ହନୁମାନ ମନ୍ଦିରରୁ ଚୋରି, ଦାନ ହୁଣ୍ଡି ସହ ଲୁଟିନେଲେ ପାଣି ମଟର
ରାଇକିଆ: ରାତିରେ ଆସିଲେ ସବୁ ନେଇ ପଳେଇଲେ । ସକାଳୁ ସକାଳୁ ମନ୍ଦିର ଖୋଲି ଦେଖିବା ପରେ ଆଶ୍ଚର୍ଯ୍ୟ ହେଲେ ପୂଜକ । ତାଙ୍କ ପାଦ ତଳୁ ଯେମିତି ମାଟି ଖସିଗଲା । କାହିଁକି ନା ମନ୍ଦିର ଭିତରେ ଥିବା ଦାନ ବାକ୍ସକୁ ଲୁଟି ନେଇଛନ୍ତି ଲୁଟେରା । ଏମିତିକି ମନ୍ଦିରର ପାଣି ମୋଟର ବି କାଟି ନେଇ ଯାଇଛନ୍ତି । ହଁ ଆଜ୍ଞା ଏବେ ମନ୍ଦିର ଉପରେ ଚୋରଙ୍କ ଲୋଲୁପ ଦୃଷ୍ଟି । ସବୁସୀମା ଟପିଲେ […] The post ହନୁମାନ ମନ୍ଦିରରୁ ଚୋରି, ଦାନ ହୁଣ୍ଡି ସହ ଲୁଟିନେଲେ ପାଣି ମଟର appeared first on KNews Odisha.

ରାଇକିଆ: ରାତିରେ ଆସିଲେ ସବୁ ନେଇ ପଳେଇଲେ । ସକାଳୁ ସକାଳୁ ମନ୍ଦିର ଖୋଲି ଦେଖିବା ପରେ ଆଶ୍ଚର୍ଯ୍ୟ ହେଲେ ପୂଜକ । ତାଙ୍କ ପାଦ ତଳୁ ଯେମିତି ମାଟି ଖସିଗଲା । କାହିଁକି ନା ମନ୍ଦିର ଭିତରେ ଥିବା ଦାନ ବାକ୍ସକୁ ଲୁଟି ନେଇଛନ୍ତି ଲୁଟେରା । ଏମିତିକି ମନ୍ଦିରର ପାଣି ମୋଟର ବି କାଟି ନେଇ ଯାଇଛନ୍ତି । ହଁ ଆଜ୍ଞା ଏବେ ମନ୍ଦିର ଉପରେ ଚୋରଙ୍କ ଲୋଲୁପ ଦୃଷ୍ଟି । ସବୁସୀମା ଟପିଲେ ଏ ଚୋର । ଶେଷରେ ବଜରଙ୍ଗ ବାଲୀଙ୍କୁ ବି ଛାଡ଼ିଲେନି । ଥମିବାର ନା ନେଉନାହିଁ ମନ୍ଦିରରୁ ଚୋରି ଘଟଣା । ବିଭିନ୍ନ ଅଞ୍ଚଳରେ ମନ୍ଦିର ମାନଙ୍କରୁ ହେଉଛି ଲୁଟ୍ ।
ପୋଲିସ୍ ବି ସାଜିଛି ନୀରବଦ୍ରଷ୍ଟା । ପୋଲିସକୁ ଖୋଲା ଖୋଲି ଭାବେ ଚାଲେଞ୍ଜ କରି ପୁଣି ଏଭଳି କାଣ୍ଡ ଘଟାଇଛନ୍ତି ଦୁର୍ବୁତ୍ତ । ଏମାନଙ୍କୁ ତୁରନ୍ତ ଧରିବା ସହ ଏମାନଙ୍କ ବିରୋଧ ଉଚିତ୍ ଦଣ୍ଡବିଧାନ କରିବାକୁ ସାଧାରଣରେ ଦାବି ଯୋର ଧରିଛି । କନ୍ଧମାଳ ଜିଲ୍ଲା ରାଇକିଆ ହନୁମାନ ମନ୍ଦିରରୁ ଦାନ ହୁଣ୍ଡି ଏବଂ ପାଣି ମଟର ଚୋରି । ସୂଚନା ଅନୁଯାୟୀ ଗତ କାଲି ବିଳମ୍ବିତ ରାତିରେ କୌଣସି ଦୁର୍ବୃତ୍ତ ମନ୍ଦିରର ଗେଟର ତାଲା ଭାଙ୍ଗି ଭକ୍ତ ମାନେ ଦାନ କରିଥିବା ହୁଣ୍ଡିକୁ ନେଇଯାଇଛନ୍ତି ଏହା ସହ ମନ୍ଦିର କୂଅରେ ଲାଗିଥିବା ପାଣି ମଟରଟିକୁ ମଧ୍ୟ ନେଇଯାଇଛନ୍ତି ।
