ହଠାତ୍‌ ରେଡ-ବଲ କ୍ରିକେଟକୁ ଅଲବିଦା କହିଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୧୬।୨: ରଣଜୀ ଟ୍ରଫି ୨୦୨୩-୨୪ ସିଜନ ପରେ ସେ ରେଡ-ବଲ କ୍ରିକେଟରୁ ବିଦାୟ ନେବେ ବୋଲି ଭାରତୀୟ ଦ୍ରୁତ ବୋଲର ବରୁଣ ଆରୋନ ଘୋଷଣା କରିଛନ୍ତି। ସେ ବର୍ତ୍ତମାନ କେବଳ ଦିନିକିଆ ଏବଂ ଟି୨୦ ପରି ଧଳା ବଲ କ୍ରିକେଟ ଉପରେ ଧ୍ୟାନ ଦେବେ। ଦ୍ରୁତ ପେସ୍‌ ବୋଲିଂ ପାଇଁ ପ୍ରସିଦ୍ଧ ଆରୋନ କହିଛନ୍ତି ଯେ, ଝାଡଖଣ୍ଡ ପାଇଁ ତାଙ୍କର ଶେଷ ରେଡ ବଲ ମ୍ୟାଚ ଜାମସେଦପୁରର କିନନ ଷ୍ଟାଡିୟମରେ ରାଜସ୍ଥାନ ବିପକ୍ଷରେ ହେବ। ଆଜିଠାରୁ ଏହି […] The post ହଠାତ୍‌ ରେଡ-ବଲ କ୍ରିକେଟକୁ ଅଲବିଦା କହିଲେ ଏହି କ୍ରିକେଟର୍‌ appeared first on Dharitri Odia News.

ହଠାତ୍‌ ରେଡ-ବଲ କ୍ରିକେଟକୁ ଅଲବିଦା କହିଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୧୬।୨: ରଣଜୀ ଟ୍ରଫି ୨୦୨୩-୨୪ ସିଜନ ପରେ ସେ ରେଡ-ବଲ କ୍ରିକେଟରୁ ବିଦାୟ ନେବେ ବୋଲି ଭାରତୀୟ ଦ୍ରୁତ ବୋଲର ବରୁଣ ଆରୋନ ଘୋଷଣା କରିଛନ୍ତି। ସେ ବର୍ତ୍ତମାନ କେବଳ ଦିନିକିଆ ଏବଂ ଟି୨୦ ପରି ଧଳା ବଲ କ୍ରିକେଟ ଉପରେ ଧ୍ୟାନ ଦେବେ। ଦ୍ରୁତ ପେସ୍‌ ବୋଲିଂ ପାଇଁ ପ୍ରସିଦ୍ଧ ଆରୋନ କହିଛନ୍ତି ଯେ, ଝାଡଖଣ୍ଡ ପାଇଁ ତାଙ୍କର ଶେଷ ରେଡ ବଲ ମ୍ୟାଚ ଜାମସେଦପୁରର କିନନ ଷ୍ଟାଡିୟମରେ ରାଜସ୍ଥାନ ବିପକ୍ଷରେ ହେବ। ଆଜିଠାରୁ ଏହି ମ୍ୟାଚ ଆରମ୍ଭ ହୋଇଛି।
୩୪ ବର୍ଷୀୟ ଆରୋନ କହିଛନ୍ତି, ମୁଁ ୨୦୦୮ରୁ ରେଡ-ବଲ କ୍ରିକେଟ ଖେଳୁଛି। ଦ୍ରୁତ ବୋଲିଂ ହେତୁ ମୁଁ ବହୁତ ଆଘାତ ଭୋଗିଛି। ବର୍ତ୍ତମାନ ମୋ ଶରୀର ରେଡ-ବଲ କ୍ରିକେଟରେ ଦ୍ରୁତ ବୋଲିଂ ପାଇଁ ଅନୁମତି ଦେଉନାହିଁ, ତେଣୁ ମୁଁ ଏହାକୁ ଛାଡିବାକୁ ନିଷ୍ପତ୍ତି ନେଇଛି। ମୋ ପରିବାର ଏବଂ ଜାମସେଦପୁର ଲୋକଙ୍କ ସାମ୍ନାରେ ଏହା ମୋର ଶେଷ ମ୍ୟାଚ (କିନନ ଷ୍ଟାଡିୟମ) ହୋଇପାରେ।
ଭାରତ ପାଇଁ ବରୁଣ ଆରୋନ ୯ଟି ଟେଷ୍ଟ ଖେଳିଛନ୍ତି। ଏଥିରେ ତାଙ୍କ ନାମରେ ୧୮ଟି ଉଇକେଟ ଅଛି। ୨୦୧୧ରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଆରୋନ ଡେବ୍ୟୁ କରିଥିଲେ। ପ୍ରଥମ ଶ୍ରେଣୀର ୬୫ଟି ମ୍ୟାଚରେ ତାଙ୍କ ନାମରେ ୧୬୮ ଉଇକେଟ ଅଛି। ତାଙ୍କୁ ଭାରତୀୟ କ୍ରିକେଟର ଦ୍ରୁତତମ ବୋଲର ଭାବେ ବିବେଚନା କରାଯାଏ। ୨୦୧୧ ବିଜୟ ହଜାରେ ଟ୍ରଫିରେ ସେ ଘଣ୍ଟାକୁ ୧୫୩ କିଲୋମିଟର ବେଗରେ ବୋଲିଂ କରିଥିଲେ।

The post ହଠାତ୍‌ ରେଡ-ବଲ କ୍ରିକେଟକୁ ଅଲବିଦା କହିଲେ ଏହି କ୍ରିକେଟର୍‌ appeared first on Dharitri Odia News.