ହନୁମାନ ମନ୍ଦିରରୁ ପୂଜା ସାମଗ୍ରୀ ନେବାବେଳେ ଧରିଲା ପୋଲିସ, ବାଇକ୍ ଛାଡ଼ି ଦୁର୍ବୃତ୍ତ ଫେରାର
କେନ୍ଦୁଝର,୨୨ା୧୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ସ୍ବାମ ଶାସନ ଛକ ନିକଟରେ ଥିବା ହନୁମାନ ମନ୍ଦିରରୁ ଗୁରୁବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ତାଲା ଭାଙ୍ଗି ମନ୍ଦିର ଭିତରୁ ଠାକୁରଙ୍କ ପୂଜା ସାମଗ୍ରୀ, ସହ ସୁନା ଅଳଙ୍କାର ଚୋରି କରି ନେଇଥିଲେ। ଶୁକ୍ରବାର ସକାଳୁ ମନ୍ଦିର ପୂଜକ ଜିତେନ୍ଦ୍ର ମିଶ୍ର ପୂଜା କରିବାକୁ ଯାଇଥିବା ବେଳେ ଚୋରି ହୋଇଥିବା ଜାଣି ପୋଲିସକୁ ଖବର ଦେଇଥିଲେ। ତେବେ ଗୁରୁବାର ରାତି ୩ଟାରେ ପାଟଣା ପୋଲିସ ପକ୍ଷରୁ ଏଏସ୍ଆଇ ନୁଆସ […] The post ହନୁମାନ ମନ୍ଦିରରୁ ପୂଜା ସାମଗ୍ରୀ ନେବାବେଳେ ଧରିଲା ପୋଲିସ, ବାଇକ୍ ଛାଡ଼ି ଦୁର୍ବୃତ୍ତ ଫେରାର appeared first on Dharitri Odia News.
କେନ୍ଦୁଝର,୨୨ା୧୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ସ୍ବାମ ଶାସନ ଛକ ନିକଟରେ ଥିବା ହନୁମାନ ମନ୍ଦିରରୁ ଗୁରୁବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ତାଲା ଭାଙ୍ଗି ମନ୍ଦିର ଭିତରୁ ଠାକୁରଙ୍କ ପୂଜା ସାମଗ୍ରୀ, ସହ ସୁନା ଅଳଙ୍କାର ଚୋରି କରି ନେଇଥିଲେ। ଶୁକ୍ରବାର ସକାଳୁ ମନ୍ଦିର ପୂଜକ ଜିତେନ୍ଦ୍ର ମିଶ୍ର ପୂଜା କରିବାକୁ ଯାଇଥିବା ବେଳେ ଚୋରି ହୋଇଥିବା ଜାଣି ପୋଲିସକୁ ଖବର ଦେଇଥିଲେ। ତେବେ ଗୁରୁବାର ରାତି ୩ଟାରେ ପାଟଣା ପୋଲିସ ପକ୍ଷରୁ ଏଏସ୍ଆଇ ନୁଆସ ଲୁଗୁନଙ୍କ ନେତୃତ୍ୱରେ ୨୨୦ନମ୍ବର ଜାତୀୟ ରାଜପଥରେ ପାଟ୍ରୋଲିଂ କରୁଥିବା ବେଳେ ଡିଆନାଳି ନାରାୟଣୀ ରାଇସ୍ ମିଲସ୍ ସମ୍ମୁଖରେ ଜଣେ ସନ୍ଦିଗ୍ଧ ବାଇକ ଚାଳକଙ୍କୁ ପିଛା କରିଥିଲେ। ବାଇକ ଚାଳକଙ୍କୁ ପୋଲିସ ପିଛା କରିବାରୁ ସେ ବାଇକ୍ ଛାଡ଼ି ଅନ୍ଧାରରେ ଫେରାର ହୋଇଯାଇଥିଲେ। ବାଇକ୍ର ୨ ବ୍ୟାଗରୁ ଠାକୁରଙ୍କ ପୂଜା ପାଇଁ ବ୍ୟବହୃତ ହେଉଥିବା ପିତ୍ତଳ ବାସନ, ସୁନା ପଦକ, ଘଣ୍ଟ, ବାଲ୍ଟି, ପିତ୍ତଳ ପରାତ ଆଦିକୁ ଜବତ କରି ଥାନାକୁ ଆଣିଥିଲେ। ବାଇକ୍କୁ ପୋଲିସ ଜବତ କରିଛି। ଚୋରିରେ ବ୍ୟବହୃତ ହୋଇଥିବା ବାଇକ୍ ଜବତ କରି ଚୋରି ସାମଗ୍ରୀକୁ ଥାନାଧିକାରୀ ଉଦୟ ବୀର କୁଲୁ ଶୁକ୍ରବାର ସକାଳୁ ଜବତ ସାମଗ୍ରୀଗୁଡ଼ିକୁ ମନ୍ଦିର କମିଟିର ସଭାପତି ଓମ୍ ପ୍ରକାଶ ପରିଡ଼ା, ବୀରମୋହନ ଦ୍ବିବେଦୀ, ପୂଜକ ଜିତେନ୍ଦ୍ର ମିଶ୍ର ଅଲେଖ ତ୍ରିପାଠୀଙ୍କୁ ଦେଖାଇଥିଲେ। ସାମଗ୍ରୀଗୁଡ଼ିକ ମନ୍ଦିରର ବୋଲି ମନ୍ଦିର ପରିଚାଳନା କମିଟି ସଦସ୍ୟ ଚିହ୍ନଟ କରିଛନ୍ତି।
The post ହନୁମାନ ମନ୍ଦିରରୁ ପୂଜା ସାମଗ୍ରୀ ନେବାବେଳେ ଧରିଲା ପୋଲିସ, ବାଇକ୍ ଛାଡ଼ି ଦୁର୍ବୃତ୍ତ ଫେରାର appeared first on Dharitri Odia News.