ହଠାତ୍‌ ହୁତୁହୁତୁ ହୋଇ ଜଳିଗଲା ଟ୍ରାନ୍ସଫର୍ମର, ଆଉ ତା’ପରେ…

କୋକସରା,୨୪।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ପଞ୍ଚାୟତ ବୋବରିଆ ଗ୍ରାମ ନିକଟରେ ଲାଗିଥିବା ଏକ ଟ୍ରାନ୍ସଫର୍ମର ଗୁରୁବାର ସନ୍ଧ୍ୟାରେ ସଟଶର୍କିଟ ହୋଇ ନିଆଁ ଲାଗି ପୋଡି ଯାଇଛି। ଗ୍ରାମବାସୀ ଏହା ଦେଖି ତୁରନ୍ତ ସ୍ଥାନୀୟ ବିଦ୍ୟୁତ୍‌ ବିଭାଗ କର୍ମଚାରୀ ଏବଂ କୋକସରା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ବିଦ୍ୟୁତ୍‌ ସରବରାହ ବିଛିନ୍ନ ପରେ ଅଗ୍ନିଶମ ବିଭାଗ କର୍ମଚାରୀ ଟ୍ରାନ୍ସଫର୍ମରରେ ଲାଗିଥିବା ନିଆଁକୁ ଆୟତ୍ତ କରିଥିଲେ। ତେବେ ଟ୍ରାନ୍ସଫର୍ମର ପୋଡିଯିବା ଯୋଗୁ ଗାଁରେ ବିଦ୍ୟୁତ୍‌ […] The post ହଠାତ୍‌ ହୁତୁହୁତୁ ହୋଇ ଜଳିଗଲା ଟ୍ରାନ୍ସଫର୍ମର, ଆଉ ତା’ପରେ… appeared first on Dharitri Odia News.

ହଠାତ୍‌ ହୁତୁହୁତୁ ହୋଇ ଜଳିଗଲା ଟ୍ରାନ୍ସଫର୍ମର, ଆଉ ତା’ପରେ…

କୋକସରା,୨୪।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ପଞ୍ଚାୟତ ବୋବରିଆ ଗ୍ରାମ ନିକଟରେ ଲାଗିଥିବା ଏକ ଟ୍ରାନ୍ସଫର୍ମର ଗୁରୁବାର ସନ୍ଧ୍ୟାରେ ସଟଶର୍କିଟ ହୋଇ ନିଆଁ ଲାଗି ପୋଡି ଯାଇଛି। ଗ୍ରାମବାସୀ ଏହା ଦେଖି ତୁରନ୍ତ ସ୍ଥାନୀୟ ବିଦ୍ୟୁତ୍‌ ବିଭାଗ କର୍ମଚାରୀ ଏବଂ କୋକସରା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।

ବିଦ୍ୟୁତ୍‌ ସରବରାହ ବିଛିନ୍ନ ପରେ ଅଗ୍ନିଶମ ବିଭାଗ କର୍ମଚାରୀ ଟ୍ରାନ୍ସଫର୍ମରରେ ଲାଗିଥିବା ନିଆଁକୁ ଆୟତ୍ତ କରିଥିଲେ। ତେବେ ଟ୍ରାନ୍ସଫର୍ମର ପୋଡିଯିବା ଯୋଗୁ ଗାଁରେ ବିଦ୍ୟୁତ୍‌ ସେବା ବନ୍ଦ ରହିଛି। ବୋବରିଆ ଗ୍ରାମର ଯୁବକ ରୋହିତ କୁମାର ମାଝୀ, ଜଗମୋହନ ମାଝୀ, ତୁଳସୀରାମ ପାଣିଗ୍ରାହୀ ଓ ସୁଦାମ ରାଉତ ପ୍ରମୁଖ ଉପସ୍ଥିତ ରହି କର୍ମଚାରୀଙ୍କୁ ସହଯୋଗ କରିଥିଲେ।

The post ହଠାତ୍‌ ହୁତୁହୁତୁ ହୋଇ ଜଳିଗଲା ଟ୍ରାନ୍ସଫର୍ମର, ଆଉ ତା’ପରେ… appeared first on Dharitri Odia News.