ହଠାତ୍‌ ଖାଲି କରାଗଲା ଏୟାରପୋର୍ଟ, ଯାତ୍ରୀଙ୍କ ଭିତରେ ଖେଳିଗଲା ଆତଙ୍କ

ସୁରକ୍ଷା ଅଘଟଣ ନେଇ ଖବର ଆସିବା ପରେ ଚାରିଆଡ଼େ ହଇଚଇ ଦେଖତବାକୁ ମିଳିଛି।

ହଠାତ୍‌ ଖାଲି କରାଗଲା ଏୟାରପୋର୍ଟ, ଯାତ୍ରୀଙ୍କ ଭିତରେ ଖେଳିଗଲା ଆତଙ୍କ

ବ୍ରିଟେନର ଗାଟୱିକ ଏୟାରପୋର୍ଟର ଦକ୍ଷିଣ ଟର୍ମିନାଲକୁ ହଠାତ୍‌ ସୁରକ୍ଷା ଜନିତ ଘଟଣା ପାଇଁ ଖାଲି କରାଯାଇଛି। ସୁରକ୍ଷା ଅଘଟଣ ନେଇ ଖବର ଆସିବା ପରେ ଚାରିଆଡ଼େ ହଇଚଇ ଦେଖତବାକୁ ମିଳିଛି। ଏଥିପାଇଁ ହଜାର ହଜାର ଯାତ୍ରୀ ବିଭିନ୍ନ ରାସ୍ତା ଓ କାର ପାର୍କିଂରେ ଅଟକି ହନ୍ତସନ୍ତ ହୋଇଛନ୍ତି।

ଏହି ଏୟାରପୋର୍ଟଟି ବ୍ରିଟେନର ଦ୍ୱିତୀୟ ବ୍ୟସ୍ତ ବହୁଳ ଅଞ୍ଚଳ ଭାବେ ପରିଚିତ। ସେଠାରେ ସୁରକ୍ଷା ଜନିତ ଘଟଣା ପାଇଁ ଲୋକଙ୍କୁ ବାହାର କରାଯିବାରୁ ସାଂଘାତିକ ସ୍ଥିତି ସୃଷ୍ଟି କରିଛି। ବର୍ତ୍ତମାନ ତଦନ୍ତ ଚାଲିଛି ଓ ଘଟଣା ସମ୍ପର୍କରେ ସମୀକ୍ଷା କରାଯାଉଥିବା ଅଧିକାରୀମାନେ କହିଛନ୍ତି। ହେଲେ ସେମାନେ କେଉଁ ପ୍ରକାରର ସୁରକ୍ଷା ଜନିତ ଘଟଣା ଘଟିଛି, ସେକଥା କିଛି ବି କହି ନାହାନ୍ତି।

ଏୟାର ଲାଇନ ପକ୍ଷରୁ କୁହାଯାଇଛି ଯେ “ଯାତ୍ରୀ ଓ କର୍ମଚାରୀଙ୍କ ସୁରକ୍ଷା ଆମ ପାଇଁ ସର୍ବୋପରି। ଆମେ ସମସ୍ୟାର ଯଥାଶୀଘ୍ର ସମାଧାନ କରିବା ପାଇଁ କଠିନ ପରିଶ୍ରମ କରୁଛୁ।”

ଏୟାରପୋର୍ଟ ବାହାରୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ଶତାଧିକ ଲୋକ ବିଲଡିଂ ଭିତରକୁ ବାହାରି ଅନ୍ୟତ୍ର ଯାଉଛନ୍ତି। ଅନେକ ଲୋକ ଅପରେସନ ଆରମ୍ଭ ହେବା ଆଶାରେ ଏୟାରପୋର୍ଟ ବାହାରେ ଭିଡ଼ ମଧ୍ୟ ଜମାଇଛନ୍ତି। ରିପୋର୍ଟ ଅନୁସାରେ, ଏୟାରପୋର୍ଟକୁ ମିଳୁଥିବା ବସ ସେବା ପ୍ରଭାବିତ ହୋଇଛି। ସେହିପରି ଗାଟୱିକ ଏୟାରପୋର୍ଟ ଷ୍ଟେସନରେ କୌଣସି ଟ୍ରେନକୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ନ ଅଟକିବାକୁ କୁହାଯାଇଛି।

କିଛି ଘଣ୍ଟା ପୂର୍ବରୁ ଲଣ୍ଡନରେ ଥିବା ଆମେରିକା ଦୂତାବାସ ବାହାରକୁ ଗୋଟିଏ ସନ୍ଦିଗ୍ଧ ପ୍ୟାକେଟ ମିଳିଥିଲା। ଏହାକୁ ବ୍ରିଟେନ ପୁଲିସ୍‌ ଜବତ କରିବା ସହ ବିସ୍ଫୋରଣ ଦ୍ୱାରା ନଷ୍ଟ କରିଥିଲା। ଏହାପରେ ଏୟାରପୋର୍ଟରେ ସୁରକ୍ଷା ଜନିତ ଘଟଣା ଘଟିଥିବା ଖବର ଆସିଛି।