ହଠାତ୍ କଙ୍ଗନାଙ୍କ କୁଶ ପୁତ୍ତଳିକା ଧରି ଦୌଡିବାକୁ ଲାଗିଲା ପୋଲିସ, ପଛରେ…ଭିଡିଓ ଭାଇରାଲ
ଲକ୍ଷ୍ନୌ,୩୦।୮: କୃଷକ ଆନ୍ଦୋଳନ ସମ୍ପର୍କରେ ବିବାଦୀୟ ଟିପ୍ପଣୀ ଦେଇ ଭାଜପା ଏମପି ଏବେ ଅଡୁଆରେ। ଏମପି କଙ୍ଗନା ରଣାଓ୍ବତଙ୍କ ବିବାଦୀୟ ଟିପ୍ପଣୀକୁ ନେଇ ରାଜନୈତିକ ପାରା ଏବେ ଉପରମୁହାଁ ହୋଇଛି। ସାରା ଦେଶରେ ଏହାକୁ କଡା ସମାଲୋଚନା କରାଯାଉଥିବାବେଳେ ଭାଜପା ଏଥିରୁ ନିଜକୁ ଦୂରେଇ ରଖିଛି। ଏହାରି ଭିତରେ ୟୁପିର ହାପୁଡରେ ଭାରତ କିସାନ ୟୁନିଅନର ସଦସ୍ୟ କଙ୍ଗନାଙ୍କ ପୁତ୍ତଳିକା ଦାହ ପାଇଁ ଏକାଠି ହୋଇଥିଲେ। ତେବେ ଏହି ସମୟରେ ସେଠାରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ […] The post ହଠାତ୍ କଙ୍ଗନାଙ୍କ କୁଶ ପୁତ୍ତଳିକା ଧରି ଦୌଡିବାକୁ ଲାଗିଲା ପୋଲିସ, ପଛରେ…ଭିଡିଓ ଭାଇରାଲ appeared first on Dharitri Odia News.
ଲକ୍ଷ୍ନୌ,୩୦।୮: କୃଷକ ଆନ୍ଦୋଳନ ସମ୍ପର୍କରେ ବିବାଦୀୟ ଟିପ୍ପଣୀ ଦେଇ ଭାଜପା ଏମପି ଏବେ ଅଡୁଆରେ। ଏମପି କଙ୍ଗନା ରଣାଓ୍ବତଙ୍କ ବିବାଦୀୟ ଟିପ୍ପଣୀକୁ ନେଇ ରାଜନୈତିକ ପାରା ଏବେ ଉପରମୁହାଁ ହୋଇଛି। ସାରା ଦେଶରେ ଏହାକୁ କଡା ସମାଲୋଚନା କରାଯାଉଥିବାବେଳେ ଭାଜପା ଏଥିରୁ ନିଜକୁ ଦୂରେଇ ରଖିଛି। ଏହାରି ଭିତରେ ୟୁପିର ହାପୁଡରେ ଭାରତ କିସାନ ୟୁନିଅନର ସଦସ୍ୟ କଙ୍ଗନାଙ୍କ ପୁତ୍ତଳିକା ଦାହ ପାଇଁ ଏକାଠି ହୋଇଥିଲେ। ତେବେ ଏହି ସମୟରେ ସେଠାରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା। ହଠାତ୍ ପୋଲିସ ଓ ଚାଷୀଙ୍କ ମଧ୍ୟରେ ସଂଘର୍ଷ ଦେଖା ଦେଇଥିଲା। ଶେଷରେ ପୋଲିସ କଙ୍ଗନାଙ୍କ କୁଶ ପୁତ୍ତଳିକା ଧରି ଦୌଡିବାକୁ ଲାଗିଲା। ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି।
ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ, କୃଷକମାନେ କଙ୍ଗନାଙ୍କ ବିରୋଧରେ ସ୍ଲୋଗାନ ଦେଉଛନ୍ତି। ଗାଡିରୁ କଙ୍ଗନାଙ୍କ ପୁତ୍ତଳିକା ବାହାର କରିବା ମାତ୍ରେ ହଠାତ୍ ପୋଲିସ ଏହାକୁ ଛଡ଼ାଇବାକୁ ଚେଷ୍ଟା କରୁଛି। କୃଷକମାନେ ପୋଲିସଙ୍କ ଠାରୁ ଯେତେ ଛଡାଇବାକୁ ଚେଷ୍ଟା କରିଛନ୍ତି। କିନ୍ତୁ ବଳ କଷାକଷି ଭିତରେ ପୁତ୍ତଳିକା ଦୁଇ ଖଣ୍ଡ ହୋଇଯାଇଛି।
ସୂଚନାନୁସାରେ, ଭାରତ କିସାନ ୟୁନିଅନ ସହିତ ଜଡିତ କୃଷକମାନେ କଙ୍ଗନାଙ୍କ ପୁତ୍ତଳିକା ଦାହ ପାଇଁ ଏକାଠି ହୋଇଥିଲେ।
The post ହଠାତ୍ କଙ୍ଗନାଙ୍କ କୁଶ ପୁତ୍ତଳିକା ଧରି ଦୌଡିବାକୁ ଲାଗିଲା ପୋଲିସ, ପଛରେ…ଭିଡିଓ ଭାଇରାଲ appeared first on Dharitri Odia News.