ହଠାତ୍ ଯୁବ୍ କ୍ରିକେଟରଙ୍କ ବଦଳିଗଲା ବୟସ, ଆଇପିଏଲ୍ରେ ଏଯାଏଁ ହୋଇନି ଡେବ୍ୟୁ
ମୁମ୍ୱାଇ ୨୭/୦୩: ଆଇପିଏଲରେ ରାଜସ୍ଥାନ ରୟାଲ୍ସ ଜାରି ରହିଛି ଫ୍ଲପ୍ ଶୋ । ଏଯାଏଁ ଦମ୍ ଦେଖାଇନାହାଁନ୍ତି କୌଣସି ଖେଳାଳି । ଦଳ ତା’ର ଦୁଇଟି ପ୍ରଥମ ମ୍ୟାଚ୍ରେ ପରାଜୟର ସମ୍ମୁଖୀନ ହୋଇଛି । ଏପରି ସ୍ଥିତିରେ, ଯେତେବେଳେ ରାଜସ୍ଥାନ ଦଳ ପରବର୍ତ୍ତୀ ମ୍ୟାଚ୍ ଖେଳିବ । ସେତେବେଳେ କ’ଣ କୌଣସି ପରିବର୍ତ୍ତନ କରିବ କି ? ଜାରି ରହିଛି ଅନେକ ଆଲୋଚନା । କ’ଣ IPLର ସବୁଠାରୁ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିବ ? ଆଜ୍ଞା ହଁ ଆମେ କହୁଛୁ ଆଇପିଏଲ ଇତିହାସର ସବୁଠାରୁ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କ କଥା । ଏବେ ସେ ୧୩ ବର୍ଷ ନୁହେଁ, ୧୪ ବର୍ଷ ବୟସର ବୈଭବ । IPL ମଝିରେ ବଦଳି ଯାଇଛି ବୈଭବଙ୍କ ବୟସ । ସେ ଏବେ ୧୩ ବର୍ଷ ବୟସର ନାହାଁନ୍ତି । ଆପଣ ଯାହା ଭାବୁଛନ୍ତି ତାହା ନୁହେଁ, କି ବୟସ ପରିବର୍ତ୍ତନ କରିନାହାଁନ୍ତି । ବରଂ ଆଜି ଅର୍ଥାତ୍ ୨୭ ମାର୍ଚ୍ଚ, ବୈଭବଙ୍କ ଜନ୍ମଦିନ । ସେ ୧୪ ବର୍ଷ ବୟସରେ ପାଦ ଦେଇଛନ୍ତି ।ବିହାରର ପୁଅ' ବୈଭବ ସୂର୍ଯ୍ୟବଂଶୀଙ୍କ ଜନ୍ମ ୨୭ ମାର୍ଚ୍ଚ ୨୦୧୧ରେ ହୋଇଥିଲା । ତାଙ୍କ ଜନ୍ମର ମାତ୍ର ୫ ଦିନ ପରେ, ଟିମ୍ ଇଣ୍ଡିଆ ଏମ୍ ଏସ୍ ଧୋନିଙ୍କ ଅଧିନାୟକତ୍ୱରେ ବିଶ୍ୱକପ୍ ଟାଇଟଲ ଜିତିଥିଲା । ସେହି ଦଳରେ ବିରାଟ କୋହଲି ଏବଂ ରବିଚନ୍ଦ୍ରନ ଅଶ୍ୱିନଙ୍କ ଭଳି କିମ୍ବଦନ୍ତୀ ମଧ୍ୟ ଥିଲେ । ଏବେ ସେହି ବୈଭବ ଧୋନି, କୋହଲି ଏବଂ ଅଶ୍ୱିନଙ୍କ ସହ IPLରେ ଖେଳୁଛନ୍ତି । ଏହି ଯୁବ ବାମହାତୀ ବ୍ୟାଟସମ୍ୟାନଙ୍କୁ ଗତବର୍ଷ ମେଗା ନ
ମୁମ୍ୱାଇ ୨୭/୦୩: ଆଇପିଏଲରେ ରାଜସ୍ଥାନ ରୟାଲ୍ସ ଜାରି ରହିଛି ଫ୍ଲପ୍ ଶୋ । ଏଯାଏଁ ଦମ୍ ଦେଖାଇନାହାଁନ୍ତି କୌଣସି ଖେଳାଳି । ଦଳ ତା’ର ଦୁଇଟି ପ୍ରଥମ ମ୍ୟାଚ୍ରେ ପରାଜୟର ସମ୍ମୁଖୀନ ହୋଇଛି । ଏପରି ସ୍ଥିତିରେ, ଯେତେବେଳେ ରାଜସ୍ଥାନ ଦଳ ପରବର୍ତ୍ତୀ ମ୍ୟାଚ୍ ଖେଳିବ । ସେତେବେଳେ କ’ଣ କୌଣସି ପରିବର୍ତ୍ତନ କରିବ କି ? ଜାରି ରହିଛି ଅନେକ ଆଲୋଚନା । କ’ଣ IPLର ସବୁଠାରୁ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିବ ?
