ହନୁମାନ ଜୟନ୍ତୀରେ ଶୋଭାଯାତ୍ରା ବନ୍ଦ, ଶାନ୍ତି କମିଟି ବୈଠକରେ ନିଷ୍ପତ୍ତି

ସମ୍ବଲପୁର ୦୯।୦୪ : ସମ୍ବଲପୁରରେ ଚଳିତ ବର୍ଷ ହନୁମାନ ଜୟନ୍ତୀରେ ଶୋଭାଯାତ୍ରା ବନ୍ଦ । ଶାନ୍ତି କମିଟି ବୈଠକ ପରେ ନିଷ୍ପତ୍ତି ନେଇଛି ଜିଲ୍ଳା ପ୍ରଶାସନ । ନିର୍ବାଚନକୁ ଆଖି ଆଗରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ।ମଙ୍ଗଳବାର ଦିନ ବିଭିନ୍ନ ସମ୍ପ୍ରଦାୟର ବ୍ୟକ୍ତି ବିଶେଷଙ୍କୁ ଡାକି ଡିଆରଡିଏ ସମ୍ମିଳନୀ କକ୍ଷରେ ଶାନ୍ତି କମିଟି ବୈଠକ ହୋଇଛି । ଏହି ବୈଠକରେ ସମ୍ବଲପୁର ଜିଲ୍ଲାପାଳ ଅଗ୍ରଓ୍ବାଲ ଅକ୍ଷୟ ସୁନିଲ, ସମ୍ବଲପୁର ଏସପି ମୁକେଶ ଭାମୁ ଉପସ୍ଥିତ ଥିବା ବେଳେ ବିଭିନ୍ନ ସମ୍ପ୍ରଦାୟର ବ୍ୟକ୍ତିବିଶେଷଙ୍କ ମତ ଲୋଡିଥିଲେ। ଯାହାଫଳରେ ଆଗକୁ ନିର୍ବାଚନ ଥିବାରୁ ଶୋଭାଯାତ୍ରା ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଛି । ଗତଥର ଶୋଭାଯାତ୍ରା ଓ ବାଇକ ରାଲିରେ ଅପ୍ରୀତିକର ଘଟଣା ଘଟିଥିବା ବେଳେ ଏହି ନିଷ୍ପତ୍ତି ହୋଇଛି । ଏହାସହ ବାଇକ ରାଲି ମଧ୍ୟ ବନ୍ଦ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି ।  

ହନୁମାନ ଜୟନ୍ତୀରେ ଶୋଭାଯାତ୍ରା ବନ୍ଦ, ଶାନ୍ତି କମିଟି ବୈଠକରେ ନିଷ୍ପତ୍ତି

ସମ୍ବଲପୁର ୦୯।୦୪ : ସମ୍ବଲପୁରରେ ଚଳିତ ବର୍ଷ ହନୁମାନ ଜୟନ୍ତୀରେ ଶୋଭାଯାତ୍ରା ବନ୍ଦ । ଶାନ୍ତି କମିଟି ବୈଠକ ପରେ ନିଷ୍ପତ୍ତି ନେଇଛି ଜିଲ୍ଳା ପ୍ରଶାସନ । ନିର୍ବାଚନକୁ ଆଖି ଆଗରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ।

ମଙ୍ଗଳବାର ଦିନ ବିଭିନ୍ନ ସମ୍ପ୍ରଦାୟର ବ୍ୟକ୍ତି ବିଶେଷଙ୍କୁ ଡାକି ଡିଆରଡିଏ ସମ୍ମିଳନୀ କକ୍ଷରେ ଶାନ୍ତି କମିଟି ବୈଠକ ହୋଇଛି । ଏହି ବୈଠକରେ ସମ୍ବଲପୁର ଜିଲ୍ଲାପାଳ ଅଗ୍ରଓ୍ବାଲ ଅକ୍ଷୟ ସୁନିଲ, ସମ୍ବଲପୁର ଏସପି ମୁକେଶ ଭାମୁ ଉପସ୍ଥିତ ଥିବା ବେଳେ ବିଭିନ୍ନ ସମ୍ପ୍ରଦାୟର ବ୍ୟକ୍ତିବିଶେଷଙ୍କ ମତ ଲୋଡିଥିଲେ। ଯାହାଫଳରେ ଆଗକୁ ନିର୍ବାଚନ ଥିବାରୁ ଶୋଭାଯାତ୍ରା ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଛି । ଗତଥର ଶୋଭାଯାତ୍ରା ଓ ବାଇକ ରାଲିରେ ଅପ୍ରୀତିକର ଘଟଣା ଘଟିଥିବା ବେଳେ ଏହି ନିଷ୍ପତ୍ତି ହୋଇଛି । ଏହାସହ ବାଇକ ରାଲି ମଧ୍ୟ ବନ୍ଦ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି ।