ହତ୍ୟା କରି ଶାଢ଼ୀ କାନିରେ ପଥର ବାନ୍ଧି ଡ୍ୟାମ୍ରେ ଫିଙ୍ଗିଦେଲେ, ମୃତଦେହ ଭାସିବାରୁ ସାମ୍ନାକୁ ଆସିଲା ପୁରା ଘଟଣା
ଉଦଳା ୨୬।୩: ହତ୍ୟା କଲେ, ଶାଢ଼ୀ କାନିରେ ପଥର ବାନ୍ଧି ଡ୍ୟାମରେ ଫୋପାଡ଼ିଦେଲେ । ଡ୍ୟାମ୍ରେ ମୃତଦେହ ଭାସିବାରୁ ସାମ୍ନାକୁ ଆସିଲା ପୁରା ଘଟଣା । ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ସୋନଡ୍ୟାମ୍ରୁ ମିଳିଛି ମହିଳାଙ୍କ ମୃତଦେହ ।ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ସୋନଡ୍ୟାମ୍ରୁ ମିଳିଲା ମହିଳାଙ୍କ ମୃତଦେହ । ଶାଳଚୁଆ ଅଞ୍ଚଳର ଜଣେ ଯୁବକ ମାଛ ଧରିବା ନିମନ୍ତେ ଜାଲ ପକାଇବାକୁ ଡ୍ୟାମ୍ ଭିତରକୁ ଯାଇଥିଲେ । ଡ୍ୟାମ୍ ଭିତରେ ମୃତଦେହ ଭାସୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇ କପ୍ତିପଦା ପୋଲିସ ଏବଂ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିବା ସହିତ ଦମକଳ ବିଭାଗ ଭାସୁଥିବା ମୃତଦେହ କୂଳକୁ ଆଣିଥିଲେ । ପରେ ମୃତକ ଜଣେ ମହିଳା ବୋଲି ପୋଲିସ ଜାଣିବାକୁ ପାଇଥିଲା । ତେବେ ମୃତକଙ୍କ ପରିଚୟ ମିଳିପାରି ନଥିବା ବେଳେ କୂଳରେ ମୃତଦେହ ପହଞ୍ଚିବା ପରେ ମହିଳାଙ୍କୁ ହତ୍ୟା କରାଯାଇଥିବା ଜଣାଯାଇଥିଲା । କାରଣ ମୃତ ମହିଳାଙ୍କ ଶାଢ଼ୀ କାନିରେ ଏକ ବଡ଼ ପଥର ବାନ୍ଧି ତାକୁ ଡ୍ୟାମ୍ ଭିତରକୁ ଫୋପାଡ଼ି ଦିଆଯାଇଥିବା ସ୍ପଷ୍ଟ ହୋଇଥିଲା । ତେଣୁ ମହିଳାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ସନ୍ଦେହ କରି ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।You Can Read :ବାଲିଗୁଡାରେ କୃଷି ଭିତ୍ତିକ ଗଣପର୍ବ କାନ୍ଦୁଲ ଭଜାଯାତ୍ରା ସହ ଭେଟଘାଟ
ଉଦଳା ୨୬।୩: ହତ୍ୟା କଲେ, ଶାଢ଼ୀ କାନିରେ ପଥର ବାନ୍ଧି ଡ୍ୟାମରେ ଫୋପାଡ଼ିଦେଲେ । ଡ୍ୟାମ୍ରେ ମୃତଦେହ ଭାସିବାରୁ ସାମ୍ନାକୁ ଆସିଲା ପୁରା ଘଟଣା । ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ସୋନଡ୍ୟାମ୍ରୁ ମିଳିଛି ମହିଳାଙ୍କ ମୃତଦେହ ।
ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ସୋନଡ୍ୟାମ୍ରୁ ମିଳିଲା ମହିଳାଙ୍କ ମୃତଦେହ । ଶାଳଚୁଆ ଅଞ୍ଚଳର ଜଣେ ଯୁବକ ମାଛ ଧରିବା ନିମନ୍ତେ ଜାଲ ପକାଇବାକୁ ଡ୍ୟାମ୍ ଭିତରକୁ ଯାଇଥିଲେ । ଡ୍ୟାମ୍ ଭିତରେ ମୃତଦେହ ଭାସୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇ କପ୍ତିପଦା ପୋଲିସ ଏବଂ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିବା ସହିତ ଦମକଳ ବିଭାଗ ଭାସୁଥିବା ମୃତଦେହ କୂଳକୁ ଆଣିଥିଲେ । ପରେ ମୃତକ ଜଣେ ମହିଳା ବୋଲି ପୋଲିସ ଜାଣିବାକୁ ପାଇଥିଲା । ତେବେ ମୃତକଙ୍କ ପରିଚୟ ମିଳିପାରି ନଥିବା ବେଳେ କୂଳରେ ମୃତଦେହ ପହଞ୍ଚିବା ପରେ ମହିଳାଙ୍କୁ ହତ୍ୟା କରାଯାଇଥିବା ଜଣାଯାଇଥିଲା । କାରଣ ମୃତ ମହିଳାଙ୍କ ଶାଢ଼ୀ କାନିରେ ଏକ ବଡ଼ ପଥର ବାନ୍ଧି ତାକୁ ଡ୍ୟାମ୍ ଭିତରକୁ ଫୋପାଡ଼ି ଦିଆଯାଇଥିବା ସ୍ପଷ୍ଟ ହୋଇଥିଲା । ତେଣୁ ମହିଳାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ସନ୍ଦେହ କରି ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।
You Can Read :