ହତ୍ୟା ମାମଲା, ବଡ ଭାଇକୁ ଆଜୀବନ
ଵ୍ରହ୍ମପୁର, ୧୨ା୮(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଦୌରା ଜଜ ରୂପଶ୍ରୀ ଚୌଧୁରୀ ସୋମବାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ଉପଯୁକ୍ତ ସାଖ୍ୟ ପ୍ରମାଣକୁ ଆଧାର କରି ଦୋଷୀଙ୍କ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତ ଜଣଙ୍କ ହେଲା ଜରଡ଼ା ଥାନା ଅନ୍ତର୍ଗତ ଗୁଜିଲିଙ୍ଗ ଗ୍ରାମର ଆସିନା କାର୍ଜି(୪୨) । ଜଜ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି। ସୂଚନା ଅନୁଯାୟୀ ଗତ ୨୦୨୨ ଜୁଲାଇ ୧୨ ତାରିଖ ସନ୍ଧ୍ୟାରେ ଉକ୍ତ ଗ୍ରାମର […] The post ହତ୍ୟା ମାମଲା, ବଡ ଭାଇକୁ ଆଜୀବନ appeared first on Dharitri Odia News.
ଵ୍ରହ୍ମପୁର, ୧୨ା୮(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଦୌରା ଜଜ ରୂପଶ୍ରୀ ଚୌଧୁରୀ ସୋମବାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ଉପଯୁକ୍ତ ସାଖ୍ୟ ପ୍ରମାଣକୁ ଆଧାର କରି ଦୋଷୀଙ୍କ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତ ଜଣଙ୍କ ହେଲା ଜରଡ଼ା ଥାନା ଅନ୍ତର୍ଗତ ଗୁଜିଲିଙ୍ଗ ଗ୍ରାମର ଆସିନା କାର୍ଜି(୪୨) । ଜଜ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି।
ସୂଚନା ଅନୁଯାୟୀ ଗତ ୨୦୨୨ ଜୁଲାଇ ୧୨ ତାରିଖ ସନ୍ଧ୍ୟାରେ ଉକ୍ତ ଗ୍ରାମର କାର୍ତ୍ତିକ କାର୍ଜି ନିଜ ଘର ବାରଣ୍ଡାରେ ବସିଥିଲେ। ସେହି ସମୟରେ ଘରୋଇ କଳିକୁ ନେଇ କାର୍ତ୍ତିକ ଙ୍କ ବଡ଼ ଭାଇ ଆସିନା କାର୍ଜି ସେଠାରେ ପହଞ୍ଚି ତାଙ୍କ ଝଗଡା କରିଥିଲେ। ପରେ ସେ ହାତରେ ଧରିଥିବା ଏକ କାତିରେ ତଙ୍କ ହାଣିବାକୁ ଉଦ୍ୟମ କରିଥିଲେ। କାର୍ତ୍ତିକ ସେଠାରୁ ଦୌଡ଼ି ଯାଇ ପଡୋଶୀ କହ୍ନେଇ ନାୟକଙ୍କ ଘରେ ପଶି ଯାଇଥିଲେ। ଆସିନ ତାଙ୍କର ପିଛା କରି ଉକ୍ତ ଘର ଭିତରେ ସାନ ଭାଇ କାର୍ତ୍ତିକ ଙ୍କ ବେକକୁ କାତିରେ ହାଣି ହତ୍ୟା କରିଥିଲେ।
ଏନେଇ ଅଭିଯୋଗ ପରେ ଜରଡ଼ା ପୋଲିସ ମମଲା ନଂ ୨୨୦/୨୨ ରେ ଅଭିଯୁକ୍ତ ଆସିନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ତତ୍କାଳୀନ ତଦନ୍ତକାରୀ ଅଧିକାରୀ ରଶ୍ମିତା ସାମଲ କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲେ। ମାମଲାର ବିଚାରଣା ବେଳେ ୧୪ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ରାୟ ପ୍ରକାଶ ବେଳେ ଗିରଫ ପର ଠାରୁ ଜେଲରେ ଥିବା ଉକ୍ତ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲା। ସାକ୍ଷୀଙ୍କ ବୟାନ କୁ ଆଧାର କରି ଜଜ ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ପବ୍ଲିକ ପ୍ରସିକ୍ୟୁଟର ତ୍ରିଲୋଚନ ପରିଡା ମକଦ୍ଦମା ପରିଚାଳନା କରିଥିଲେ।
The post ହତ୍ୟା ମାମଲା, ବଡ ଭାଇକୁ ଆଜୀବନ appeared first on Dharitri Odia News.