ହତ୍ୟା ମାମଲା, ଦମ୍ପତି ନିର୍ଦ୍ଦୋଷ ସାବ୍ୟସ୍ତ

ଭଞ୍ଜନଗର,୨୬ା୨(ବାବୁଲା ପ୍ରଧାନ): ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ସୁଗୁମ ଗ୍ରାମର ମାଧବ ନାୟକ ହତ୍ୟା ମାମଲାର ରାୟ  ପ୍ରକାଶ ପାଇଛି। ଭଞ୍ଜନଗର ଏଡିଜେ ଦେବଦତ୍ତ ପଟ୍ଟନାୟକ ୧୮ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ପ୍ରମାଣ ମିଳି ନ ଥିବାରୁ ଅଭିଯୁକ୍ତ ସ୍ବାମୀ, ସ୍ତ୍ରୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ସେମାନେ ହେଲେ ରମେଶ ନାୟକ ଓ ରେବତୀ ନାୟକ । ୨୦୨୧ ଅକ୍ଟୋବର ୭ ତାରିଖରେ ମାଧବ ନାୟକଙ୍କୁ ତାଙ୍କର ସମ୍ପର୍କୀୟ ଭାଇଭାଉଜ ମିଶି ହତ୍ୟା କରି ଏକ ଜଙ୍ଗଲରେ […] The post ହତ୍ୟା ମାମଲା, ଦମ୍ପତି ନିର୍ଦ୍ଦୋଷ ସାବ୍ୟସ୍ତ appeared first on Dharitri Odia News.

ହତ୍ୟା ମାମଲା, ଦମ୍ପତି ନିର୍ଦ୍ଦୋଷ ସାବ୍ୟସ୍ତ

ଭଞ୍ଜନଗର,୨୬ା୨(ବାବୁଲା ପ୍ରଧାନ): ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ସୁଗୁମ ଗ୍ରାମର ମାଧବ ନାୟକ ହତ୍ୟା ମାମଲାର ରାୟ  ପ୍ରକାଶ ପାଇଛି। ଭଞ୍ଜନଗର ଏଡିଜେ ଦେବଦତ୍ତ ପଟ୍ଟନାୟକ ୧୮ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ପ୍ରମାଣ ମିଳି ନ ଥିବାରୁ ଅଭିଯୁକ୍ତ ସ୍ବାମୀ, ସ୍ତ୍ରୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ସେମାନେ ହେଲେ ରମେଶ ନାୟକ ଓ ରେବତୀ ନାୟକ ।
୨୦୨୧ ଅକ୍ଟୋବର ୭ ତାରିଖରେ ମାଧବ ନାୟକଙ୍କୁ ତାଙ୍କର ସମ୍ପର୍କୀୟ ଭାଇଭାଉଜ ମିଶି ହତ୍ୟା କରି ଏକ ଜଙ୍ଗଲରେ ମୃତଦେହକୁ ପୋତି ଦେଇଥିଲେ। ଏ ନେଇ ସେ ସମୟରେ ଜଗନ୍ନାଥପ୍ରସାଦ ପୋଲିସ ଏକ ମାମଲା ରୁଜୁ କରି ଦମ୍ପତିଙ୍କୁ ଗିରଫ କରିଥିଲା। ସେମାନେ ଜେଲ ଯାଇଥିଲେ। ବର୍ଷକ ତଳେ ରେବତୀ ଜାମିନରେ ଆସିଥିଲେ। ରମେଶ ଜେଲରେ ବନ୍ଦୀ ଜୀବନ ବିତାଉଥିଲେ। ଏହି ମାମଲାର ରାୟ ପ୍ରକାଶ ପାଇଛି। ମୁଦାଲାଙ୍କ ପକ୍ଷରୁ ଈଶ୍ୱର ମହାରଣା, ବିନାୟକ ପ୍ରଧାନ, ଚନ୍ଦ୍ରମଣି ମହାପାତ୍ର, ରାଜେଶ୍ୱର ରାଓ ଆଚାରୀ, ବିକାଶ ରଞ୍ଜନ ବେହେରା, ଅକ୍ଷୟ କୁମାର ସେଠୀ ମକଦ୍ଦମା ପରିଚାଳନା କରୁଥିଲେ।

The post ହତ୍ୟା ମାମଲା, ଦମ୍ପତି ନିର୍ଦ୍ଦୋଷ ସାବ୍ୟସ୍ତ appeared first on Dharitri Odia News.