ସକାଳୁ ମନ୍ଦିର ପୂଜକ ନାରାୟଣ ପାତ୍ର ମନ୍ଦିରେ ପହଞ୍ଚି ଦେଖିଥିଲେ ମନ୍ଦିରରେ ଚୋରି ହୋଇଛି । ତୁରନ୍ତ ଏନେଇ ମନ୍ଦିର ସଭାପତିକୁ ଖବର ଦେଇଥିଲେ । ଏନେଇ ରାଇକିଆ ଥାନାରେ ଏତଲା ଦେଇଥିଲେ ଏବେ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରୁଛି । ମନ୍ଦିର ହୁଣ୍ଡିରେ ଲକ୍ଷ୍ୟାଧିକ ଟଙ୍କା ଅଳଙ୍କାର ଥିବା ଅନୁମାନ କରାଯାଉଛି । କାରଣ ଗତ ମାସରେ ହନୁମାନ ଜୟନ୍ତୀ ପାଳନ କରାଯାଇଥିଲା ହଜାର ହଜାର ଭକ୍ତଙ୍କ ଭିଡ ହୋଇଥିଲା । ଆଜିକାଲି ସବୁଆଡେ ମାତିଛନ୍ତି ଲୁଟେରା ।
ନାଁ ଭଗବାନଙ୍କ ପ୍ରତି ରହିଛି ଭକ୍ତି ନାଁ ମନରେ ଅଛି ଭୟ । କେବଳ ମାତିଛନ୍ତି ଲୁଟ୍ କରିବାରେ । ସଞ୍ଜ ନଇଁଲେ ମାତୁଛନ୍ତି ଏହି ଚୋର । କରୁଛନ୍ତି ଲୁଟ୍ ପାତ୍ ସେ କାହା ଘର ହେଉ ବା ରାସ୍ତାରେ । ଲୁଟ୍ କରିବାରେ ଟିକେ ବି ଛାଡ଼ୁ ନାହାଁନ୍ତି କିଛି ସୂରାକ୍ । ଦିନ ଦ୍ୱିପହରରେ ଲୁଟ୍ କରୁଥିବା ବେଳେ ଏବେ ରାତି ଅଧିଆ ଲୁଟ୍ କରୁଛନ୍ତି । ଲୋକେ ସତର୍କ ହୋଇଯିବା ପରେ ଆଉ ଏବେ କୋଉଠି କିଛି ନ ପାଇ ଶେଷରେ ମନ୍ଦିରରେ କରୁଛନ୍ତି ଲୁଟ୍ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଘୋର ଅସନ୍ତୋଷ ଦେଖାଦେଇଛି ।
Also read: ଫିଲ୍ମ ଷ୍ଟାଇଲରେ ବିଚ୍ ରାସ୍ତାରେ ବୁଲିଲା ଖଣ୍ଡା, ହାତରେ ଖଣ୍ଡା ଧରି ଯୁବକଙ୍କୁ ରାସ୍ତାରେ ଗୋଡ଼ାଇଲେ ଦୁର୍ବୃତ୍ତ
The post ହନୁମାନ ମନ୍ଦିରରୁ ଚୋରି, ଦାନ ହୁଣ୍ଡି ସହ ଲୁଟିନେଲେ ପାଣି ମଟର appeared first on KNews Odisha.