ହଠାତ୍‌ ଏ କ’ଣ…ହାତରେ ହାତୁଡି ଓ ମୁଣ୍ଡରେ ଟୋପି ପିନ୍ଧି ରେଳଟ୍ରାକ୍‌ରେ କାମ କଲେ ରାହୁଲ

ନୂଆଦିଲ୍ଲୀ,୩।୯: ହାତରେ ହାତୁଡି ଓ ମୁଣ୍ଡରେ ଟୋପି ପିନ୍ଧି ହଠାତ୍‌ ଷ୍ଟେଶନରେ ପହଞ୍ଚିଲେ ଲୋକସଭାର ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ। ପହଞ୍ଚିବା ପରେ ସେ ରେଳ ଟ୍ରାକମ୍ୟାନଙ୍କୁ ଭେଟିଥିଲେ। ତେବେ ରାହୁଲଙ୍କ ଏପରି ଲୁକ୍‌ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। କିଛି ସମୟ ପରେ ସେ ରେଳ ଟ୍ରାକମ୍ୟାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ଏ ସାକ୍ଷାତକାର ସମ୍ବନ୍ଧର ଭିଡିଓ ରାହୁଲ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରିଛନ୍ତି। ଏଥିରେ […] The post ହଠାତ୍‌ ଏ କ’ଣ…ହାତରେ ହାତୁଡି ଓ ମୁଣ୍ଡରେ ଟୋପି ପିନ୍ଧି ରେଳଟ୍ରାକ୍‌ରେ କାମ କଲେ ରାହୁଲ appeared first on Dharitri Odia News.

ହଠାତ୍‌ ଏ କ’ଣ…ହାତରେ ହାତୁଡି ଓ ମୁଣ୍ଡରେ ଟୋପି ପିନ୍ଧି ରେଳଟ୍ରାକ୍‌ରେ କାମ କଲେ ରାହୁଲ

ନୂଆଦିଲ୍ଲୀ,୩।୯: ହାତରେ ହାତୁଡି ଓ ମୁଣ୍ଡରେ ଟୋପି ପିନ୍ଧି ହଠାତ୍‌ ଷ୍ଟେଶନରେ ପହଞ୍ଚିଲେ ଲୋକସଭାର ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ। ପହଞ୍ଚିବା ପରେ ସେ ରେଳ ଟ୍ରାକମ୍ୟାନଙ୍କୁ ଭେଟିଥିଲେ। ତେବେ ରାହୁଲଙ୍କ ଏପରି ଲୁକ୍‌ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।
କିଛି ସମୟ ପରେ ସେ ରେଳ ଟ୍ରାକମ୍ୟାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ଏ ସାକ୍ଷାତକାର ସମ୍ବନ୍ଧର ଭିଡିଓ ରାହୁଲ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରିଛନ୍ତି। ଏଥିରେ ରାହୁଲ ଗାନ୍ଧୀଙ୍କ ହାତରେ ଏକ ହାତୁଡ଼ି ଓ ମୁଣ୍ଡରେ ଟୋପି ପିନ୍ଧିଥିବାର ନଜର ଆସିଛନ୍ତି। ଏହି ସମୟରେ ସେ ଟ୍ରାକମ୍ୟାନଙ୍କ ପରି ଜ୍ୟାକେଟ ପିନ୍ଧିଥିଲେ।

ରାହୁଲ ଏକ୍ସ’ ରେ ଲେଖିଛନ୍ତି, ରେଳବାଇକୁ ଗତିଶୀଳ ଏବଂ ସୁରକ୍ଷିତ ରଖୁଥିବା ଟ୍ରାକମ୍ୟାନ ଭାଇମାନଙ୍କ ପାଇଁ ସିଷ୍ଟମରେ କୌଣସି ପଦୋନ୍ନତି କିମ୍ବା ଭାବନା ନାହିଁ । ଭାରତୀୟ ରେଳ କର୍ମଚାରୀଙ୍କ ମଧ୍ୟରେ ଟ୍ରାକମ୍ୟାନମାନେ ସବୁଠାରୁ ଅବହେଳିତ। ମୁଁ ସେମାନଙ୍କୁ ଭେଟିବା ସହ ସେମାନଙ୍କ ସମସ୍ୟା ବିଷୟରେ ପଚାରି ବୁଝିଲି।

ଟ୍ରାକମ୍ୟାନମାନେ ପ୍ରତିଦିନ ୩୫ କିଲୋଗ୍ରାମର ଯନ୍ତ୍ରପାତି ଧରି ୮-୧୦ କିଲୋମିଟର ଚାଲୁଛନ୍ତି। ତାଙ୍କର କାମ ଟ୍ରାକରେ ଆରମ୍ଭ ହୋଇ ଟ୍ରାକରୁ ହିଁ ଅବସର ନେଇଥାନ୍ତି। ଯେଉଁ ବିଭାଗୀୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଅନ୍ୟ କର୍ମଚାରୀଙ୍କୁ ପଦୋନ୍ନତୀ ମିଳିଥାଏ ସେଠାରେ ଏମାନଙ୍କୁ ବସିବାକୁ ସୁଯୋଗ ମିଳେନାହିଁ। କାମ ସମୟରେ ଦୁର୍ଘଟଣା ହେତୁ ପ୍ରତିବର୍ଷ ପ୍ରାୟ ୫୫୦ ଟ୍ରାକମ୍ୟାନ ପ୍ରାଣ ହରାନ୍ତି, କାରଣ ସେମାନଙ୍କ ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ନାହିଁ। ବୋଲି ରାହୁଲ ଏକ୍ସ’ ରେ କହିଛନ୍ତି।

The post ହଠାତ୍‌ ଏ କ’ଣ…ହାତରେ ହାତୁଡି ଓ ମୁଣ୍ଡରେ ଟୋପି ପିନ୍ଧି ରେଳଟ୍ରାକ୍‌ରେ କାମ କଲେ ରାହୁଲ appeared first on Dharitri Odia News.