ହତ୍ୟାକାରୀ ଭାଇଙ୍କୁ ଆଜୀବନ କାରାଦଣ୍ଡ
ବ୍ରହ୍ମପୁର , ୩।୧(ସୁବାସ ଚନ୍ଦ୍ର ପାଢ଼ୀ): ୨୦୨୩ରେ ଘଟିଥିବା ଏକ ଜଘନ୍ୟ ହତ୍ୟାକାଣ୍ଡ ମାମଲାରେ ଗଞ୍ଜାମ ଜିଲା ଦୌରା ଜଜ୍ ରୂପଶ୍ରୀ ଚୌଧୁରୀ ରାୟ ଦେଇଛନ୍ତି। ସାନ ଭାଇଙ୍କୁ ହତ୍ୟା କରିଥିବା ମଝିଆ ଭାଇ ପୂର୍ଣ ବେହେରା(୩୭)ଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଅଭିଯୁକ୍ତଙ୍କୁ ୧୦ହଜାର ଟଙ୍କା ଜରିମାନା ଦେବାକୁ ଜଜ୍ ନିଜ ରାୟରେ ଉଲ୍ଲେଖ କରିଛନ୍ତି। ଏନେଇ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ପିପି […] The post ହତ୍ୟାକାରୀ ଭାଇଙ୍କୁ ଆଜୀବନ କାରାଦଣ୍ଡ appeared first on Dharitri Odia News.
ବ୍ରହ୍ମପୁର , ୩।୧(ସୁବାସ ଚନ୍ଦ୍ର ପାଢ଼ୀ): ୨୦୨୩ରେ ଘଟିଥିବା ଏକ ଜଘନ୍ୟ ହତ୍ୟାକାଣ୍ଡ ମାମଲାରେ ଗଞ୍ଜାମ ଜିଲା ଦୌରା ଜଜ୍ ରୂପଶ୍ରୀ ଚୌଧୁରୀ ରାୟ ଦେଇଛନ୍ତି। ସାନ ଭାଇଙ୍କୁ ହତ୍ୟା କରିଥିବା ମଝିଆ ଭାଇ ପୂର୍ଣ ବେହେରା(୩୭)ଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଅଭିଯୁକ୍ତଙ୍କୁ ୧୦ହଜାର ଟଙ୍କା ଜରିମାନା ଦେବାକୁ ଜଜ୍ ନିଜ ରାୟରେ ଉଲ୍ଲେଖ କରିଛନ୍ତି। ଏନେଇ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ପିପି ତ୍ରିଲୋଚନ ପରିଡା ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଗୋଷଣୀନୂଆଗାଁ ଥାନା ପଛପାଖରେ ଥିବା ରାଜୀବ ଆବାସ ଯୋଜନା ମିଳିଥିବା ଏକ ଘରେ ୨୦୨୩ରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା। ବୁଡୁ ଓରଫ ସୁରେନ୍ଦ୍ର ବେହେରାଙ୍କୁ ତାଙ୍କ ଭାଇ ପୂର୍ଣ ବେହେରା ହତ୍ୟା ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଥିଲେ।
The post ହତ୍ୟାକାରୀ ଭାଇଙ୍କୁ ଆଜୀବନ କାରାଦଣ୍ଡ appeared first on Dharitri Odia News.