେବା ବ୍ୟାଘାତ ହୋଇଛି। 

ରାଜରହାଟ, ବର୍ନିଶ, ବକଲି, ଜୋରପାକଡି, ମହାବଦଙ୍ଗା ଏବଂ ସପ୍ତିବାରୀ ଏରିଆରେ ଧ୍ୱଂଶଲୀଳା ରଚାଇଛି କାଳବୈଶାଖୀ। ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି। ଏକାଧିକ ଲୋକ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ବୋଲି ଧୂପଗିରି ବିଧାୟକ କହିଛନ୍ତି। 

ଘଟଣା ସମ୍ପର୍କରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ଉଦ୍ଧାର କାର୍ଯ୍ୟ ପାଇଁ ଘଟଣା ସ୍ଥଳରେ ବିପର୍ଯ୍ୟୟ ପରିଚାଳନା ଅଫିସର ଓ ପ୍ରଶାସନିକ ଅଧିକାରୀଙ୍କୁ ମୁତୟନ କରାଯାଇଛି। ଏଥିସହିତ କ୍ୱିକ୍ ରେସ୍‌ପନ୍ସ ଟିମ୍ ପହଞ୍ଚି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଛି ବୋଲି ମମତା କହିଛନ୍ତି। ଏତିସହିତ ମୃତକଙ୍କ ପାଇଁ ଦୁଃଖ ପ୍ରକାଶ କରି ଏକ୍ସ ପୋଷ୍ଟରେ ମମତା ଲେଖିଛନ୍ତି “ ଅଜି ଅପରାହ୍ନରେ ଜଳପାଇଗୁଡ଼ି ଓ ମାୟନଗୁଡ଼ିରେ ହଠାତ ବର୍ଷ ଝଡ଼ପବନ ଧ୍ୱଂଶଲୀଠା ଘଟାଇଛି। ଏଥିରେ ଜୀବନ ଯାଇଥିବା ବେଳେ ଇଲେକ୍ଟ୍ରିକ୍ ପୋଲ ଓ ଗଛ ଉୁପଡ଼ି ପଡ଼ିଛି, ଘର ଭାଙ୍ଗିଯାଇଛି। ଘଟଣାରେ ମୋତେ ଖୁବ ଦୁଃଖ ଲାଗୁଛି।” 

ପୀଡ଼ିତଙ୍କୁ ଜିଲ୍ଲା ପ୍ରଶାସନ ସମସ୍ତ ସହଯୋଗ ଦେବ ବୋଲି ମମତା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି “ ଆଦର୍ଶ ଆଚରଣ ବିଧି ମାନି ଆଇନ ଅନୁସାରେ ମୃତକଙ୍କ ପରିବାରକୁ ପ୍ରଶାସନ ପକ୍ଷରୁ ଆବ୍ୟଶକ୍ୟୀ ସହଯୋ ଯୋଗାଇ ଦିଆଯିବ।” ଝଡ଼ ସହ ମୁକାବିଲା କରିବାକୁ ରାଜ୍ୟପାଳ ଏକ ଏମାର୍ଜେନ୍ସି ସେଲ୍ ଗଠନ କରିଛନ୍ତି। ମେଜର ନିଖିଲ କୁମାର ଓ ରାଜ୍ୟପାଳଙ୍କ ଏଡିସି ଏହାର ପରିଚାଳନା କରୁଛନ୍ତି।