ଆଜ୍ଞା ହଁ ଆମେ କହୁଛୁ ଆଇପିଏଲ ଇତିହାସର ସବୁଠାରୁ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କ କଥା । ଏବେ ସେ ୧୩ ବର୍ଷ ନୁହେଁ, ୧୪ ବର୍ଷ ବୟସର ବୈଭବ । IPL ମଝିରେ ବଦଳି ଯାଇଛି ବୈଭବଙ୍କ ବୟସ । ସେ ଏବେ ୧୩ ବର୍ଷ ବୟସର ନାହାଁନ୍ତି । ଆପଣ ଯାହା ଭାବୁଛନ୍ତି ତାହା ନୁହେଁ, କି ବୟସ ପରିବର୍ତ୍ତନ କରିନାହାଁନ୍ତି । ବରଂ ଆଜି ଅର୍ଥାତ୍ ୨୭ ମାର୍ଚ୍ଚ, ବୈଭବଙ୍କ ଜନ୍ମଦିନ । ସେ ୧୪ ବର୍ଷ ବୟସରେ ପାଦ ଦେଇଛନ୍ତି ।
ବିହାରର ପୁଅ' ବୈଭବ ସୂର୍ଯ୍ୟବଂଶୀଙ୍କ ଜନ୍ମ ୨୭ ମାର୍ଚ୍ଚ ୨୦୧୧ରେ ହୋଇଥିଲା । ତାଙ୍କ ଜନ୍ମର ମାତ୍ର ୫ ଦିନ ପରେ, ଟିମ୍ ଇଣ୍ଡିଆ ଏମ୍ ଏସ୍ ଧୋନିଙ୍କ ଅଧିନାୟକତ୍ୱରେ ବିଶ୍ୱକପ୍ ଟାଇଟଲ ଜିତିଥିଲା । ସେହି ଦଳରେ ବିରାଟ କୋହଲି ଏବଂ ରବିଚନ୍ଦ୍ରନ ଅଶ୍ୱିନଙ୍କ ଭଳି କିମ୍ବଦନ୍ତୀ ମଧ୍ୟ ଥିଲେ । ଏବେ ସେହି ବୈଭବ ଧୋନି, କୋହଲି ଏବଂ ଅଶ୍ୱିନଙ୍କ ସହ IPLରେ ଖେଳୁଛନ୍ତି । ଏହି ଯୁବ ବାମହାତୀ ବ୍ୟାଟସମ୍ୟାନଙ୍କୁ ଗତବର୍ଷ ମେଗା ନିଲାମରେ ରାଜସ୍ଥାନ ରୟାଲ୍ସ ୧.୧ କୋଟି ଟଙ୍କାରେ କିଣିଥିଲା। ଏହିପରି, ସେ ଆଇପିଏଲ ନିଲାମରେ ବିକ୍ରି ହୋଇଥିବା ସବୁଠାରୁ କମ୍ ବୟସ୍କ ଖେଳାଳି ହୋଇଗଲେ।
ନିଲାମରେ ରେକର୍ଡ ସୃଷ୍ଟି କରିଥିବା ବୈଭବ ଏବେ ବି ତାଙ୍କ ଡେବ୍ୟୁ ପାଇଁ ଅପେକ୍ଷା କରିଛନ୍ତି । ତାଙ୍କୁ ରାଜସ୍ଥାନର ପ୍ରଥମ ଦୁଇଟି ମ୍ୟାଚ୍ ଖେଳିବାର ସୁଯୋଗ ମିଳିନଥିଲା । ଏହି ଦୁଇଟି ମ୍ୟାଚ୍ରେ ଦଳକୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ଏପରି ପରିସ୍ଥିତିରେ, ବର୍ତ୍ତମାନ ପ୍ରଶଂସକମାନେ ଅପେକ୍ଷା କରିଛନ୍ତି ଯେ ବୈଭବଙ୍କୁ ପରବର୍ତ୍ତୀ ମ୍ୟାଚ୍ ରେ କିମ୍ବା ସିଜିନ୍ ସମୟରେ ଯେକୌଣସି ସମୟରେ ପଡ଼ିଆରେ ନିଜର ଦକ୍ଷତା ଦେଖାଇବାର ସୁଯୋଗ ମିଳିବ କି ନାହିଁ। ରାଜସ୍ଥାନ ରୟାଲ୍ସର ପରବର୍ତ୍ତୀ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ। ଏହି ମ୍ୟାଚ୍ ୩୦ ମାର୍ଚ୍ଚରେ ଗୌହାଟୀରେ ଖେଳାଯିବ।