ହତ୍ୟା ପରେ ମୃତଦେହ ଉପରେ ଲଙ୍କାଗୁଣ୍ଡ ବିଞ୍ଚି ଚାଲିଗଲେ ଦୁର୍ବୃତ୍ତ, ଗଜପତି ଜିଲ୍ଲାରେ ବର୍ବରକାଣ୍ଡ

ଗଜପତି : ହତ୍ୟା ପରେ ମୃତଦେହ ଉପରେ ଲଙ୍କାଗୁଣ୍ଡ ବିଞ୍ଚି ଚାଲିଗଲେ ଦୁର୍ବୃତ୍ତ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି କରଣ ସାହିରେ ବର୍ବରକାଣ୍ଡ। ଚୋରି କରିବାକୁ ଯାଇ ବୃଦ୍ଧାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ। କରଣ ସାହିର ସରୋଜିନି ପଟ୍ଟନାୟକ ନାମକ ବୟସ୍କା ମହିଳା ଘରେ ଏକା ରହୁଥିଲେ। ଆଜି ତାଙ୍କୁ ପଡ଼ୋଶୀ ଦେଖିବାକୁ ନପାଇବାରୁ ସାହି ଲୋକେ ସନ୍ଦେହରେ ଘରର କବାଟ ବାଡେଇଥିଲେ। ବହୁ ସମୟ ଧରି ନଖୋଲିବାରୁ କିଛି ଲୋକେ କବାଟ ଭାଙ୍ଗି ଘର ଭିତରକୁ ପଶିଥିଲେ। […] The post ହତ୍ୟା ପରେ ମୃତଦେହ ଉପରେ ଲଙ୍କାଗୁଣ୍ଡ ବିଞ୍ଚି ଚାଲିଗଲେ ଦୁର୍ବୃତ୍ତ, ଗଜପତି ଜିଲ୍ଲାରେ ବର୍ବରକାଣ୍ଡ appeared first on KNews Odisha.

ହତ୍ୟା ପରେ ମୃତଦେହ ଉପରେ ଲଙ୍କାଗୁଣ୍ଡ ବିଞ୍ଚି ଚାଲିଗଲେ ଦୁର୍ବୃତ୍ତ, ଗଜପତି ଜିଲ୍ଲାରେ ବର୍ବରକାଣ୍ଡ
police

ଗଜପତି : ହତ୍ୟା ପରେ ମୃତଦେହ ଉପରେ ଲଙ୍କାଗୁଣ୍ଡ ବିଞ୍ଚି ଚାଲିଗଲେ ଦୁର୍ବୃତ୍ତ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି କରଣ ସାହିରେ ବର୍ବରକାଣ୍ଡ। ଚୋରି କରିବାକୁ ଯାଇ ବୃଦ୍ଧାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ। କରଣ ସାହିର ସରୋଜିନି ପଟ୍ଟନାୟକ ନାମକ ବୟସ୍କା ମହିଳା ଘରେ ଏକା ରହୁଥିଲେ। ଆଜି ତାଙ୍କୁ ପଡ଼ୋଶୀ ଦେଖିବାକୁ ନପାଇବାରୁ ସାହି ଲୋକେ ସନ୍ଦେହରେ ଘରର କବାଟ ବାଡେଇଥିଲେ। ବହୁ ସମୟ ଧରି ନଖୋଲିବାରୁ କିଛି ଲୋକେ କବାଟ ଭାଙ୍ଗି ଘର ଭିତରକୁ ପଶିଥିଲେ। ଘର ଭିତରେ ଖଟ ଉପରେ ସରୋଜିନିଙ୍କ ମୃତଦେହ ପଡିଥିବା ବେଳେ ଘର ସାରା ଲଙ୍କାଗୁଣ୍ଡ ବିଞ୍ଚା ଯାଇଥିଲା।

ଏନେଇ ସାହି ଲୋକେ ପାରଳାଖେମୁଣ୍ଡି ପୋଲିସକୁ ଜଣାଇଥିଲେ। ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ସାଇଣ୍ଟିଫିକ ଟିମ ସହ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି। ସରୋଜିନିଙ୍କ ଶରୀର କ୍ଷତାକ୍ତ ହୋଇଥିବା ବେଳେ ଘରୁ ସୁନା ଗହଣା ଓ ଟଙ୍କା ଚୋରି ହୋଇଥିବା ଜଣାପଡ଼ିଛି। ସରୋଜିନୀଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମୃତଦେହ ବ୍ୟବଚ୍ଛେଦ ପରେ ହତ୍ଯାର କାରଣ ଜଣାପଡ଼ିବ ପୋଲିସ କହିଛି। ଘରେ କଣକଣ ଚୋରି ହୋଇଛି ତାହା ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ଆଖପାଖ ସିସିଟିଭି ଖୋଜାଖୋଜି ଆରମ୍ଭ କରିଛି।

The post ହତ୍ୟା ପରେ ମୃତଦେହ ଉପରେ ଲଙ୍କାଗୁଣ୍ଡ ବିଞ୍ଚି ଚାଲିଗଲେ ଦୁର୍ବୃତ୍ତ, ଗଜପତି ଜିଲ୍ଲାରେ ବର୍ବରକାଣ୍ଡ appeared first on KNews Odisha.